Home > ଶିକ୍ଷା
ଇସ୍ରୋରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂର ସିଧାପ୍ରସାରଣ ଦେଖିବାର ସୁଯୋଗ, ଛାତ୍ରଛାତ୍ରୀଙ୍କୁ ଏଭଳି ମିଳିବ ପ୍ରବେଶ
Khabar Odisha:National-Education-Development-Odisha-pm-modi-start-quiz-competition-for-students-to-get-chance-forseeing-landing-of-chandrayaan-2-in-isro
ନୂଆଦିଲ୍ଲୀ, ଜୁଲାଇ ୨୮(ଖବର ଓଡିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ମନ୍ କି ବାତ୍ ମାଧ୍ୟମରେ ଦେଶର ଜନତାଙ୍କୁ ସମ୍ୱୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏହି ଖାସ୍ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ପାଇଁ ମଧ୍ୟ ଖାସ୍ ବାର୍ତ୍ତା ଦେଇଛନ୍ତି । ବିଜ୍ଞାନରେ ରୁଚି ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ମଧ୍ୟରେ ଗୋଟିଏ କ୍ୱିଜ ପ୍ରତିଯୋଗିତାର ଘୋଷଣା କରିଛନ୍ତି । ପ୍ରତିଯୋଗିତା ଜିତିଥିବା ପିଲାଙ୍କୁ ଶ୍ରୀହରିକୋଟା ସ୍ଥିତ ଇସ୍ରୋରେ ଚନ୍ଦ୍ରଯାନ-୨ର ଚନ୍ଦ୍ର ପୃଷ୍ଠରେ ପଦାର୍ପଣର ଦେଖିବାକୁ ସୁଯୋଗ ମିଳିବ ।

ମନ୍ କି ବାତ୍ କାର୍ଯ୍ୟକ୍ରମ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଯୋଗିତାର ଘୋଷଣା କରିବା ସହିତ କହିଥିଲେ ଯେ, ମୋ ଦେଶର ବିଦ୍ୟାର୍ଥୀ ବନ୍ଧୁ, ଯୁବ ସାଥୀମାନଙ୍କୁ ଗୋଟିଏ ବହୁତ ରୋମାଞ୍ଚକର ପ୍ରତିଯୋଗିତା ବିଷୟରେ କହିବାକୁ ଚାହୁଁଛି । ମୋଦିଙ୍କ ଅନୁଯାୟୀ, ସ୍କୁଲର ଛାତ୍ରଛାତ୍ରୀମାନହ୍କୁ କ୍ୱିଜ ପ୍ରତିଯୋଗିତାରେ ଭାଗନେବାକୁ ପଡିବ ଏବଂ ସର୍ବାଧିକ ଅଙ୍କ ହାସଲ କରିବାକୁ ପଡିବ । ପ୍ରତିଯୋଗିତାରେ ସର୍ବାଧିକ ଅଙ୍କ ରଖିଥିବା ପିଲାଙ୍କୁ ସେପ୍ଟେମ୍ୱର ୭ ତାରିଖରେ ଇସ୍ରୋ ନିଆଯିବ । ସେଠାରେ ତାଙ୍କୁ ଚନ୍ଦ୍ରଯାନ-୨ର ଚନ୍ଦ୍ରପୃଷ୍ଠରେ ପଦାର୍ପଣର ଦୃଶ୍ୟ ଦେଖିବାକୁ ସୁଯୋଗ ମିଳିବ । 

ଚନ୍ଦ୍ରଯାନ-୨ର ପଦାର୍ପଣ ଦେଖିବା ପାଇଁ ସାରା ଦେଶରୁ ଲକ୍ଷାଧିକ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେବେ । କ୍ୱିଜ ପ୍ରତିଯୋଗିତା ଖେଳିବା ପାଇଁ ସ୍ମାର୍ଟ ଫୋନରେ MYGov App ଡାଉନଲୋଡ୍ କରିବାକୁ ପଡିବ । ଏହି ଆପରେ ଅଗଷ୍ଟ ୧ ତାରିଖରେ କ୍ୱିଜ ପ୍ରତିଯୋଗିତ ସହିତ ଜଡିତ ବିସ୍ତୃତ ସୂଚନା ଦିଆଯିବ । 

ସୂଚନାଯୋଗ୍ୟ ଯେ, ମନ କି ବାତ୍ କାର୍ଯ୍ୟକ୍ରମ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ପିଲାମାନଙ୍କ ସହିତ ସ୍କୁଲର ପ୍ରବନ୍ଧକଙ୍କୁ ମଧ୍ୟ ସଚତନ କରାଇଥିଲେ । ସ୍କୁଲର ଷ୍ଟାଫଙ୍କ ଠାରୁ ଆଗ୍ରହ ପ୍ରକାଶ କରିବା ସହିତ କହିଥିଲେ ଯେ, ଦେଶର ସମସ୍ତ ସ୍କୁଲ ଏହି କ୍ୱିଜ ପ୍ରତିଯୋଗିତାରେ ବିଜୟୀ ହେବା ପାଇଁ ବହୁତ ପରିଶ୍ରମ କରନ୍ତୁ । ଏହା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରୋତ୍ସାହିତ କରନ୍ତୁ । 

ଜୁଲାଇ ୨୨ ତାରିଖରେ ଇସ୍ରୋ ପକ୍ଷରୁ ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୨କୁ ଲଞ୍ଚ କରାଯାଇଥିଲା । ଚନ୍ଦ୍ରଯାନ-୨ ସେପ୍ଟେମ୍ୱର ୭ ତାରିଖରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କୁଲର ପିଲାମାନଙ୍କ ପାଇଁ କ୍ୱିଜ ପ୍ରତିଯୋଗିତାର ଘୋଷଣା କରିଥିଲେ ଏବଂ ଭାରତ ସରକାର ପ୍ରତିଯୋଗିତା ଜିତିଥିବା ସମସ୍ତ ପିଲାଙ୍କୁ ନିଜ ଖର୍ଚ୍ଚରେ ଶ୍ରୀହରିକୋଟାରେ ଥିବା ଇସ୍ରୋକୁ ନେବେ ।