Home > ଶିକ୍ଷା
ସମ୍ଭାବ୍ୟ ବାତ୍ୟା ଯୋଗୁଁ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରେ ଆସନ୍ତା ୨ଦିନ ସ୍କୁଲ ଛୁଟି
Khabar Odisha:Education-State-Odisha-Schools-announed-to-close-2days-for-Cyclone-Bulbul
ଭୁବନେଶ୍ୱର, ନଭେମ୍ବର ୦୭(ଖବର ଓଡ଼ିଶା):

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ“ବୁଲବୁଲ” ବାତ୍ୟାରେ ପରିଣତ ହୋଇଛି । ବୁଲବୁଲ ପ୍ରଭାବରେ ରାଜ୍ୟରେ ଆସନ୍ତା କାଲି ଠାରୁ ପ୍ରବଳ ବର୍ଷା ଆରମ୍ଭ ହେବା ସହ ଆସନ୍ତା ୯ତାରିଖରେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ପବନ ବୋହିବ । ତେଣୁ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ରଖିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ । 

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ“ବୁଲବୁଲ” ବାତ୍ୟାର ରୂପ ନେଇଛି । ଆସନ୍ତା ୨୪ଘଣ୍ଟାରେ ସିଭିୟର ସାଇକ୍ଲୋନ ରୂପ ନେବ ବୁଲବୁଲ । ଏହି ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ ନ କରିପାରେ । କିନ୍ତୁ ଏହାର ପ୍ରଭାବ ଓଡ଼ିଶାରେ ଆଂଶିକ ଭାବେ ପଡ଼ିବ । ତେବେ ଏହା ପ୍ରଭାବରେ ଆସନ୍ତା କାଲି ଠାରୁ ବର୍ଷା ଆରମ୍ଭ ହେବ । ଓଡ଼ିଶା ଉପକୂଳରେ ସମୁଦ୍ର ଆଶାନ୍ତ ରହିବା ସହ ପ୍ରବଳ ବର୍ଷା ଆରମ୍ଭ ହେବ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । 

୯ତାରିଖ ସକାଳେ ୫୫ରୁ ୬୫ କିମି ଓ ଅପରାହ୍ନରେ ୭୦ରୁ ୮୦ କିମି ବେଗରେ ପବନ ବୋହିବ । ସେହିପରି ୯ତାରିଖରେ ଉତ୍ତର ଓଡ଼ିଶା ସହ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବର୍ଷା ହେବ ।ତେଣୁ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଜିଲ୍ଲାପାଳ ଆସନ୍ତା ୨ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାରେ ମଧ୍ୟ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ା 

  • Tags: