Home > ଶିକ୍ଷା
ଏଣିକି ପଞ୍ଚମ ଓ ଅଷ୍ଟମରେ ରହିବ ପାସ ଫେଲ ବ୍ୟବସ୍ଥା
Khabar Odisha:Education-Odisha-Now-pass-fail-system-added-in-5th-and-8th-class
ଭୁବନେଶ୍ୱର, ଅଗଷ୍ଟ ୦୩(ଖବର ଓଡ଼ିଶା):

ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ନୂଆ ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ବିଦ୍ୟାଳୟରେ ପଞ୍ଚମ ଓ ଅଷ୍ଟମରେ ପାସ ଫେଲ ବ୍ୟବସ୍ଥା ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗୃହରେ ସୂଚନା ଦେଇଛନ୍ତି ।

ଆଜି ଗୃହରେ ଶିକ୍ଷା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାର ଶିକ୍ଷାରେ ସଂସ୍କାର ଆଣିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ୨୦୦୦ ମସିହାରେ ବଜେଟ ଶିକ୍ଷା କ୍ଷେତ୍ରରେ ୧୩୦୩ କୋଟି ଟଙ୍କା ଥିଲା । ଯାହା ୨୦୧୬ ମସିହାରେ ୧୬୪୯୭ କୋଟିରେ ପହଂଚିଛି । ନୂତନ ଶିକ୍ଷା ନୀତି ପାଇଁ ୨୦ପ୍ରତିଶତ ଖର୍ଚ୍ଚ କରାଯିବାକୁ ବ୍ୟବସ୍ଥା ରହିଛି ।  ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପାସ ଫେଲ ବ୍ୟବସ୍ଥା ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସରକାରୀ ସ୍କୁଲରେ ବର୍ତ୍ତମାନ ୯୧ପ୍ରତିଶତ ପଢୁଥିବା ବେଳେ ୮.୯୪ପ୍ରତିଶତ ଛାଡ଼ୁଛନ୍ତି । ରାଜ୍ୟ ପରାମର୍ଶଦାତା ପରିଷଦ ଗଠନ କରାଯିବ । ୧୭ଟି ଜିଲ୍ଲାରେ ନିଜ ଭାଷାରେ ଶିକ୍ଷାଦାନ କରାଯାଉଛି । ରାଜ୍ୟରେ ଯେଉଁଠି ସ୍କୁଲ ବନ୍ଦ ରହିଛି ଜିଲ୍ଲାପାଳ ପ୍ରସ୍ତାବ ବେଳେ ତାହା ମଧ୍ୟ ଖୋଲାଯିବ ।

  • Tags: