Home > ଶିକ୍ଷା
ମେ' ୨୦ ରୁ ଆରମ୍ଭ ହେବ ମାଟ୍ରିକ ମୂଲ୍ୟାୟନ, ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ
Khabar Odisha:Matric-evaluation-from-me-20
ଭୁବନେଶ୍ୱର, ମେ ୯ ( ଖବର ଓଡ଼ିଶା):

 କରୋନା ମୁକାବିଲା କରୁଛି ଓଡିଶା । ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଚାଲିଥିବା ବେଳେ ଛନ୍ଦି ହୋଇପଡିଛି ମାଟ୍ରିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ତେଣୁ ଏହାରି ଭିତରେ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ମେ ୨୦ରୁ ମାଟ୍ରକି ଖାତା ମୂଲ୍ୟାୟନ ଆରମ୍ଭ ହେବ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି  ।

ଆଜି ମାଟ୍ରକ ଖାତା ମୂଲ୍ୟାୟନ ନେଇ ବିିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ ଓ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତିଙ୍କ ସମେତ ଅଧିକାରୀମାନଙ୍କୁ ଏକ ବୈଠକ ବସିଥିଲା । ବୈଠକରେ ଖାତା ମୂଲ୍ୟାୟନ ତାରିଖ ଚୂଡାନ୍ତ ହୋଇଛି । ମେ ୨୦ ରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଥିବାବେଳେ ମେ ୧୯ରୁ ଖାତା ଦେଖିବାକୁ ପରୀକ୍ଷା ନିରୀକ୍ଷକ ରିପୋର୍ଟ କରିବେ । ତେବେ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଖାତାଦେଖା ବେଳେ ସାମାଜିକ ଦୂରତା ଅବଲମ୍ବନ କରାଯିବ । ମୂଲ୍ୟାୟନ କ୍ରେନ୍ଦ୍ରରେ କୋଭିଡ଼୍ ଗାଇଡ଼ଲାଇନର ପାଳନ ହେବ । ତେବେ ଖାତାଦେଖୁଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଚଳିତ ବର୍ଷ ସ୍ୱତନ୍ତ୍ର ଇନସେଣ୍ଟିଭ୍ ଦିଆଯିବ ବୋଲି ବୋର୍ଡ଼କୁ ପରାମର୍ଶ ଦିଆଯାଇଛି ତେବେ ଏନେଇ ବୈଠକରେ କୌଣସି ନଷ୍ପତ୍ତି ହୋଇନି । 

ଚଳିତ ବର୍ଷ ଫେବୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏ ମାଟ୍ରିକ ପରୀକ୍ଷା ହୋଇଥିଲା । ସାଢେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେଇଛନ୍ତି ।ମାର୍ଚ୍ଚ ୧୮ ଓ ୧୯ ଦୁଇଦିନ ଧରି ଖାତା ଦେଖା ହୋଇଥିଲା । ଏହା ପରେ କରୋନା ଲାଗି ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଥିଲା ।

  • Tags: