Home > ଶିକ୍ଷା
SSC କି IBPS ନୁହେଁ, ଏବେ ସରକାରୀ ଚାକିରୀ ପାଇଁ ଏହି ନୂଆ ସଂସ୍ଥା କରିବ ପରୀକ୍ଷା
Khabar Odisha:National-education-Not-SSC-Or-IBPS-National-Recruitment-Agency-NRA-To-Conduct-Govt-Jobs-Exams
ନୂଆଦିଲ୍ଲୀ,ସେପ୍ଟେମ୍ବର ୧୮(ଖବର ଓଡିଶା)

ସରକାରୀ ଚାକିରୀ ପାଇଁ ହେଉଥିବା ପରୀକ୍ଷା ଗୁଡିକ ପାଇଁ ଆଉ ଏକ ସଂସ୍ଥା ଗଠନ ହେଉଛି । କର୍ମଚାରୀ ଚନୟ ଆୟୋଗ(SSC),ଇନଷ୍ଟିଚ୍ୟୁଷ୍ଟ ଅଫ ବ୍ୟାଙ୍କିଙ୍ଗ ପର୍ସନଲ ସିଲେକ୍ସନ ( IBPS) ପରି ସଂସ୍ଥା ଦ୍ୱାରା ଆୟୋଜିତ ହେଉଥିବା ପରୀକ୍ଷା ମଧ୍ୟ ଏହି ସଂସ୍ଥା ଦ୍ୱାରା ଆୟୋଜିତ ହେବ । ଏଥିପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । 

ଗ୍ରୁପ ବି ( ନନ୍‌ ଗେଜେଟେଡ), ଗ୍ରୁପ ସି (ନନ୍‌ ଟେକ୍ନିକାଲ), ବ୍ୟାଙ୍କ କ୍ଲର୍କ ଚାକିରୀ ସମତେ ଅନ୍ୟ ସରକାରୀ ସଂସ୍ଥାରେ ହେଉଥିବା ଭର୍ତ୍ତି ପାଇଁ ଏକ ନୂତନ ସଂସ୍ଥା ପରୀକ୍ଷା ଆୟୋଜନ କରିବ । ଏହି ସଂସ୍ଥାର ନାଁ ନ୍ୟାସନାଲ ରିକ୍ରୁଟମେଣ୍ଟ ଏଜେନ୍ସି ( NRA) । ପ୍ରତ୍ୟେକ ବର୍ଷ ବିଭିନ୍ନ ସରକାରୀ ସଂସ୍ଥା ପାଇଁ ହେଉଥିବା ପାରୀକ୍ଷାରେ ସାମିଲ ହେଉଥିବା ପ୍ରାୟ 2.5 କୋଟି ଆଶାୟୀ ପ୍ରାର୍ଥୀଙ୍କ ପାଇଁ  NRA କମନ ଏଲିଜିବିଲିଟି ଟେଷ୍ଟ (CET)ର ଆୟୋଜନ କରିବ । ଅର୍ଥ ମନ୍ତ୍ରାଳୟର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । 

ଅର୍ଥ ମନ୍ତ୍ରାଳୟର ସୂତ୍ର ଅନୁସାରେ, NRA ସରକାରୀ ସଂସ୍ଥା ଗୁଡିକରେ ହେଉଥିବା ଭର୍ତ୍ତି ପାଇଁ ପ୍ରିଲିମ୍ସ ପରୀକ୍ଷାର ଆୟୋଜନ କରିବ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଏସଏସସି ଏବଂ ଆଇବିପିଏସ ପରି ସଂସ୍ଥା ଦ୍ୱାରା କରାଯାଉଥିଲା । ଏହାପରେ ହେବାକୁ ଥିବା ମୁଖ୍ୟ ପରୀକ୍ଷା ଏସଏସସି ଏବଂ ଆଇବିପିଏସ ଦ୍ୱାରା ହିଁ ଆୟୋଜିତ କରାଯିବ । ଏକ୍ସସାଇଜ, ରେଲୱେ, ଆୟକର ବିଭାଗ ସହିତ ବିଭିନ୍ନ ସରକାରୀ ବିଭାଗରେ ଭର୍ତ୍ତି ପାଇଁ ହେଉଥିବା ଏସଏସସିର ସିଜିଏଲର ପରୀକ୍ଷା ମଧ୍ୟ NRA ଦ୍ୱାରା କରାଯିବ । 

ଏକ ରିପୋର୍ଟ ଅନୁସାରେ, ବର୍ତ୍ତମାନ ପ୍ରାୟ 2.5 କୋଟି ଆଶାୟୀ ପ୍ରାର୍ଥୀ ସରକାରୀ ଭର୍ତ୍ତି ପାଇଁ ପ୍ରିଲିମ୍ସ ପରୀକ୍ଷାରେ ସାମିଲ ହୋଇଥାନ୍ତି । ଏଥିରୁ ଅଧିକାଂଶ ପରୀକ୍ଷା ଏସଏସସି ଦ୍ୱାରା ଅୟୋଜିତ ହୋଇଥାଏ । ଏବେ ଏହି ପ୍ରସ୍ତାବ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ପାଖକୁ ପଠାଯିବାକୁ ବାକି ରହିଛି । ସେ ପର୍ଯ୍ୟନ୍ତ ସମ୍ୱନ୍ଧିତ ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯିବନି । ସବୁ ପରୀକ୍ଷା ପୂର୍ବନିର୍ଦ୍ଧାରିତ ପରି ଆୟୋଜିତ ହେବ ।