Home > ଶିକ୍ଷା
ଏଣିକି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଲାଗୁ ହେବ ଅନଲାଇନ ଉପସ୍ଥାପନ
Khabar Odisha:Education-State-Odisha-Online-attendance-for-Teachers-and-students-in-Odisha
ଭୁବନେଶ୍ୱର, ଅକ୍ଟୋବର ୨୫(ଖବର ଓଡ଼ିଶା):

ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ପୁଣି ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ ଅନଲାଇନରେ କରାଯିବ । ଗଣଶିକ୍ଷା ବିଭାଗ ନୂଆ ଷ୍ଟୁଡେଣ୍ଟ ହେଲପଲାଇନ ନମ୍ବର ମଧ୍ୟ ଜାରି କରିଛି ।

ଅଧିକାଂଶ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁ ନାହାଁନ୍ତି । ସେହିପରି କିଛି ଶିକ୍ଷକ ମଧ୍ୟ ନିଜ କର୍ମକୁ ଖାମଖିଆଲି ଭାବେ ନେଉଛନ୍ତି । ତେଣୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଅନଲାଇନ ଉପସ୍ଥାନ ବ୍ୟବସ୍ଥା ଲାଗୁହେବ । ଗୋଟିଏ ଜିଲ୍ଲାର ଗୋଟିଏ ସ୍କୁଲରେ ପାଇଲଟ ପ୍ରକଳ୍ପ ଭାବେ ଏହି ଅନଲାଇନ ଉପସ୍ଥାନ ବ୍ୟବସ୍ଥାକୁ ଲାଗୁ କରାଯିବ । କେଉଁ ଶିକ୍ଷକ ଓ କେତେ ପିଲା ବିଦ୍ୟାଳୟରେ ଉପସ୍ଥିତ ରହୁଛନ୍ତି ତାହା ସହଜରେ ଜାଣି ହେବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟର ଶହେଟି ସ୍କୁଲକୁ ସ୍କୁଲ ଅଫ ଏକ୍ସଲେନ୍ସ ଭାବେ ମଧ୍ୟ ଚିହ୍ନଟ କରାଯିବ । 

ଉକ୍ତ ଶହେଟି ସ୍କୁଲରେ ସ୍ପୋକନ ଇଂଲିଶ ସହ ଅନ୍ୟ ଭିତ୍ତିଭୂମି ମଧ୍ୟ ଦିଆଯିବ । ଏହା ସହ ଗଣଶିକ୍ଷା ବିଭାଗ ନୂଆ ଷ୍ଟୁଡେଣ୍ଟ ହେଲପଲାଇନ ନମ୍ବର ମଧ୍ୟ ଜାରି କରିଛି । ଜାରି କରାଯାଇଥିବା ନୂଆ ଷ୍ଟୁଡେଣ୍ଟ ହେଲପଲାଇନ ନମ୍ବର- ୧୪୪୧୭୧ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶସୂଚନା ଦେଇଛନ୍ତି ।

  • Tags: