Home > ଶିକ୍ଷା
ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ତାଲିକା
Khabar Odisha:Plus-III-first-phase-cut-off-marks-published-total-188222-students-selected
ଭୁବନେଶ୍ୱର, ଜୁଲାଇ ୧୮(ଖବର ଓଡ଼ିଶା):

ଆଜି ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ସବୁ ବିଷୟରେ ସର୍ବାଧିକ କଟଅଫ୍ ରଖିି ବିଜେବି କଲେଜ ଆଗରେ ରହିଛି । ଜୁଲାଇ ୧୯ରୁ ୨୪ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ ।

 ପ୍ରଥମ ପର୍ଯ୍ୟାୟ କଟଅଫରେ ୧ଲକ୍ଷ ୮୮ହଜାର ୨୨୨ଛାତ୍ରଛାତ୍ରୀଙ୍କ ନାମ ତାଲିକାରେ ରହିଛି । ଚଳିତ ଥର ଯୁକ୍ତ ୩ ନାମଲେଖା ପାଇଁ ୨ଲକ୍ଷ ୧୦ହଜାର ୪୪୬ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ବିଜେବି କଲେଜ କଳା ସମ୍ମାନ(ଭୂଗୋଳ)ରେ ସର୍ବାଧିକ ୮୯ ପ୍ରତିଶତ ଥିବା ବେଳେ ବିଜ୍ଞାନ ସମ୍ମାନରେ (ଜୁଲୋଜି)ରେ ସର୍ବାଧିକ ୯୧.୫ ପ୍ରତିଶତ ରହିଛି । ଏହା ସହ ବିଜେବି କଲେଜରେ ବିଜ୍ଞାନ ସମ୍ମାନ(ଗଣିତ)ରେ ସର୍ବଧିକ ୯୩ପ୍ରତିଶତ ଥିବା ବେଳେ ଫିଜିକ୍ସରେ ୯୨.୬୭ ପ୍ରତିଶତ ଓ କେମିଷ୍ଟ୍ରିରେ ୯୦.୮ ପ୍ରତିଶତ ଓ ବଟାନିରେ ୮୮ପ୍ରତିଶତ କଟଅଫ୍ ମାର୍କ  ରହିଛି ।

ଜୁଲାଇ ୧୯ରୁ ୨୪ ତାରିଖ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଅଗଷ୍ଟ ୫ରେ ଦ୍ୱିତୀୟ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇବ । ଅଗଷ୍ଟ ୬ରୁ ୧୧ ମଧ୍ୟରେ ନାମଲେଖା ହେବ । ବଳକା ସିଟ୍ ପାଇଁ ଅଗଷ୍ଟ ୧୪ରେ ସ୍ପଟ୍ ସିଲେକ୍ସନ, ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ଅଗଷ୍ଟ ୧୭ରେ ନାମଲେଖା ହେବ । ଅଗଷ୍ଟ ୮ରୁ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ ।

  • Tags: