Home > ଶିକ୍ଷା
କରୋନା ଆତଙ୍କ: ସ୍କୁଲ ପିଲାଙ୍କୁ ସତର୍କ କରାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
Khabar Odisha:State-Eduaction-Odisha-Corona-Virus-Advisory-for-School-Students
ଭୁବନେଶ୍ୱର, ମାର୍ଚ୍ଚ ୦୫(ଖବର ଓଡ଼ିଶା):

ସାରା ବିଶ୍ୱରେ କରୋନାକୁ ନେଇ ସୃଷ୍ଟି ହୋଇଛି ଆତଙ୍କ । ଏହା ଧିରେ ଧିରେ ଭାରତରେ ମଧ୍ୟ କରୋନା ଭାଇରସର ପ୍ରଭାବ ଦେଖାଯିବା ପରେ ବଢ଼ିଯାଇଛି ଚିନ୍ତା। ତେଣୁ ରାଜ୍ୟ ସରକାର ସ୍କୁଲ ପିଲାଙ୍କୁ କିଛି ଗାଇଡ଼ଲାଇନ ଦ୍ୱାରା ସତର୍କ କରାଇଛନ୍ତି । 

ଧିରେ ଧିରେ ଭାରତରେ ମଧ୍ୟ କରୋନା ଭାଇରସର ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ୩୦ ପହଂଚିଲାଣି । ତେବେ ଓଡ଼ିଶାରେ ଏଯାଏଁ କରୋନା ଆକ୍ରାନ୍ତ ବ୍ୟକ୍ତି ନ ଥିବା ସତ୍ୱେ ସଚେତନ ରହିବାକୁ ପଡ଼ିବ । ତେଣୁ ସ୍କୁଲ ପିଲାଙ୍କୁ କରୋନା ସଂକ୍ରମଣରୁ ରକ୍ଷା ଦେବା ପାଇଁ ସତର୍କତାର ସହ ରହିବାକୁ ରାଜ୍ୟ ସରକାର କହିଛନ୍ତି । ଏନେଇ ସମସ୍ତ ଡିଇଓ, ଡିପିଓ ଓ ବିଇଓଙ୍କୁ ଓଏସଇପିଏ ପକ୍ଷରୁ ଚିଠି ଲେଖାଯାଇଛି । ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । 

ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ହ୍ୟାଣ୍ଡ ୱାସରେ ହାତ ସଫା କରିବାକୁ ପରାମର୍ଶ । 

ହଠାତ କାଶିଲେ ଛିଙ୍କିଲେ ମୁହଁରେ ରୁମାଲ ଲଗାଇବାକୁ ପରାମର୍ଶ 

ଆବଶ୍ୟକସ୍ଥଳେ ଟିସୁ ପେପର ବ୍ୟବହାର କରିବାକୁ ପରାମର୍ଶ 

ସାଧାରଣ ଲୋକଙ୍କ ଗହଳି ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ

ସମସ୍ତ ସରକାରୀ ଓ ବେସରକାର ସ୍କୁଲରେ ସଚେତନତା ସୃଷ୍ଟି ଆବଶ୍ୟକ

  • Tags: