Home > ଶିକ୍ଷା
ଏଣିକି ନର୍ସରୀ ଠାରୁ ପିଏଚଡି ଯାଏଁ ଝିଅମାନଙ୍କୁ ମାଗଣା ଶିକ୍ଷା, ଫ୍ରିରେ ମିଳିବ ୱାଇଫାଇ ଓ ପୁସ୍ତକ
Khabar Odisha:national-odisha-punjab-has-just-announced-free-education-for-girls-from-nursery-to-phd
ନୂଆଦିଲ୍ଲୀ, ଜୁଲାଇ ୩୧ (ଖବର ଓଡିଶା) :

ପଞ୍ଜାବର ମୁଖ୍ୟମନ୍ତ୍ରୀ ଝିଅମାନଙ୍କ ପାଇଁ ଏକ ଯୋଜନା ଆଣି ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । କ୍ୟାପଟେନ ଅମରିନ୍ଦର ସିଂହ ଝିଅମାନଙ୍କ ପାଇଁ ମୁକ୍ତ ଶିକ୍ଷା ଘୋଷଣା କରିଛନ୍ତି । ଏଭିକି ପଞ୍ଜାବରେ ଝିଅମାନେ ନର୍ସରୀରୁ ପିଏଚ.ଡି ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ଗ୍ରହଣ କରିବେ । 

ଏହି ଯୋଜନା ଆଧାରରେ ଏବେ ଆସନ୍ତା ଶିକ୍ଷା ବର୍ଷଠାରୁ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ଝିଅମାନଙ୍କୁ ମାଗଣା ପୁସ୍ତକ ଦିଆଯିବ । ଏହାକୁ ଆହୁରି କୋହଳ କରିବା ପାଇଁ ଅନଲାଇନରେ ମଧ୍ୟ ଇ-ପୁସ୍ତକ ସୁବିଧା ଯୋଗେଇ ଦିଆଯିବ । ଏତଦ୍ ବ୍ୟତୀତ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଏବେ ନର୍ସରୀ ଓ ଏଲକେଜି କ୍ଲାସ ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି । 

ତେବେ ଝିଅମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରିବା ବ୍ୟତୀତ ଅମରିନ୍ଦର ସିଂହ ଆହୁରି ଜନକଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି । ଏଣିକି ପଞ୍ଜାବର ୧୩ ହଜାରଟି ପ୍ରାଥମିକ ବିଦ୍ୟାଳୟ ଓ ୪୮ଟି ସରକାରୀ କଲେଜରେ ମୁକ୍ତ ୱାଇଫାଇ ସୁବିଧା ଯୋଗେଇ ଦିଆଯିବ ।   

୨୦୧୧ ଜନସଂଖ୍ୟା ଅନୁସାରେ, ଜାତୀୟ ଶିକ୍ଷାହାର ୭୩.୦ ପ୍ରତିଶତ ତୁଳନାରେ ପଞ୍ଜାବର ଶିକ୍ଷାହାର ୭୫.୮୪ ରହିଛି । ପଞ୍ଜାବର ସମୁଦାୟ ୧,୮୭,୦୭,୧୩୭ ଶିକ୍ଷିତ ଅଛନ୍ତି । ସେଥି ମଧ୍ୟରୁ ଶିକ୍ଷିତ ପୁରୁଷଙ୍କ ହାର ୮୦.୪୪ପ୍ରତିଶତ ଥିବା ବେଳେ ମହିଳାଙ୍କର ୭୦.୭୩ ପ୍ରତିଶତ ରହିଛି ।