Home > ଶିକ୍ଷା
ବାତ୍ୟା ଅମ୍ଫାନ୍ ପାଇଁ ସ୍ଥଗିତ ହେଲା ମାଟ୍ରିକ ମୂଲ୍ୟାୟନ , ୨୧ ରୁ ଆରମ୍ଭ ହେବ ନାହିଁ ଖାତାଦେଖା
Khabar Odisha:Matric-evaluation-postponed-for-cyclone-amfan
ଭୁବନେଶ୍ୱର, ମେ ୧୯ ( ଖବର ଓଡ଼ିଶା):

 ସ୍ଥଗିତ ହେଲା ମାଟ୍ରିକ ଖାତାଦେଖା। ବାତ୍ୟା ଅମ୍ଫାନ୍ କୁ ଦୃଷ୍ଟିରେ ରଖି ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଖାତା ଦେଖାକୁ ବାତିଲ କରାଯାଇଛି  । 

ପୂର୍ବରୁ ମେ ୨୦ ରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ ହେବାକୁ ନିଷ୍ପତି ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ । କିନ୍ତୁ ବାତ୍ୟା ଯୋଗୁଁ ୨୦ ବଦଳରେ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ ବୋଲି ଗତକାଲି କହିଥିଲେ | ତେବେ ବାତ୍ୟା ର ପ୍ରଭାବ ଅଧିକ ରହିବା ଯୋଗୁଁ ଏହି ମାଟ୍ରିକ ପରୀକ୍ଷା ମୂଲ୍ୟାୟନ କୁ ସ୍ଥଗିତ ରଖାଯାଇଛି ।

ପରବର୍ତ୍ତୀ ସମୟରେ କେବେ ଖାତା ଦେଖା ହେବ ସେନେଇ ନିଷ୍ପତି ନିଆଯିବ। ପୂର୍ବ ନିର୍ଦ୍ଧାରିତ ୬୦ଟି କେନ୍ଦ୍ର ରେ ହେବ ମୂଲ୍ୟାୟନ। ଏହାସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୧୦ କିଲୋମିଟର ପରିଧି ଭିତରେ ଥିବା ମୂଲ୍ୟାୟନ କେନ୍ଦ୍ରରେ ହିଁ ଖାତା ଦେଖିବେ ଶିକ୍ଷକ ବୋଲି ସୂଚନା ମିଳିଛି।

  • Tags: