Home > ଶିକ୍ଷା
ଆସନ୍ତାକାଲି ବସିବ ଶିକ୍ଷାନୀତି ବୈଠକ, କେନ୍ଦ୍ର ପାଖରେ କରାଯିବ ଏହି ସବୁ ଦାବୀ
Khabar Odisha:Education-State-Odisha-Educational-development-Meeting-in-delhi-tomorrow
ଭୁବନେଶ୍ୱର, ସେପ୍ଟେମ୍ବର ୨୦(ଖବର ଓଡ଼ିଶା):

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି । ଆସନ୍ତାକାଲି ନୂଆଦିଲ୍ଲୀ ଠାରେ ଶିକ୍ଷାନୀତି ବୈଠକ ବସିବ । 

ଆସନ୍ତାକାଲି ନୂଆଦିଲ୍ଲୀରେ ବସିବ ଶିକ୍ଷାନୀତି ବୈଠକ । ଏହି ବୈଠକରେ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଶିକ୍ଷା ବ୍ୟବସ୍ଥା ପାଇଁ ୧୭% ବଜେଟ ବ୍ୟବସ୍ଥା ହୋଇଛି ।  କେନ୍ଦ୍ର ସରକାର ବଜେଟରେ ୪%ରୁ କମ ଅର୍ଥର ବ୍ୟବସ୍ଥା କରିଛନ୍ତି । ଶିକ୍ଷା ନୀତି ବୈଠକରେ  ଶିକ୍ଷା ପାଇଁ ଅଧିକ ବ୍ୟୟବରାଦ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ । ଶିକ୍ଷା ବ୍ୟବସ୍ଥାରେ ଟେକ୍‌ନୋଲୋଜି ବ୍ୟବହାର ପାଇଁ କେନ୍ଦ୍ର ପ୍ରସ୍ତାବ ଦେଇଛି, ଏଥିପାଇଁ ମଧ୍ୟ ଆର୍ଥିକ ଭାର କେନ୍ଦ୍ର ବହନ କରିବାକୁ ଦାବୀ କରିବେ ବୋଲି ଉଚ୍ଛଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି ।

ରାଜ୍ୟରେ ସ୍କୁଲ ପିଲାଙ୍କୁ ଜଳଖିଆ ଦେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି । ଏହା ଉପରେ ଆର୍ଥିକ ଭାର କେନ୍ଦ୍ର ବୁଝିବ ବୋଲି ଦାବୀ ରଖିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ପ୍ରି ଓ ପ୍ରାଇମେରି ସ୍କୁଲ ମିଶ୍ରଣ ପାଇଁ କେନ୍ଦ୍ର ପ୍ରସ୍ତାବରେ ରାଜ୍ୟର କୈାଣସି ଆପତ୍ତି ନାହିଁ । କିନ୍ତୁ ଭିତ୍ତିଭୂମି ବାବଦ ଖର୍ଚ୍ଚ କେନ୍ଦ୍ର ବହନ କରୁ ବୋଲି ଏହି ବୈଠକରେ ଦାବୀ ରଖାଯିବ ।  ଶିକ୍ଷକ ନିଯୁକ୍ତି ସ୍କ୍ରିନିଂ ଦ୍ୱାରା ହେବା ପ୍ରସ୍ତାବର ପୁନଃବିଚାର କରାଯିବା ପାଇଁ ବୈଠକରେ ଦାବୀ କରାଯିବ ବୋଲି ସମୀର ଦାଶ ସୂଚନା ଦେଇଛନ୍ତି ।

  • Tags: