Home > ଶିକ୍ଷା
୨୧ରୁ ଆରମ୍ଭ ହେବ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା
Khabar Odisha:Education-Odisha-Matric-Supplimentary-exam-Paper-checking-will-start-from-july-21
ଭୁବନେଶ୍ୱର, ଜୁଲାଇ ୧୬(ଖବର ଓଡ଼ିଶା):

ମାଧ୍ୟମିକି ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାର ମୂଲ୍ୟାୟନ ଆସନ୍ତା ୨୧ରୁ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ସହ ମୁକ୍ତ ବିଦ୍ୟାଳୟର ସପ୍ଲିମେଣ୍ଟାରୀ ଖାତାଦେଖା ହେବ ବୋଲି ବେର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ଆସନ୍ତା ୨୧ରୁ ତାରିଖରୁ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାର ଖାତାଦେଖା ଆରମ୍ଭ ହେବାକୁ ଯାଉଛି । ଏହା ସହ ମୁକ୍ତ ବିଦ୍ୟାଳୟର ମଧ୍ୟ ସପ୍ଲିମେଣ୍ଟାରୀ ଖାତାଦେଖା ହେବ । ଜୁଲାଇ ୨୧ରୁ ଆରମ୍ଭ ହୋଇ ଏହି ଖାତାଦେଖା ପ୍ରକ୍ରିୟା ଜୁଲାଇ ୨୩ରେ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । କିନ୍ତୁ ଆବଶ୍ୟକ ହେଲେ ଏହି ଅବଧିକୁ ଆଉ ଗୋଟିଏ ଦିନ ବଢାଇ ଦିଆଯିବ । ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା ପାଇଁ ୧୨ଟି କେନ୍ଦ୍ର ରହିଥିବା ବେଳେ ମୁକ୍ତ ବିଦ୍ୟାଳୟ ପାଇଁ ୮ଟି ମୂଲ୍ୟାୟନ କେନ୍ଦ୍ର ରହିଛି । ଏନେଇ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତଥର ମ୍ୟାଟ୍ରିକ ସପ୍ଲିମେଣ୍ଟାରୀରେ ୨୮ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେହିପରି ମୁକ୍ତ ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରୀରେ ୯ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୦୮ରୁ ଆରମ୍ଭ ହୋଇ ୧୪ରେ ସରିଥିବା ବେଳେ ମୁକ୍ତ ବିଦ୍ୟାଳୟର ୧୬ରେ ସରିଥିଲା ।

  • Tags: