Home > ଶିକ୍ଷା
ଜୁନ ୨୬ ନୁହେଁ ଆସନ୍ତା କାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ
Khabar Odisha:Education-Odisha-School-will-reopen-from-tomorrow-in-Odisha
ଭୁବନେଶ୍ୱର, ଜୁନ ୨୦(ଖବର ଓଡ଼ିଶା):

ରାଜ୍ୟରେ ପାଗକୁ ଦୃଷ୍ଟିରେ ରଖି ଜୁନ ୨୫ ଯାଏଁ ବୃଦ୍ଧି କରାଯାଇଥିବା ସ୍କୁଲ ଛୁଟିରେ ପରିବର୍ତ୍ତନ କରାଯାଇଛି । ଆସନ୍ତାକାଲି ଠାରୁ ରାଜ୍ୟର ସବୁ ସ୍କୁଲ ଖୋଲିବ ।

ପାଗରେ ପରିବର୍ତ୍ତନ ଯୋଗୁଁ ସ୍କୁଲ ଖୋଲିବାର ପୂର୍ବ ନିଷ୍ପତିକୁ ରାଜ୍ୟ ସରକାର ବଦଳାଇଛନ୍ତି । ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଥିବାରୁ ଜୁନ ୧୮ରୁ ପିଲାଙ୍କ ସ୍କୁଲ ଖୋଲିବାକୁ ଥିବା ବେଳେ ଦୁଇ ଦିନ ପୂର୍ବେ ହିଁ ଜୁନ ୨୬ରେ ଖୋଲିବାକୁ ଘୋଷଣା କରାଯାଇଥିଲା । କନ୍ତୁ ବର୍ତ୍ତମାନ ପାଗ ଅନୂକୁଳ ଥିବାରୁ ଅର୍ଥାତ ପାଗରେ ପରିବର୍ତ୍ତନକୁ ଦେଖି ରାଜ୍ୟ ସରକାର ନିଜ ନିଷ୍ପତିକୁ ବଦଳାଇଛନ୍ତି । ଜୁନ ୨୬ ପରିବର୍ତ୍ତେ ଆସନ୍ତା କାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

  • Tags: