Home > ଶିକ୍ଷା
ବାଧ୍ୟତାମୂଳକ: ଏଣିକି କଲେଜରେ ୭ ଘଣ୍ଟା ରହିବେ ଅଧ୍ୟାପକ, ପ୍ରତି ମାସରେ ଯାଞ୍ଚ ହେବ ଛାତ୍ରଛାତ୍ରୀଙ୍କ ଉପସ୍ଥାନ
Khabar Odisha:Education-Odisha-guide-line-for-all-govt-and-private-college-of-odisha-for-the-qualitative-education-system
ଭୁବନେଶ୍ଵର, ଜୁଲାଇ୦୫(ଖବର ଓଡ଼ିଶା):

 ରାଜ୍ୟର ଉଚ୍ଚଶିକ୍ଷାମାନର ଗୁଣାତ୍ମକ ମାନ ଧିରେ ଧିରେ ନିମ୍ନମାନର ହେବାରେ ଲାଗିଛି। ଫଳରେ ଦଶମ ଓ ଯୁକ୍ତ ୨ ପରୀକ୍ଷା ଫଳ ଆଶାନୁରୂପ ହୋଇ ପାରୁନାହିଁ। ଏବେ ରାଜ୍ୟରେ ଉଚ୍ଚଶିକ୍ଷାମାନରେ କେମିତି ସୁଧାର ଆସିବ ସେ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଫଳସ୍ଵରୂପ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି କରାଯାଇଛି। ଏହା ସହିତ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ ଲାଇନ ମଧ୍ୟ ଜାରି କରାଯାଇଛି। 

ଗାଇଡ୍ ଲାଇନ ମୁତାବକ ଏଣିକି କଲେଜରେ ଅଧ୍ୟାପକମାନେ ୭ ଘଣ୍ଟା ରହିବା ବାଧ୍ୟତାମୂଳକ  କରାଯାଇଛି। ଏହା ସହିତ ପିଲାଙ୍କର ଉପସ୍ଥାନ ୭୫ ପ୍ରତିଶତ କରାଯାଇଛି। ଏଥିରୁ କମ ହେଲେ ବାର୍ଷିକ ପରୀକ୍ଷାରୁ ଛାତ୍ର-ଛାତ୍ରୀ ବାଦ୍ ପଡ଼ିବେ। ଏହି ପଦକ୍ଷେପ ଜରିଆରେ ସରକାର କଲେଜମାନଙ୍କରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢିବା ସହିତ ପାଠପଢାର ମାହୋଲରେ ପରିବର୍ତ୍ତନ ଆସିବ ବୋଲି ଆଶା ରଖିଛନ୍ତି।

ଏହା ବାଦ୍ ଛାତ୍ର-ଛାତ୍ରୀ ଦରକାର କରୁଥିଲେ ଅତିରିକ୍ତ କ୍ଲାସ୍ ନେବାକୁ ଅଧ୍ୟାପକମାନଙ୍କୁ କୁହାଯାଇଛି। ଏହା ସହିତ ମାସକରେ ଥରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଯାଞ୍ଚ ହେବ। ଉପସ୍ଥାନ ୭୫ ପ୍ରତିଶତରୁ କମ ଥିଲେ ଅଭିଭାବକଙ୍କୁ ଅବଗତ କରାଯିବ।