Home > ଶିକ୍ଷା
୧୦ଦଫା ଦାବୀ ନେଇ ବାଣିବିହାରରେ ତାତିଲେ ଛାତ୍ରଛାତ୍ରୀ, କୁଳପତିଙ୍କ ଅଫିସରେ ତାଲା
Khabar Odisha:Education-Odisha-Students-of-Utkal-University-stage-protest-gherao-vice-chancellor-over-several-issues-including-mismanagement-at-hostels
ଭୁବନେଶ୍ୱର, ସେପ୍ଟେମ୍ବର ୧୬(ଖବର ଓଡ଼ିଶା):

ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି । ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସ୍ଥାନାନ୍ତର ସମେତ ୧୦ଦଫା ଦାବୀ ନେଇ ଧାରଣାରେ ବସିବା ସହ କୁଳପତିଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଉତ୍ୟକ୍ତ ଛାତ୍ରଛାତ୍ରୀ । କୁଳପତିଙ୍କ ଅଫିସ ଧସେଇ ପଶିବା ଉଦ୍ୟମ ବେଳେ ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୁହାଁମୁହଁ ପରିସ୍ଥିତି ସୃଷ୍ଟି ହୋଇଛି ।  ଫଳରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ମୁତୟନ କରାଯାଇଛି । 

ଦୀର୍ଘଦିନ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ନିବାସ ଓ ଛାତ୍ରୀ ନିବାସରେ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା ଦେଖାଦେଇଛି । ଅନେକ ସମୟ ଧରି ଛାତ୍ରଛାତ୍ରୀ କିଛି ମୈାଳିକ ସୁବିଧା ସମସ୍ୟାର ସମାଧାନ ସାଙ୍ଗକୁ ମୁଖ୍ୟଫାଟକ ସ୍ଥାନାନ୍ତର କରିବାକୁ ଦାବୀ କରିଆସୁଛନ୍ତି । କିନ୍ତୁ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଏହି ସବୁ ଦାବୀକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ବିଶ୍ୱବିଦ୍ୟାଳୟକୁ ପ୍ରବେଶ ରଙ୍ଗରୁଟରେ ହେଉଥିବାରୁ ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି । ତେଣୁ ଆଜି ଛାତ୍ରଛାତ୍ରୀ ୧୦ଦଫା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଳପତିଙ୍କ ଅଫିସ ଘେରାଉ କରିଛନ୍ତି । 

କୁଳପତିଙ୍କ ଅଫିସ ଧସେଇ ପଶିବା ଉଦ୍ୟମ ବେଳେ ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୁହାଁମୁହଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହ ଉତ୍ୟକ୍ତ ଛାତ୍ରଛାତ୍ରୀ କୁଳପତିଙ୍କ ଅଫିସରେ ତାଲା ମଧ୍ୟ ପକାଇ ଦେଇଥିବା ଜଣାପଡ଼ିଛି । ଫଳରେ ସେଠାରେ ଏକ ପ୍ରକାର ଅଶାନ୍ତକର ପରିବେଶ ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ ପୋଲିସ ମୁତୟନ କରାଯାଇଛି । ପୋଲିସ ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାଇ ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି । କିନ୍ତୁ ଏଯାଏଁ କୈାଣସି ନିଷ୍କର୍ସ ବାହାରିପାରି ନାହିଁ । ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି । ଯେପର୍ଯ୍ୟନ୍ତ ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ନ ମିଳିଛି ସେ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ । ବିଶ୍ୱିବଦ୍ୟାଳୟ କତ୍ତୃପକ୍ଷ ଏଯାଏଁ କୈାଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

  • Tags: