Home > ଶିକ୍ଷା
ଦୂରଦର୍ଶନ ମାଧ୍ୟମରେ ପଢିବେ ପିଲା, ପ୍ରସାରିତ ହେବ ଦଶମ ଶ୍ରେଣୀ ପାଠ
Khabar Odisha:Matric-students-read-in-durdarshan
ଭୁବନେଶ୍ୱର, ଏପ୍ରିଲ ୧୮( ଖବର ଓଡ଼ିଶା):

 ଲକ ଡାଉନ୍ ପାଇଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ  ଜୁନ ୧୭ ଯାଏଁ ବନ୍ଦ ରହିଛି ।  ଏହି ସମସ୍ୟାର ସମାଧାନ ପାଇଁ ଡିଡି ଓଡିଆରେ ପ୍ରସାରିତ ହେବ ଅନଲାଇନ ଏଡୁସାଟ କ୍ଲାସର ରେକର୍ଡ ଭିଡିଓ । ଏହି ଭିଡିଓ ମାଧ୍ୟମରେ ଦଶମ ଶ୍ରେଣୀ ପିଲା ପାଠ ପଢିବେ ।

ଟିିଭି ମାଧ୍ୟମରେ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦିନକୁ ଦୁଇ ଥର ଡିଡି ଓଡିଆରେ କାର୍ଯ୍ୟକ୍ରମ ପ୍ରସାରଣ ହେବ । ଆସନ୍ତା ୨୦ ତାରିଖରୁ ମେ’ ୧୨ ତାରିଖ ମଧ୍ୟରେ ୩୪ଟି ଭିଡିଓର ପୁନଃ ପ୍ରସାରଣ ହେବ । ସୋମବାରରୁ ଶୁକ୍ରବାର ଦିନ ୧୧ଟାରୁ ୧୨ ଟା ଓ ଦିନ ୩ଟା୩୦ରୁ ୪ଟା ୩୦ରେ ପ୍ରସାରିତ ହେବ । ଗଣିତ , ଇଂରାଜୀ,ଭୂଗୋଳ, ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ପାଠ୍ୟକ୍ରମ ପ୍ରସାରଣ କରାଯିବ ।

 ଏହାଛଡା ଅନ୍ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ଦୀକ୍ଷା ଆପ ଜରିଆରେ ପାଠ ପଢିପାରିବେ ।ଲକ୍‌ଡାଉନ  ସମୟରେ  ଦୂରଦର୍ଶନ  ଜରିଆରେ ଦଶମ ପାଠ ପଢାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

  • Tags: