Home > ଶିକ୍ଷା
ମୋଦୀ ସରକାରଙ୍କ ଉପହାର: ୫ ବର୍ଷରେ ୫ କୋଟି ଅଳ୍ପସଂଖ୍ୟକ ବିଦ୍ୟାର୍ଥୀଙ୍କୁ ଦିଆଯିବ ଛାତ୍ର ବୃତ୍ତି
Khabar Odisha:Education-Odisha-scholarships-to-5-crore-minority-students-in-next-5-years-naqvi
ନୂଆଦିଲ୍ଲୀ,ଜୁନ୧୧(ଖବର ଓଡ଼ିଶା):

ମୋଦୀ ସରକାର ନିଜର ଦ୍ଵିତୀୟ କାର୍ଯ୍ୟକାଳରେ ଅଳ୍ପସଂଖ୍ୟକ ଛାତ୍ର-ଛାତ୍ରୀଙ୍କୁ ଶିକ୍ଷିତ କରି ଆଗକୁ ବଢାଇବା ଦିଗରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଅଳ୍ପସଂଖ୍ୟକ କାର୍ଯ୍ୟ ମନ୍ତ୍ରୀ ମୁକ୍ତାର ଅବ୍ବାସ ନକଭି ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ଅଳ୍ପସଂଖ୍ୟକ ସମାଜର ସାମାଜିକ-ଆର୍ଥିକ ସଶକ୍ତିକରଣ ପାଇଁ ଆଗାମୀ ପାଞ୍ଚ ବର୍ଷରେ ପାଞ୍ଚ କୋଟି ବିଦ୍ୟାର୍ଥୀଙ୍କୁ ଛାତ୍ରବୃତ୍ତି ଦିଆଯିବ ଏବଂ ଏଥିରୁ ଅର୍ଦ୍ଧେକ ଛାତ୍ରୀ ରହିବେ।

ଅଳ୍ପସଂଖ୍ୟକ କାର୍ଯ୍ୟ ମନ୍ତ୍ରଣାଳୟର ଅଧୀନସ୍ତ ସଂସ୍ଥା ମୌଲାନା ଆଜାଦ ଶିକ୍ଷା ପ୍ରତିଷ୍ଠାନ(ଏମଏଇଏଫ)ର ୬୫ତମ ସାଧାରଣ ସଭା ବୈଠକ ପରେ ନକଭି ସାମ୍ବାଦିକଙ୍କୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଇନସାଫ, ଇମାମ ଓ ଇକବାଲର ସରକାର  ବିକାଶକୁ ସାଂପ୍ରଦୟିକ ଏବଂ ତୃଷ୍ଟୀକରଣର ରୋଗରୁ ମୁକ୍ତ  କରି ସଶକ୍ତିକରଣର ମାହୋଲ  ପ୍ରସ୍ତୁତ କରିଛନ୍ତି।

ଆଗାମୀ ମାସରୁ ମଦରସା ଶିକ୍ଷକଙ୍କୁ ପ୍ରଶିକ୍ଷଣ

ସେ କହିଛନ୍ତି ଯେ, ଅଳ୍ପଶଂଖ୍ୟକ ବର୍ଗର ସ୍କୁଲ  ଡ୍ରପ ଆଉଟ୍ ଛାତ୍ରୀଙ୍କୁ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଭର୍ତ୍ତି କରି ତାଙ୍କୁ ଶିକ୍ଷା ଓ ରୋଜଗାରରେ ଯୋଡ଼ାଯିବ। ସମଗ୍ର ଦେଶର ମଦରସାରେ ମୁଖ୍ୟଧାରାର ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ମଦରସା ଶିକ୍ଷକଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରଶିକ୍ଷଣ ଦିଆଯିବ। ଯଦ୍ଵାରା ମଦରସାରେ ମୁଖ୍ୟଧାରାର ଶିକ୍ଷା-  ହିନ୍ଦୀ, ଇଂରାଜୀ, ଗଣିତ,  ବିଜ୍ଞାନ, କମ୍ପ୍ୟୁଟର ଆଦି ଦିଆଯାଇ ପାରିବ। ଏହି କାମ ଆଗାମୀ ମାସରୁ ଆରମ୍ଭ କରାଯିବ। 

ନକଭିଙ୍କ ୩ଇ ମନ୍ତ୍ର, ୫୦ ପ୍ରତିଶତ ଛାତ୍ରୀଙ୍କୁ ଲାଭ

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ୩ଇ- ଏଜୁକେସନ(ଶିକ୍ଷା), ଏମ୍ପ୍ଲୋୟମେଣ୍ଟ(ରୋଜଗାର ଓ ନିଯୁକ୍ତି ସୁଯୋଗ) ଏବଂ ଏମ୍ପପାଓ୍ଵାରମେଣ୍ଟ(ସାମାଜିକ-ଆର୍ଥିକ-ସଶକ୍ତିକରଣ)  କାର୍ଯ୍ୟକ୍ରମ ଆଧାରରେ ଆଗାମୀ ପାଞ୍ଚ ବର୍ଷରେ ପ୍ରି-ମ୍ୟାଟ୍ରିକ, ପୋଷ୍ଟ ମ୍ୟାଟ୍ରିକ ଏବଂ ମେରିଟ୍-କମ-ମିମ୍ସ ଆଦି ଯୋଜନା ଦ୍ଵାରା ପାଞ୍ଚ କୋଟି ବିଦ୍ୟାର୍ଥୀଙ୍କୁ ଛାତ୍ରବୃତ୍ତି ଦିଆଯିବ। ଏଥିରେ ୫୦ ପ୍ରତିଶତରୁ ଅଧିକ ଛାତ୍ରୀ ସାମିଲ ହେବେ। ଏଥିରେ ଆର୍ଥିକ ରୂପେ ପଛୁଆ ବର୍ଗର ଛାତ୍ରୀଙ୍କ ପାଇଁ ପାଇଁ ୧୦ ଲକ୍ଷରୁ ଅଧିକ ‘ବେଗମ ହଜରତ ମହଲ ବାଲିକା ଛାତ୍ରବୃତ୍ତି’ ମଧ୍ୟ ସାମିଲ।

  • Tags: