Home > ଶିକ୍ଷା
ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ବଡ଼ ଖବର: ରାଜ୍ୟରେ ଜୁନ ୧୭ ରେ ଖୋଲିବନି ସ୍କୁଲ୍, ଜୁଲାଇ ମାସରେ ନିଆଯିବ ନିଷ୍ପତି
Khabar Odisha:School-will-not-open-on-June-17-in-Odisha
ଭୁବନେଶ୍ୱର, ମେ ୩୧ ( ଖବର ଓଡ଼ିଶା):

 ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ରାଜ୍ୟରେ ଜୁନ୍ ୧୭ ତାରିଖରୁ ଖୋଲିବନି  ସ୍କୁଲ୍‌। ଏନେଇ  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶରେ ଜୁନ୍‌ ୩୦ ଯାଏ ଲକ୍‌ ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି।  ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି। ଗାଇଡଲାଇନ ଅନୁସାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ରହିଛି । ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଓ ଅଭିଭାବକ ଜୁଲାଇରେ ସ୍କୁଲ୍ ଖୋଲିବା ନେଇ ଆଲୋଚନା କରି ନିଷ୍ପତି ନେବେ।  ତେଣୁ ଜୁନ୍ ୧୭ରୁ ସ୍କୁଲ ଖୋଲିବନି ବୋଲି ସୂଚନା ଦିଆଯାଇଛି । ତେବେ ପୁଣି କେବେ ସ୍କୁଲ୍‌ ଖୋଲିବ ସେନେଇ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ରାଜ୍ୟରେ ଜୁନ୍‌ ୧୭ରୁ ସ୍କୁଲ୍‌ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା।

  • Tags: