Home > ଶିକ୍ଷା
ସ୍କୁଲ ବସ୍ତାନି ବୋଝ ଆଇନ କଡ଼ାକଡ଼ି ହେବ : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ
Khabar Odisha:Education-State-Childrens-School-bag-weight-will-reduce-and-check-said-by-School-and-mass-Education-minister
ଭୁବନେଶ୍ୱର, ଅଗଷ୍ଟ ୦୨(ଖବର ଓଡ଼ିଶା):

ଆଜିକାଲି ସ୍କୁଲ ପିଲାଙ୍କ ବ୍ୟାଗର ଓଜନ ସେମାନଙ୍କ ଓଜନ ଠାରୁ ଅଧିକ ହୋଇଯାଉଛି । ଯାହା କୋମଳମତି ଶିଶୁଙ୍କ ପାଇଁ ବୋଝ ସାଜୁଛି । ଏନେଇ ଆଇନ କଡ଼ାକଡ଼ି କରିବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି ।

ସ୍କୁଲ ବ୍ୟାଗ ବୋଝରେ କୋମଳମତି ଶିଶୁ ଭାରସାମ୍ୟ ହରାଇ ବସୁଛନ୍ତି । ପିଲାଙ୍କ ବୟସ କମ ଥିବା ବେଳେ ଓଜନ ବ୍ୟାଗ ଧରି ସ୍କୁଲ ଯିବା ସେମାନଙ୍କ ପାଇଁ ଅଧିକ ପରିଶ୍ରମ ହେଉଛି । ଏସମ୍ପର୍କିତ ଆଇନ କଡ଼ାକଡ଼ି ଲାଗୁ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପିଲାଙ୍କୁ ଯେପରି ଅଧିକ ଭାର ନ ଦିଆଯାଏ ସେ ନେଇ ଆଜିଠାରୁ ଜିଲ୍ଲାପାଳମାନେ ସ୍କ୍ୱାର୍ଡ଼ ଜରିଆରେ ତଦାରଖ କରିବେ । ଏହା ସହ ସମସ୍ତ ସ୍କୁଲ ପରିଦର୍ଶନ କରି ତଦାରଖ କରିବେ ବୋଲି ନିଜେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । 

ବିଦ୍ୟାଳୟ ବସ୍ତାନି ଆଇନ ଅନୁସାରେ ସ୍କୁଲ ବ୍ୟାଗ ଓଜନ ନେଇ ଗାଇଡ଼ଲାଇନ ଜାରି କରାଯାଇଛି । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ପାଇଁ ଦେଢ କେଜିରୁ କମ ଓଜନ ରହିବ । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ୨ରୁ ୩କେଜି ବ୍ୟାଗ ଓଜନ ଓ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ୪କେଜିରୁ କମ ରହିବା ଆବଶ୍ୟକ । 

  • Tags: