Home > ଶିକ୍ଷା
ଜାଲ ପ୍ରମାଣପତ୍ରରେ ଶିକ୍ଷକତା କରି ଧରାପଡ଼ିଛନ୍ତି ୨୧୬ଜଣ ନକଲି ଶିକ୍ଷକ, ଗୃହରେ ତଥ୍ୟ ଦେଲେ ମନ୍ତ୍ରୀ
Khabar Odisha:State-Odisha-Fake-teachers-matter-in-Odisha-assembly
ଭୁବନେଶ୍ୱର, ନଭେମ୍ବର ୨୭(ଖବର ଓଡ଼ିଶା):

ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ । ଆଜି ବିଧାନସଭା ଶୀତଅଧିବେଶନରେ ଉଠିଛି ଜାଲ ପ୍ରମାଣ ପତ୍ରରେ ଶିକ୍ଷକତା କରୁଥିବା ଶିକ୍ଷକଙ୍କ ପ୍ରସଙ୍ଗ । ଶାସକ ଦଳ ବିଧାୟକ ସୈାଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉତ୍ତର ଦେଇ ଏହା ସ୍ପଷ୍ଟ କରିଛନ୍ତି । 

ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ିବାରେ ଲାଗିଛି । କେଉଁଠି ସ୍କୁଲରେ ତାଲା ଝୁଲୁଛି ତ କେଉଁଠି ନକଲି ଶିକ୍ଷକ । କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି ଶିକ୍ଷକ ଧରାପଡ଼ୁଥିବା ବେଳେ ଆଜି ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ ଚୈାଦ୍ୱାର ବିଧାୟକ ସୈାଭିକ ବିଶ୍ୱାଳ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କେତେ ନକଲି ଶିକ୍ଷକ ଧରାପଡ଼ିଛନ୍ତି ? ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୈାଭିକ ବିଶ୍ୱାଳ ପ୍ରଶ୍ନ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ପ୍ରାଥମିକ ସ୍ତରରେ ୧୫ , ମାଧ୍ୟମିକ ସ୍ତରରେ ୭୬ ଓ ୧୨୫ଜଣ ଶିକ୍ଷା ସହାୟକ ଏବଂ କନିଷ୍ଠ ଶିକ୍ଷକ ଜାଲ ଶିକ୍ଷା ପ୍ରମାଣ ପତ୍ର ଦେଇ ଧରାପଡ଼ିଥିବା ଗୃହରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।  

ସମସ୍ତ ଶିକ୍ଷକଙ୍କ ଶିକ୍ଷା ଏବଂ ଜାତିଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ଶିକ୍ଷକଙ୍କ ନାଁରେ ଏତଲା ଦେଇ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

  • Tags: