Home > ଶିକ୍ଷା
୭୫ ପ୍ରତିଶତରୁ ଉପସ୍ଥାନ କମ ହେଲେ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଅତିରିକ୍ତ କ୍ଲାସ
Khabar Odisha:education-odisha-extra-class-will-held-those-students-have-no-75-percent-attandence
ଭୁବନେଶ୍ଵର, ନଭେମ୍ବର୩୦(ଖବର ଓଡ଼ିଶା):

ଏଣିକି  ୭୫ ପ୍ରତିଶତରୁ କମ୍ ଉପସ୍ଥାପନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅତିରିକ୍ତ କ୍ଲାସ ବ୍ୟବସ୍ଥା କରାଯିବ। ଏହି ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ଵତ ମିଶ୍ର  ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। 

ଯେଉଁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତରୁ କମ ରହିଛି ସେମାନଙ୍କ ପାଇଁ ଅତିରିକ୍ତ କ୍ଲାସ କରାଇ ଉପସ୍ଥାନ  ୭୫ ପ୍ରତିଶତ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଏହା ପରେ ଯଦି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତରୁ କମ ହୁଏ ତେବେ ସେମାନେ ପରୀକ୍ଷାରୁ ବଞ୍ଚିତ  ହେବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ଅଧ୍ୟାପକ ମାନଙ୍କୁ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି। 

ଏହା ପୂର୍ବରୁ ଛାତ୍ରଛାତ୍ରୀଙ୍କ  ଉପସ୍ଥାନ ୭୫ ପ୍ରତିଶତ କମ୍ ରହିଲେ ସେମାନେ ପରୀକ୍ଷାରୁ ବଞ୍ଚିତ ହେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ ଲାଇନ ଜାରି ରହିଥିଲା। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ଧିରେ ଧିରେ ହ୍ରାସ ପାଇପାରେ ଲାଗିଛି। ଛାତ୍ରଛାତ୍ରୀମାନେ ନିୟମିତ କ୍ଲାସ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଫଳରେ ରାଜ୍ୟ ସରକାର  ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ କରିଛନ୍ତି।  ଯାହା ଫଳରେ ଛାତ୍ରମାନେ ନିୟମିତ କ୍ଲାସ ଆସି ପଢ଼ା ପ୍ରତି ଗୁରୁତ୍ଵ ଦେବେ।