Home > ଶିକ୍ଷା
ଆଜି ପ୍ରକାଶ ପାଇପାରେ ଓଟିଇଟି ରେଜଲ୍ଟ ! ଏହି ଓ୍ଵେବସାଇଟରେ ଦେଖି ପାରିବେ ରେଜଲ୍ଟ
Khabar Odisha:education-odisha-otet-result-2019-odisha-board-of-secondary-education-to-release-state-teacher-eligibility-test-2019-results-soon
ଭୁବନେଶ୍ଵର, ନଭେମ୍ବର୨୧(ଖବର ଓଡ଼ିଶା):

ଆଜି ସନ୍ଧ୍ୟାରେ ପ୍ରକାଶ ପାଇପାରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ(ଓଟିଇଟି)। ବୋର୍ଡ ଓ୍ଵେବସାଇଟ www.bseodisha.ac.in ରେ ପରୀକ୍ଷାର୍ଥୀ ନିଜର ରେଜଲ୍ଟ ଦେଖି ପାରିବେ। ମାଧ୍ୟମିକ ଶିକ୍ଷା ବୋର୍ଡ଼ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। 

ଏହା ପୂର୍ବରୁ ନଭେମ୍ବର ୨୧ ତାରିଖ ସୁଧା ଓଟିଇଟି ରେଜଲ୍ଟ ପ୍ରକାଶ ପାଇବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ। ଏହାସହ ପରୀକ୍ଷାରେ ଦେଖାଦେଇଥିବା ତ୍ରୁଟିର ତଦନ୍ତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ବୈଠକ ପରେ କହିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । 

ଓଟିଇଟି କୃତକାର୍ଯ୍ୟ ଲାଗି ପରୀକ୍ଷାର୍ଥୀଙ୍କୁ ଅତି କମରେ 60 ପ୍ରତିଶତ ନମ୍ବର ରଖିବାକୁ ହେବ। ଏହା ପରେ ସେ ରାଜ୍ୟର ଶିକ୍ଷକ ପଦରେ ଭର୍ତ୍ତି ଲାଗି ଯୋଗ୍ୟ ବିବେଚିତ ହୋଇପାରିବେ। ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦୁଇଟି ଟିଇଟି ପେପରରେ ପରୀକ୍ଷା କରାଇଥିଲେ। ଗୋଟିଏ  ହେଲା ଯିଏ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଙ୍କୁ  ପଢ଼ାଇବା ଲାଗି ଇଚ୍ଛୁକ ଏବଂ ଦ୍ଵିତୀୟ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଙ୍କୁ ପଢ଼ାଇବାକୁ ଚାହୁଁଛି।

ଉଲ୍ଲେଖଯୋଗ୍ୟ, ଓଟିଇଟି ପରୀକ୍ଷାରେ କେତେକ ତ୍ରୁଟି ହୋଇଥିଲା । ଯାହାକୁ ସରକାର ମଧ୍ୟ ସ୍ୱୀକାର କରିଛନ୍ତି। ଯେଉଁ ଛାତ୍ରଛାତ୍ରୀମାନେ ରିଚେକିଂ ପାଇଁ ଆବେଦନ କରିଥିଲେ ସେମାନେ ସେମାନଙ୍କର ଟଙ୍କା ଫେରସ୍ତ ପାଇବେ ବୋଲି ସରକାର କହିଥିଲେ। ଯାହା ତ୍ରୁଟି ହୋଇଛି ତାହାକୁ ତଦନ୍ତ କରାଯାଇ ସମାଧାନ କରାଯିବ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଥିଲ।।

ପୂର୍ବରୁ ପରୀକ୍ଷା ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗରେ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ । ତେଣୁ ଉତ୍ତରଖାତା ପୁନଃ ମୂଲ୍ୟାୟନ ପାଇଁ ଦାବି କରିଥିଲେ। କିନ୍ତୁ ପୁନଃ ମୁଲ୍ୟାୟନ ପାଇଁ ବୋର୍ଡ କର୍ତ୍ତୃପକ୍ଷ ୫୦୦ ଟଙ୍କା ଦେବାକୁ କହିଥିଲେ । ଯାହାକୁ ତୀବ୍ର ବିରୋଧ କରାଯାଇଥିଲା। ଏହାକୁ ପ୍ରତ୍ୟାହାର କରିବାକୁ ଦାବି ମଧ୍ୟ ହୋଇଥିଲା।