Home > ଶିକ୍ଷା
ଆଇସିଏଆଇ ଇଣ୍ଟର ମିଡିଏଟ୍‌ ଓ ଫାଉଣ୍ଡେସନ ପରୀକ୍ଷାରେ ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଲେ କଳାହାଣ୍ଡି ଝିଅ ସାଇନା
Khabar Odisha:kalahandi-girl-Saina-tops-all-India-Chartered-Accountant-Foundation-course-exam
କଳାହାଣ୍ଡି, ଫେବୃଆରୀ ୦୪ (ଖବର ଓଡ଼ିଶା):

ପୁଣି ଥରେ ଜାତୀୟସ୍ତରୀୟ ପରୀକ୍ଷାରେ ଚମକିଲେ ଓଡ଼ିଆ ଝିଅ । ଇନଷ୍ଟିଚ୍ୟୁଟ୍‌ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଫ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଗତ ନଭେମ୍ବର ମାସରେ ହୋଇଥିବା ଇଣ୍ଟର ମିଡିଏଟ୍‌ ଓ ଫାଉଣ୍ଡେସନ ପରୀକ୍ଷାରେ ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କଳାହାଣ୍ଡି ଝିଅ ସାଇନା ଆଗ୍ରୱାଲ ।  

ଇନଷ୍ଟିଚ୍ୟୁଟ୍‌ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଫ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଗତ ନଭେମ୍ବର ମାସରେ ହୋଇଥିବା ଇଣ୍ଟର ମିଡିଏଟ୍‌ ଓ ଫାଉଣ୍ଡେସନ ପରୀକ୍ଷା ଫଳାଫଳ ଗତ କାଲି ପ୍ରକାଶ ପାଇଛି । ସିଏ ଫାଉଣ୍ଡେସନ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଝିଅ ସାଇନା ଅଗ୍ରଓ୍ଵାଲ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେ ମୋଟ ୪୦୦ ମାର୍କରୁ ୩୬୫ ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି ।

କଳାହାଣ୍ଡି ଜୁନାଗଡ଼ର ବାସିନ୍ଦା ସାଇନା ଏବେ ରାୟପୁରର ଅଗ୍ରସେନ କଲେଜରେ ଯୁକ୍ତ ୩ ବାଣିଜ୍ୟ ପଢୁଛନ୍ତି । ତାଙ୍କ ପିତା ସୁନୀଲ କୁମାର ଅଗ୍ରଓ୍ଵାଲ ଜୁନାଗଡ଼ର ଜଣେ ବ୍ୟବସାୟୀ । ସିଏ ପରୀକ୍ଷା ପାଇଁ ସାଇନା 7ରୁ 8 ଘଣ୍ଟା ପରିଶ୍ରମ କରୁଥିଲେ, ଯାହାର ଫଳ ଆଜି ତାକୁ ମିଳିଛି ବୋଲି  ତାଙ୍କ ବାପା ପ୍ରକାଶ କରିଛନ୍ତି । ସାଇନାଙ୍କ ଏହି ସଫଳତାକୁ ନେଇ ପୂରା ପରିବାର ଗର୍ବ ଅନୁଭବ କରୁଥିବା ସହ ଅଞ୍ଚଳବାସୀ ମଧ୍ୟ ଗର୍ବ ଅନୁଭବ କରୁଥିବା ନେଇ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।

ତେବେ ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସାଇନା

  • Tags: