Home > ଶିକ୍ଷା
ଏବେ କେବଳ NEET ଜରିଆରେ ମିଳିବ ମେଡିକାଲରେ ପ୍ରବେଶ, ଅନ୍ୟ ପ୍ରବେଶିକା ପରୀକ୍ଷା ସମାପ୍ତ
Khabar Odisha:Education-Odisha-only-neet-instead-of-different-medical-entrance-exams-p-javadekar-said-about-cabinet-decision
ନୂଆଦିଲ୍ଲୀ,ଜୁଲାଇ୧୭(ଖବର ଓଡ଼ିଶା):

ମେଡିକାଲ ପାଠ୍ୟକ୍ରମରେ ପ୍ରବେଶ ଚାହୁଁଥିବା ବିଦ୍ୟାର୍ଥୀଙ୍କ ପାଇଁ ବଡ଼ ଖବର। ଏବେ ସମଗ୍ର ଦେଶରେ ଭିନ୍ନ ଭିନ୍ନ ମେଡିକାଲ କଲେଜରେ ପ୍ରବେଶ ପାଇଁ କେବଳ ଗୋଟିଏ ହିଁ ପରୀକ୍ଷା ହେବ। ଏହି ପରୀକ୍ଷା ନ୍ୟାସନାଲ ଏଣ୍ଟ୍ରାନ୍ସ ଆଣ୍ଡ ଏଲିଜିବିଲିଟି ଟେଷ୍ଟ(NEET)ରେ ହେବ। ଏହା ସହିତ ଅନ୍ୟ ସମସ୍ତ ମେଡିକାଲ ପ୍ରବେଶିକା ପରୀକ୍ଷାକୁ ସମାପ୍ତ କରାଯିବ। ଅର୍ଥାତ ଦେଶରେ ଏବେ କୌଣସି ବି କେନ୍ଦ୍ରୀୟ କିମ୍ବା ରାଜ୍ୟସ୍ତରର ମେଡିକାଲ କଲେଜରେ ୟୁଜି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ବିଦ୍ୟାର୍ଗଥୀଙ୍କୁ ନିଟ୍ ଯୋଗ୍ୟତାଅର୍ଜନ କରିବାକୁ ପଡ଼ିବ। ଏହି ନିଷ୍ପତ୍ତି ବୁଧବାର କ୍ୟାବିନେଟ୍ ବୈଠକରେ ନିଆଯାଇଛି। 

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କ୍ୟାବିନେଟର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ମାତ୍ର ଏହା କୁହାଯାଇନାହିଁ ଯେ, ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ସ ଅଫ ମେଡିକାଲ ସାଇନ୍ସ(ଏମ୍ସ) ପାଇଁ ଅଲଗା ପରୀକ୍ଷା ହେବ କି ନାହିଁ। ଜାଭେଦକର କହିଛନ୍ତି ଯେ, ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକରେ ଅନେକ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ନ୍ୟାସନାଲ ଏଣ୍ଟ୍ରାନ୍ସ ଆଣ୍ଡ ଏଲିଜିବିଲିଟି ଟେଷ୍ଟ(NEET)ର ଆୟୋଜନ ପ୍ରତ୍ୟେକ ବର୍ଷ ଦେଶର ବିଭିନ୍ନ ସହରରେ କରାଯାଉଛି। ଏହି ପରୀକ୍ଷା ଦେଶର ପ୍ରତିଷ୍ଠିତ ମେଡିକାଲ କଲେଜ, ଡେଣ୍ଟାଲ କଲେଜରେ ଏମବିବିଏସ ଓ ଡେଣ୍ଟାଲର ୟୁଜି ଓ  ପିଜି ପାଠ୍ୟକ୍ରମରେ ନାମ ଲେଖା ପାଇଁ କରାଯାଇଥାଏ। ପ୍ରତ୍ୟେକ ବର୍ଷ ଦେଶ ବିଦେଶର ଲକ୍ଷାଧିକ ସଂଖ୍ୟାରେ ବିଦ୍ୟାର୍ଥୀ ଏଥିରେ ସାମିଲ ହୁଅନ୍ତି।