Home > ଶିକ୍ଷା
ଆସନ୍ତା କାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ
Khabar Odisha:State-Odisha-Ojee-Result-will-be-declare-on-tomorrow
ଭୁବନେଶ୍ୱର, ଜୁନ ୧୮(ଖବର ଓଡ଼ିଶା):

ଆସନ୍ତାକାଲି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ପରୀକ୍ଷାଫଳ ପ୍ରକାଶ ପାଇବ। ପରୀକ୍ଷା ଫଳ ପାଇଁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ ।

ଓଜେଇଇର ପରୀକ୍ଷାଫଳ ଆସନ୍ତାକାଲି ପ୍ରକାଶ ପାଇବ । କାଲି ସାଢେ ୧୨ଟା ବେଳେ ସଚିବାଳୟରେ ଏହି ପରୀକ୍ଷା ଫଳ ଘୋଷଣା ହେବ । ଏଥିପାଇଁ ପିଲାଙ୍କ ମନରେ ଉତ୍ସାହ ଦେଖାଦେଇଛି । ପ୍ରଥମଥର ଲାଗି ପିଜି ସ୍ତରର କୋର୍ସ ପାଇଁ ଓଜେଇଇ ପକ୍ଷରୁ ଅନଲାଇନ୍ ଟେଷ୍ଟ ହୋଇଥିଲା । ଆସନ୍ତାକାଲି ଉଭୟ ଅନଲାଇନ ଓ ଅଫଲାଇନରେ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇବ । ପିଜି କୋର୍ସ ପାଇଁ ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ।  ଏମ ଫାର୍ମା , ଇଂଜିନିୟରିଂ ପାଇଁ ପ୍ରାୟ ୩୦,୦୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ।ଦୁଇ ଦିନ ଧରି ଛାତ୍ରଛାତ୍ରୀ ଏହି ଏହି ପରୀକ୍ଷା ଦେଇଥିଲେ । ଅଫଲାଇନରେ ୨୫,୭୩୧ ଓ ଅନଲାଇନରେ ୧୩,୯୧୮ଜଣ ପରୀକ୍ଷା ଦେଇଥିଲେ । ପ୍ରଥମ ଦିନରେ ତିନୋଟି ସିଟିଂରେ ପରୀକ୍ଷା ହୋଇଥିଲା। ଏମ୍‌ସିଏ, ଏମ୍.ଟେକ୍, ଏମ୍.ଫାର୍ମ, ଏମ୍.ଆର୍କ ଓ ଏମ୍. ପ୍ଲାନ୍ , ଏମ୍‌ବିଏ ପ୍ରବେଶିକା ପରୀକ୍ଷା ପାଇଁ ଓଜେଇଇରେ ପିଲା ପରୀକ୍ଷା ଦେଇଥିଲେ । ତିନୋଟି ସିଟିଂରେ ପରୀକ୍ଷା କରାଯାଇଥିଲା ।  ବାତ୍ୟା ‘ଫୋନି’ ଲାଗି ଅନ୍‌ଲାଇନ୍ ପରୀକ୍ଷାକୁ ଘୁଞ୍ଚାଯାଇଥିଲା ।

  • Tags: