Home > ଶିକ୍ଷା
ଜୁନିୟର ଓ ସିନିୟର ଫେଲୋଶିପ ଟଙ୍କା ବଢାଇଲା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ
Khabar Odisha:Nation-University-Grant-Commission-increases-money-for-junior-and-senior-fellowship

ନୂଆଦିଲ୍ଲୀ, ଜୁନ ୦୫ (ଖବର ଓଡ଼ିଶା): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ବିଜ୍ଞାନ, ହ୍ୟୁମାନଟିଜ ଏବଂ ସୋସିଆଲ ମିଡିଆରେ ଜୁନିୟର ରିସର୍ଚ୍ଚ ଫେଲୋଶିପ (ଜେଅ।ରଏଫ) ଏବଂ ସିନିୟର ରିସର୍ଚ୍ଚ ଫେଲୋଶିପ (ଏସଆରଏଫ) ଯୋଜନାରେ ଦିଆଯାଉଥିବା ଟଙ୍କା ବୃଦ୍ଧି କରିଛି । 

ୟୁଜିସି ସଚିବ ରାଜନୀଶ ଜୈନଙ୍କ ତରଫରୁ ଜାରି ହୋଇଥିବା ୨୦୧୯ ଜୁନ ୩ ବିଜ୍ଞପ୍ତିର ସୂଚନା ଅନୁସାରେ ଜେଆରଏଫର ବର୍ତ୍ତମାନ ଟଙ୍କା ୨୫,୦୦୦ରୁ ବୃଦ୍ଧି ପାଇଁ ୩୧,୦୦୦ ପ୍ରତିମାସ କରିଦିଆଯାଇଛି । ସେହିଭଳି ୟୁଜିସି ନେଟରେ ଏସଆରଏଫ ରାଶିକୁ ୨୮୦୦୦ ଟଙ୍କା ପ୍ରତି ମାସରୁ ବଢାଇ ୩୫,୦୦୦ ଟଙ୍କା କରିଦେଇଛି । 

ୟୁଜିସିର ନୋଟିସ ଅନୁସାରେ ସଂଶୋଧିତ ଦର ୨୦୧୯ ଜାନୁୟାରୀ ୧ରୁ ଲାଗୁ ହେବ । ଏଥିରେ କୁହାଯାଇଛି ଯେ, ଘର ଭଡା ଭତ୍ତା ୮ ପ୍ରତିଶତ ଏବଂ ୨୪ ପ୍ରତିଶତର ସଂଶୋଧିତ ଦର ଉପରେ ରିସର୍ଚ୍ଚ କାର୍ଯ୍ୟସ୍ଥଳ ଅନୁସାରେ ଭାରତ ସରକାରର ମାନଦଣ୍ଡ ଅନୁସାରେ ଦେୟ ଦେବାକୁ ପଡିବ । ଅନ୍ୟ ନିୟମ ଏବଂ ସର୍ତ୍ତ ୟୁଜିସିର ଦ୍ୱାଦଶ ପଂଚବାର୍ଷିକ ଯୋଜନା ଅନୁସାରେ ଜେଆରଏଫ ନିୟମ ଅନୁସାରେ ଦିଆଯିବ । 

 

  • Tags: