Home > ଶିକ୍ଷା
ଏବେ ଇଞ୍ଜିନିୟରିଂ ଛାତ୍ର ଅଷ୍ଟମ ସେମିଷ୍ଟାର କାଗଜ କଲମରେ ନୁହେଁ ଅନଲାଇନରେ ଦେବେ ପରୀକ୍ଷା
Khabar Odisha:education-odisha-engineering-student-8th-semester-in-online
ଭୁବନେଶ୍ଵର, ନଭେମ୍ବର୨୯(ଖବର ଓଡ଼ିଶା):

 ପାଠ୍ୟକ୍ରମକୁ ଧନ୍ଦାମୂଳକ କରି ଯୁବକଙ୍କୁ ନିଯୁକ୍ତି ପାଇବାଯୋଗ୍ୟ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଆଧାରରେ ଇଞ୍ଜିନିୟରିଂ ଶିକ୍ଷାରେ ନୂତନ ଢାଞ୍ଚାରେ ପରୀକ୍ଷା କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଅଷ୍ଟମ ସେମିଷ୍ଟାର କାଗଜ କଲମ ବଦଳରେ ଅନଲାଇନଭିତ୍ତିକ କରାଯିବ।

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଅନେକ ବିଭାଗ ରହିଛି। ମୁଖ୍ୟତଃ ସିଭିଲ ମେକାନିକାଲ ଓ ଇଲେକ୍ଟ୍ରିକାଲରେ ଛାତ୍ରଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଥାଏ। ଇଞ୍ଜିନିୟରିଂର ବିଟେକ୍ ପାଠ୍ୟକ୍ରମରେ ଆଠ ସେମିଷ୍ଟାର ରହିଛି। ଅଦ୍ୟାବଧି ସମସ୍ତ ସେମିଷ୍ଟାର ଛାତ୍ରମାନେ କାଗଜ କଲମ ମାଧ୍ୟମରେ ଦେଉଛନ୍ତି। କିନ୍ତୁ ସଂପ୍ରତି ଇଣ୍ଟରନେଟର ବହୁତ ବ୍ୟବହାର ଦେଖିବାକୁ ମିଳିଛି। ଚାକିରିଠୁ ନେଇ ଅନେକ ପ୍ରବେଶିକାମୂଳକ ପରୀକ୍ଷା ଅନଲାଇନ ଜରିଆରେ ହେଉଛି। ତେଣୁ ଇଂଜିନିୟରିଂରେ ଅଷ୍ଟମ ସେମିଷ୍ଟର ଅନଲାଇନ ମାଧ୍ୟମରେ କରାଯିବ। 

ଏପରିକି ଇଞ୍ଜିନିୟରିଂ ଶିକ୍ଷା ଆବଶ୍ୟକତା ଦେଖି ପାଠ୍ୟ ଖସଡ଼ା ପ୍ରସ୍ତୁତ ହେବ। କମ୍ପାନୀ ଓ ଶିଳ୍ପ ଅନୁଷ୍ଠାନଗୁଡ଼ିକର ନିଯୁକ୍ତି ଅନୁଯାୟୀ ବିଷୟ ବସ୍ତୁ ତିଆରି ହେବ। ଫଳରେ ଛାତ୍ରଙ୍କୁ ଶିକ୍ଷା ସମାପ୍ତ ପରେ ଚାକିରି ପାଇବାରେ ସହଜ ହେବ। ଧନ୍ଦାମୂଳକ ଶିକ୍ଷା ଛାତ୍ରଙ୍କୁ କର୍ମ ନିଯୁକ୍ତି କ୍ଷେତ୍ରରେ ବିଶେଷ ଲାଭବାନ ହେବ ବୋଲି ଆଶା କରାଯାଉଛି।