Home > ଶିକ୍ଷା
ଫିସ୍ ବଦଳରେ ନିଆଯାଉଛି ପ୍ଲାଷ୍ଟିକ୍ ଅଳିଆ, ଅର୍ଥମୁକ୍ତ ଶିକ୍ଷାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଗୁଆହାଟୀର ଏହି ଦମ୍ପତି
Khabar Odisha:national-odisha-this-guwahati-school-takes-plastic-waste-for-fees
ଗୁଆହାଟୀ, ଜୁଲାଇ ୨୬ (ଖବର ଓଡିଶା) :

 ଆଜିକାଲି ଶିକ୍ଷାର ମାନ ଖୁବ୍ ଉଚ୍ଚରେ । ଏଥିପାଇଁ ବହୁ ଘରୋଇ ବିଦ୍ୟାଳୟ ଗଢି ଉଠୁଛି । ଏହି ବିଦ୍ୟାଳୟ ଗୁଡିକରେ ବହୁ ବଡବଡ ଘରର ପିଲାମାନେ ବଡ ଆମାଉଂଟ ଦେଇ ଶିକ୍ଷା ଗ୍ରହଣ କରୁଛନ୍ତି । ତେବେ ଦୁଇ ବେଳା ଦୁଇ ମୁଠା ଖାଇବାକୁ ପାଉ ନଥିବା ପିଲାଙ୍କ ପାଇଁ ଏହା ସ୍ୱପ୍ନ ଛଡା ଆଉ କିଛି ନୁହେଁ । ତେବେ ଏଭଳି ସମୟରେ ଆସାମରେ ଏକ ଦମ୍ପତି ଏକ ସ୍କୁଲ ଖୋଲି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ବିଦ୍ୟାଳୟରେ ଛାତ୍ରମାନଙ୍କ ଠାରୁ ଫିସ୍ ନୁହେଁ ବରଂ ପ୍ଲାଷ୍ଟିକ ଅଳିଆ ନିଆଯାଏ । ଏଠାରେ ପଢୁଥିବା ପ୍ରତ୍ୟେକ ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ୨୫ଟି ପ୍ଲାଷ୍ଟିକ ଅଳିଆ ସଂଗ୍ରହ କରି ବିଦ୍ୟାଳୟରେ ଜମା କରିବାକୁ ପଡେ । ସ୍କୁଲ ଏହି ଅଳିଆ ଗୁଡିକୁ ପୁନଃଚକ୍ରଣ କରି ପରିବେଶ ଉପେଯାଗୀ ଇଟା ପ୍ରସ୍ତୁତ କରେ ଏବଂ ଏହି ଇଟା ଗୁଡିକୁ ବିଦ୍ୟାଳୟ ପରିସରରେ ବିଲ୍ଟିଙ୍ଗ୍ ପ୍ରସ୍ତୁତ କରିବାରେ ବ୍ୟବହାର କରେ । 

ଗୁଆହାଟୀର ଗୋରଚୁକ ଅଂଚଳରେ ଏହି ବିଦ୍ୟାଳୟ ଅବସ୍ଥିତ । ଏହାକୁ ପ୍ରାୟତଃ ଫୋରମ ଦ୍ୱାରା ପରିଚାଳନା କରାଯାଏ । ୨୦୧୬ରେ ମାଜିନ ମୁଖତାର ଏବଂ ତାଙ୍କ ପତ୍ନୀ ପ୍ରତିମା ଶର୍ମା ଏହି ବିଦ୍ୟାଳୟର ସ୍ଥାପନା କରିଥିଲେ । ଏଠାରେ ବର୍ତ୍ତମାନ ୧୧୦ଛାତ୍ର ଅଧ୍ୟୟନରତ । ଏହି ସବୁ ଛାତ୍ରମାନଙ୍କ ବୟସ ୪ରୁ ୧୫ ବର୍ଷ । ବିଦ୍ୟାଳୟର ସବୁ ପିଲା ନିକଟସ୍ଥ ଗ୍ରାମରୁ ପଢିବାକୁ ଆସନ୍ତି । 

୨୦୧୩ରେ ସେମାନେ ନ୍ୟୁୟର୍କରୁ ଆସିଥିଲେ ଭାରତ

 ମାଜିମ କହିଛନ୍ତି କି, ଏକ ବିଦ୍ୟାଳୟ ନିର୍ମାଣ କରିବାକୁ ତାଙ୍କର ସ୍ୱପ୍ନ ଥିଲା । ୨୦୧୩ରେ ସେ ଏହି ପ୍ରୋଜେକ୍ଟ ସହ ନ୍ୟୁୟର୍କରୁ ଭାରତ ଆସିଥିଲେ । ଭାରତ ଆସିବା ପରେ ସେ ନିଜର ଲକ୍ଷ୍ୟରେ କାମ କରିଥିଲେ । ଏହି ସମୟରେ ତାଙ୍କର ସାକ୍ଷାତ ଟାଟ ଇନଷ୍ଟିଟ୍ୟୁଟରେ ପଢୁଥିବା ସୋସିଆଲ ସାଇନ୍ସର ଛାତ୍ରୀ ପ୍ରତିମା ଶର୍ମାଙ୍କ ସହ ହୋଇଥିଲା । ଏହାପରେ ସେମାନେ ବିବାହ କରି ନେଇଥିଲେ । 

ଗରୀବଙ୍କ ହେଉଛି ହିତ ସାଧନ

ମାଜିମ କହିଛନ୍ତି କି, ବିଦ୍ୟାଳୟରେ ପଢିବା ପାଇଁ ଯେଉଁମାନଙ୍କ ନିକଟରେ ଅର୍ଥ ନଥାଏ ସେମାନେ ପାଠ ପଢା ଛାଡି ଫ୍ୟାକ୍ଟିରେ କାମ କରନ୍ତି । ଖୁବ୍ କମ୍ ସମୟରେ ସେମାନଙ୍କୁ ପଢା ଛାଡିବାକୁ ପଡେ । ଏବଳି କରିବା ଦ୍ୱାରା ବହୁ ଗରୀବ ଛାତ୍ରଙ୍କର ହିତ ସାଧନ ହୋଇ ପାରିଛି ।