Home > ଶିକ୍ଷା
ଜୁଲାଇ 1ରୁ 15 ମଧ୍ୟରେ ଅନୁଷ୍ଠିତ ହେବ CBSEର ବାକି ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର ପରୀକ୍ଷା
Khabar Odisha:The-remaining-CBSE-tenth-and-twelfth-grade-childrens-exams-will-be-held-from-July-1-to-15
ନୂଆଦିଲ୍ଲୀ, ମେ ୦୮ (ଖବର ଓଡ଼ିଶା):

କରୋନା ସଂକ୍ରମଣ ହେତୁ ଦେଶରେ ଘୋଷଣା ହୋଇଥିବା ଲକଡାଉନ୍ ବର୍ତ୍ତମାନ ବଳବତ୍ତର ରହିଛି । ଏହି ଲକଡାଉନ୍ 17 ମେ ପର୍ଯ୍ୟନ୍ତ ଚାଲିବ | ଏହି ସମୟରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଏକ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ସିବିଏସଇ ବୋର୍ଡର ବାକି ଥିବା ଅବଶିଷ୍ଟ ପରୀକ୍ଷା ଜୁଲାଇରେ ଅନୁଷ୍ଠିତ ହେବ।

ନିଶଙ୍କ କହିଛନ୍ତି ଯେ କରୋନା କାରଣରୁ ସ୍ଥଗିତ ଥିବା CBSE ଦଶମ ଏବଂ ଦ୍ୱାଦଶର ଅବଶିଷ୍ଟ ପରୀକ୍ଷା କେବେ ହେବ ସେ ନେଇ ଛାତ୍ରଛାତ୍ରୀ ମାନେ ଅପେକ୍ଷା କରିଛନ୍ତି,ତେବେ ଏହି ପରୀକ୍ଷା ତାରିଖ ଆସନ୍ତା 1.07.2020 ରୁ 15.07.2020 ମଧ୍ୟରେ କରାଯିବା ନେଇ ସ୍ଥିର କରାଯାଇଛି।

ସୂଚନାଯୋଗ୍ୟ ଯେ, ସିବିଏସ୍ଇ କହିଛି ଯେ ଯଦି ସେମାନଙ୍କୁ ଦଶ ଦିନ ସମୟ ଦିଆଯିବ, ତେବେ ସେମାନେ ଅବଶିଷ୍ଟ ପରୀକ୍ଷା ସମାପ୍ତ କରି ମୂଲ୍ୟାଙ୍କନ କାର୍ଯ୍ୟ ଆରମ୍ଭ କରିପାରିବେ | ବର୍ତ୍ତମାନ ଏହି ତାରିଖ ଘୋଷଣା ହେବା ପରେ, ଅଗଷ୍ଟ ମାସରେ CBSE ମଧ୍ୟ ଫଳାଫଳ ଘୋଷଣା କରିବ ବୋଲି ଆଶା କରାଯାଉଛି |

  • Tags: