Home > ଶିକ୍ଷା
ଯୁକ୍ତ ଦୁଇରେ ନାମ ଲେଖା ପାଇଁ ୫ ଦିନ ବଢିଲା ଆବେଦନ ଅବଧି
Khabar Odisha:Education-Odisha-Plus-two-admission-application-date-increased
ଭୁବନେଶ୍ୱର, ଜୁନ ୨୦(ଖବର ଓଡ଼ିଶା):

ଯୁକ୍ତ ଦୁଇରେ ନାମ ଲେଖିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସିର ଖବର। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ଅବଧି ୫ ଦିନ ବୃଦ୍ଧି କରିଛନ୍ତି। ପୂର୍ବରୁ ଅନଲାଇନ ଆବେଦନର ଶେଷ ତାରିଖ ଜୁନ ୨୦ ଥିଲା। ଏବେ ଅନଲାଇନ ଅବଧି ଜୁନ ୨୫ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ସହିତ ଅଫ ଲାଇନ ଆବେଦନ ଅବଧି ଜୁନ ୨୬ ପର‌୍ୟ୍ୟନ୍ତ ବଢା ଯାଇଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଯୁକ୍ତ ଦୁଇରେ ନାମ ଲେଖାଇବା ପାଇଁ ଜୁନ ୦୬ରୁ ଅନଲାଇନ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅନଲାଇନ ଆବେଦନର ଶେଷ ତାରିଖ ଜୁନ ୨୦ ନିର୍ଦ୍ଧାରିତ ଥିଲା। ବର୍ତ୍ତମାନ ଏହାର ଅବଧି ଜୁନ ୨୫ ଯାଏଁ ବୃଦ୍ଧି କରାଯାଇଛି । ଜୁନ ୨୫ ଯାଏଁ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଏବଂ ଅଫଲାଇନରେ ଜୁନ ୨୬ ଯାଏଁ ନାମଲେଖା ଫର୍ମ ପୂରଣ କରିପାରିବେ ।

ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ନିମନ୍ତେ ୩୦୦ଟଙ୍କା ଓ ସଂରକ୍ଷିତ ବର୍ଗ ପାଇଁ ୨୦୦ଟଙ୍କା ଶୁଲ୍କ ରଖାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ବଜ୍ଞପ୍ତିରେ ଦିଆଯାଇଥିବା ୱେସାଇଟ www.samsodissa.gov.in ରେ ଆବେଦନ କରିପାରିବେ । ଜୁଲାଇ ୨ରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଏହାପରେ ଜୁଲାଇ ୩ରୁ ୬ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଏହାପରେ ଜୁଲାଇ ୧୨ରେ ଦ୍ୱିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ଏବଂ  ଜୁଲାଇ ୧୨ରୁ ୧୬ ଯାଏ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ସମସ୍ତ ପର୍ଯ୍ୟାୟରେ ନାମଲେଖା ସରିବା ପରେ ଜୁଲାଇ ୨୯ରୁ କଲେଜରେ ପାଠପଢ଼ା ଆରମ୍ଭ ହେବ । 

  • Tags: