Home > ଶିକ୍ଷା
ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
Khabar Odisha:Education-Odisha-Matric-exam-result-will-release-in-3rd-week-of-May
ଭୁବନେଶ୍ୱର, ମେ ୧୪ (ଖବର ଓଡ଼ିଶା):

ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସଂପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି । 

ଚଳିତ ଥର ମାଟ୍ରିକ ପରୀକ୍ଷାରେ ବହୁ ବିଭ୍ରଟ ଦ୍ୱାରା ଚାଲିଥିଲା । ପ୍ରଥମ ଦିନରୁ ହିଁ ପ୍ରଶ୍ନପତ୍ର ଭାଇରାଲ ସହ ଶେଷ ଯାଏ ଏହା ହୋହରାଇଥିଲା । କିନ୍ତୁ ଏହା ସତ୍ୱେ ପରୀକ୍ଷା ଫଳକୁ ମେ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବାକୁ ଲକ୍ଷ୍ୟ ରଖିଛି ବୋର୍ଡ଼ । ରେଜଲ୍ଟ ନିର୍ଭୁଲ ଓ ତ୍ରୁଟିଣୂନ୍ୟ କରିବାକୁ ସମୟ ଲାଗୁଥିବା କାରଣରୁ  ନିର୍ଦ୍ଧିଷ୍ଟ ତାରିଖ କେବେ ନକହି ଏହି ମେ ମାସ ତୃତୀୟ ସପ୍ତାହରେ ରେଜଲ୍ଟ ବାହାର କରିଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଂପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି । 

  • Tags: