Home > ଶିକ୍ଷା
ମେ' ୨୦ ରୁ ଆରମ୍ଭ ହେବ ମାଟ୍ରିକ ମୂଲ୍ୟାୟନ, ନିୟୋଜିତ ହେବେ ଅଧିକ ଶିକ୍ଷକ
Khabar Odisha:Matric-evaluation-from-me-20
ଭୁବନେଶ୍ୱର, ମେ ୧୧ ( ଖବର ଓଡ଼ିଶା):

 କରୋନା ମୁକାବିଲା କରୁଛି ଓଡିଶା । ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଚାଲିଥିବା ବେଳେ ଛନ୍ଦି ହୋଇପଡିଛି ମାଟ୍ରିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ତେଣୁ ଏହାରି ଭିତରେ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ମେ ୨୦ରୁ ମାଟ୍ରକି ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏଥିରେ ଅଧିକ ଶିକ୍ଷକ ନିଯୁକ୍ତ ହେବେ । ଏନେଇ ବୋର୍ଡ ପକ୍ଷରୁ କୁହାଯାଇଛି। 

 ମେ ୨୦ ରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଥିବାବେଳେ ମେ ୧୯ରୁ ଖାତା ଦେଖିବାକୁ ପରୀକ୍ଷା ନିରୀକ୍ଷକ ରିପୋର୍ଟ କରିବେ । ତେବେ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ । ଖାତାଦେଖା ବେଳେ ସାମାଜିକ ଦୂରତା, ମାସ୍କ ନିୟମ ଅବଲମ୍ବନ କରାଯିବ । ଖାତା ଦେଖା ପାଇଁ ଅଧିକ ଶିକ୍ଷକ ନିଯୁକ୍ତ ହେବେ। ପୂର୍ବରୁ ନିର୍ଦ୍ଧାରିତ ୬୦ ଟି କେନ୍ଦ୍ର ରେ ଖାତା ଦେଖା ହେବ। ପୂର୍ବରୁ ଯେତିକି ଶିକ୍ଷକ ଖାତା ଦେଖୁଥିଲେ ତା ଠୁ ଆଉ ୬ହଜାର ଶିକ୍ଷକ ଖାତା ଦେଖିବେ । କୌଣସି କଣ୍ଟନମେଣ୍ଟ ଜୋନରେ ଖାତା ଦେଖା କେନ୍ଦ୍ର ନାହିଁ । ୩ ଟି ଫେଜ୍ ରେ ଖାତା ଦେଖା ହେବ । ଖାତା ଦେଖା ପାଇଁ ୨,୪ ଦିନ ଅଧିକ ସମୟ ଲାଗିପାରେ। 

ମୂଲ୍ୟାୟନ କ୍ରେନ୍ଦ୍ରରେ କୋଭିଡ଼୍ ଗାଇଡ଼ଲାଇନର ପାଳନ ହେବ । ତେବେ ଖାତାଦେଖୁଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଚଳିତ ବର୍ଷ ସ୍ୱତନ୍ତ୍ର ଇନସେଣ୍ଟିଭ୍ ଦିଆଯିବ ବୋଲି ବୋର୍ଡ଼କୁ ପରାମର୍ଶ ଦିଆଯାଇଛି ତେବେ ଏନେଇ ବୈଠକରେ କୌଣସି ନଷ୍ପତ୍ତି ହୋଇନି ବୋଲି ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ ।

ଚଳିତ ବର୍ଷ ଫେବୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏ ମାଟ୍ରିକ ପରୀକ୍ଷା ହୋଇଥିଲା । ସାଢେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେଇଛନ୍ତି ।ମାର୍ଚ୍ଚ ୧୮ ଓ ୧୯ ଦୁଇଦିନ ଧରି ଖାତା ଦେଖା ହୋଇଥିଲା । ଏହା ପରେ କରୋନା ଲାଗି ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଥିଲା ।

  • Tags: