Home > ଶିକ୍ଷା
ପ୍ରକାଶ ପାଇଲା +୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା କଟଅଫ୍ ତାଲିକା
Khabar Odisha:education-state-odisha-2-2nd-step-cutoff-list-out
ଭୁବନେଶ୍ୱର, ଜୁଲାଇ ୧୩ (ଖବର ଓଡିଶା) :

 ଆଜି ଯୁକ୍ତ ଦୁଇ ଦ୍ୱିତୀୟ କଟଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ଜୁଲାଇ ୩ରୁ ୯ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ପରେ ଆଜି ଦ୍ୱିତୀୟ ତାଲିକା ପ୍ରକାଶ ପାଇଛି । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଜୁଲାଇ ୧୫ରୁ ୧୭ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । 

ତେବେ ୭୦.୪ପ୍ରତିଶତ ସହ କଳାରେ ବିଜେବି ଜୁନିଅର କଲେଜ ଆଗରେ ଥିବା ବେଳେ ୭୦ପ୍ରତିଶତ ସହ କଳାରେ ରେଭେନ୍ସା ଜୁନିଅର କଲେଜ ଦ୍ୱିତୀୟରେ ରହିଛି । ସେହିଭଳି କଳାରେ ନରସିଂହପୁର ଜୁନିଅର କଲେଜ ୬୮.୧୭ପ୍ରତିଶତ ସହ ତୃତୀୟରେ ରହିଛି । ଏତଦ୍ ବ୍ୟତୀତ ବିଜ୍ଞାନରେ ୮୯.୨ପ୍ରତିଶତ ସହ ରେଭେନ୍ସା ଆଗରେ ରହିଥିବା ବେଳେ ବାଣିଜ୍ୟରେ ୭୫.୮୩ପ୍ରତିଶତ ସହ ତାଳଚେର ଜୁନିଅର କଲେଜ ଆଗରେ ରହିଛି । ରେଭେନ୍ସା ୭୫.୫ପ୍ରତିଶତ ସହ ଦ୍ୱିତୀୟରେ, ୭୪.୪ପ୍ରତିଶତ ସହ ଶୈଳବାଳା କଲେଜ ତୃତୀୟରେ ରହିଛି । ତେବେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସମୁଦାୟ ୨୭ହଜାର ୫୯୧ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି ।