Home > ଶିକ୍ଷା
ରାଜ୍ୟରେ ଅନୁସୂଚିତ ଜାତି ବର୍ଗଙ୍କ ସାକ୍ଷରତା ହାର ବଢିଛି: ଜଗନ୍ନାଥ ସାରକା
Khabar Odisha:State-Odisha-SC-ST-Students-Education-rate-increased
ଭୁବନେଶ୍ୱର, ନଭେମ୍ବର ୨୨(ଖବର ଓଡ଼ିଶା):

ଆଜି ଗୃହରେ ଅନୁସୂଚିତ ଜାତି ବର୍ଗର ସାକ୍ଷରତା ପ୍ରସଙ୍ଗ ଉଠିଛି । ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ସାକ୍ଷରତା ହାର ବଢିଛି ବୋଲି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ବିରୋଧୀଙ୍କ ପ୍ରଶ୍ନରେ ଆଜି ଗୃହରେ ଉତ୍ତର ରଖିଛନ୍ତି । 

ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ସାକ୍ଷରତା ହାର ବୃଦ୍ଧି ପାଇଛି । ୨୦୦୧ ମସିହାରେ ସାକ୍ଷରତା ହାର ୫୫.୧ ପ୍ରତିଶତ ଥିବା ବେଳେ ୨୦୧୧ରେ ଅନୁସୂଚିତ ଜାତି ଓ ଜନଜାତି ସାକ୍ଷରତା ହାର ୬୯.୨% ରହିଛି । ଏସସିଏସଟି ପିଲାଙ୍କ ପାଇଁ ୭୦୦ ଆଶ୍ରମ ସ୍କୁଲ, ୫୦୧ ସେବାଶ୍ରମ ରହିଛି । ଏହା ସହ ୨୭ଟି ଏକଲବ୍ୟ ସ୍କୁଲ, ୧୦ କଳିଙ୍ଗ ଆଦର୍ଶ ବିଦ୍ୟାଳୟ ରହିଛି । ସେହିପରି ରାଜ୍ୟରେ ୪୨୨ ଉଚ୍ଚ ବିଦ୍ୟାଳୟ ଓ ୬୨ ଉଚ୍ଚ ମାଧ୍ୟମିକ ସ୍କୁଲ ମଧ୍ୟ ରହିଛି । ୨୦୧୯ରୁ ସାକ୍ଷରତା ହାର କମ ଥିବା ୧୯ ଜିଲ୍ଲାରେ ସାକ୍ଷରତା ପାଇଁ ପିଲାଙ୍କୁ ଆଗହ କରାଇବା ପାଇଁ ସଂଯୋଜକ ଓ ପ୍ରେରକ ନିଯୁକ୍ତ କରାଯାଇଛି । ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ପିଲାଙ୍କୁ ସାକ୍ଷର କରାଇବା ପାଇଁ ‘ଆମ କଥା, ଭାରତ ସାକ୍ଷରତା’ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି ବୋଲି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ଗୃହରେ ଉତ୍ତର ରଖିଛନ୍ତି । 

  • Tags: