Home > ଶିକ୍ଷା
ଭିଡ଼ିଓ କଲିଙ୍ଗ ମାଧ୍ୟମରେ ଶିକ୍ଷା ପ୍ରଦାନରେ ସହାୟକ ହେବ ଗୁଗୁଲ ମିଟ ଆପ
Khabar Odisha:Google-meet-app-will-be-help-student-in-education
ନୂଆଦିଲ୍ଲୀ, ଜୁନ ୨୭ (ଖବର ଓଡ଼ିଶା):


ଏବେ ମହାମାରୀ କରୋନା ଯୋଗୁଁ ପ୍ରାୟ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି. ଏହି ପରିପ୍ରେକ୍ଷୀରେ ପିଲାମାନେ ଘରେ ରହି ବିଭିନ୍ନ ଭିଡ଼ିଓ କଲିଙ୍ଗ ଆପ ମାଧ୍ୟମରେ ଶିକ୍ଷକଙ୍କ ସହ ଯୋଗାଯୋଗ କରି ପାଠ ପଢୁଛନ୍ତି. ତେବେ ଏହି ଭିଡ଼ିଓ କଲିଙ୍ଗ ଆହୁରି ଭଲ ହେବାପାଇଁ ଗୁଗୁଲ ଲଞ୍ଚ କରିଛି ଏକ ଭିଡ଼ିଓ କଲିଙ୍ଗ ଆପ ଯାହାର ନାମ ରହିଛି ଗୁଗୁଲ ମିଟ. 



ଏହି ଆପ ଦେଶରେ ବ୍ୟବହୃତ ହେଉଥିବା ବିଭିନ୍ନ ଭାଷାରେ ଉପଲବ୍ଧ. ଫଳରେ ଏହାକୁ ବ୍ୟବହାର କରିବାରେ ସହାୟକ ହୋଇପାରିବ. ଏଥିରେ ମଧ୍ୟ ଭିଡ଼ିଓ କଲିଙ୍ଗ କରିବାବେଳେ ପଛରେ ଥିବା ବ୍ୟାକ ଗ୍ରାଉଣ୍ଡରେ ଆମେ ନିଜ ଇଚ୍ଛା ମୁତାବକ ଫୋଟୋ ରଖିପାରିବ. ଏଥିରେ ଏକାଥରକେ 49 ଜଣ ଲୋକ ଭିଡ଼ିଓ କଲିଂଗ ମାଧ୍ୟମରେ ଯୋଡ଼ି ହୋଇପାରିବେ. 



ବର୍ତ୍ତମାନ ସୁଦ୍ଧା ଗୁଗୁଲ ସ୍ଵିଟ ଦ୍ୱାରା ପାଖାପାଖି ବିଶ୍ୱରେ 140ରୁ ଅଧିକ ପିଲାମାନେ ପାଠ ପଢୁଛନ୍ତି. ତେବେ ଗୁଗୁଲ ମିଟ ଦ୍ୱାରା ଏହି ବ୍ୟବହାରକାରୀକୁ ସହାୟକ ହେବ ବୋଲି ଆଶା ରଖିଛନ୍ତି ଏହି ଆପର କର୍ମକର୍ତ୍ତା ମାନେ

  • Tags: