Home > ଶିକ୍ଷା
ଆଜି ବିଶ୍ଵ ଡାକ ଦିବସ
Khabar Odisha:special-odisha-world-post-day
ଭୁବନେଶ୍ଵର, ଅକ୍ଟୋବର ୦୯ (ଖବର ଓଡିଶା) :

ଆଜି ବିଶ୍ଵ ଡାକ ଦିବସ। ଡାକ ସେବା କେବଳ ଭାରତରେ ନୁହେଁ ଅନ୍ୟ ଦେଶ ପର୍ଯ୍ୟନ୍ତ ଖବର ପହଁଚାଇବାକୁ ଏକ ଉତ୍ତମ ଏବଂ ଶସ୍ତା ମାଧ୍ୟମ। ଯେଉଁ ସମୟରେ ଫୋନର ବ୍ୟବହାର ନଥିଲା ସେହି ସମୟରେ ଦୂରରେ ରହୁଥିବା ସମ୍ପର୍କୀୟଙ୍କ ନିକଟରେ ଖବର ପହଁଚାଇବା ଡାକ ଏକମାତ୍ର ମାଧ୍ୟମ ଥିଲା। ଠିକ୍ ଆଜିର ଦିନରେ ଡାକ ସେବାର ଆରମ୍ଭ କରାଯାଇଥିଲା। 

୧୮୭୪ ଅକ୍ଟୋବର ୦୯ରେ ୟୁନିଭରସାଲ ପୋଷ୍ଟାଲ ୟୁନିଅନ ଗଠନ କରିବା ପାଇଁ ସୁଇଜରଲ୍ୟାଣ୍ଡର ରାଜଧାନୀ ବର୍ଣ୍ଣରେ ୨୨ଟି ଦେଶ ଏକ ବୁଝାମଣା ସ୍ଵାକ୍ଷରିତ କରିଥିଲେ। ୧୯୬୯ରେ ଜାପାନର ଟୋକିଓରେ ହୋଇଥିବା ସମ୍ମିଳନୀରେ ଅକ୍ଟୋବର ୦୯କୁ ବିଶ୍ଵ ଡାକ ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ୧୮୭୬ରେ ୟୁନିଭରସାଲ ପୋଷ୍ଟାଲ ୟୁନିଅନର ସଦସ୍ୟ ଥିବା ଭାରତ ପ୍ରଥମେ ଏଶିୟା ଦେଶ ଥିଲା। ଜନସଂଖ୍ୟା ଓ ଅନ୍ତରାଷ୍ଟ୍ରୀୟ ମେଲ୍ ଟ୍ରାଫିକ୍ ଆଧାରରେ ଭାରତ ପ୍ରଥମରୁ ଫାଷ୍ଟ କାଟେଗୋରୀର ସଦସ୍ୟ ଥିଲା। ଏହାପରେ ୧୮୫୪ ଅକ୍ଟୋବର ୧ରେ ଭାରତ ସରକାର ଡାକ ପାଇଁ ଏକ ବିଭାଗ ସ୍ଥାପନା କରିଥିଲେ। 

ପୋଷ୍ଟାଲ ନେଟୱର୍କରେ ଡାକ ଘରକୁ ୪ ଭାଗରେ ବିଭକ୍ତ କରାଯାଇଛି। ଯଥା- ପ୍ରଧାନ ଡାକଘର, ଉପ ଡାକ ଘର, ଅତିରିକ୍ତ ବିଭାଗୀୟ ଉପ ଡାକ ଘର, ଅତିରିକ୍ତ ବିଭାଗୀୟ ଶାଖା ଡାକ ଘର। ଏହି ସବୁ ଡାକ ଘର ଗୁଡିକ ଏକା ଭଳି କାମ କରିଥାନ୍ତି। କିନ୍ତୁ ଡେଲିଭରୀ କାମ ବିଶିଷ୍ଟ ଡାକ ଘର ଦ୍ଵାରା କରାଯାଇଥାଏ। 

ଭାରତରେ ଆଧୁନିକ ଡାକ ବ୍ୟବସ୍ଥାର ଆରମ୍ଭ ୧୮ଶହ ଶତାବ୍ଦୀରୁ ହୋଇଥିଲା। ୧୭୬୬ରେ ଲର୍ଡ କ୍ଲାଇବଙ୍କ ଦ୍ଵାରା ସ୍ଥାପିତ ଡାକ ବ୍ୟବସ୍ଥାର ବିକାଶ ୱାରେନ ହେଷ୍ଟିଙ୍ଗସ୍ ୧୭୭୪ରେ କୋଲକାତାର ଜିପିଓରେ ସ୍ଥାପନା କରାଯାଇଥିଲା। ଚେନାଇ ଓ ମୁମ୍ବାଇର ଜେନେରାଲ ପୋଷ୍ଟ ଅଫିସ୍ କ୍ରମଶଃ ୧୭୮୬ ଓ ୧୭୯୩ରେ ବିକଶିତ କରାଯାଇଥିଲା। ଡିଜିଟାଲାଇଜେଶନ ହେବା ଦ୍ଵାରା ଡାକକୁ ନୂତନ ଟେକନିକ ବ୍ୟବସ୍ଥା ସହ ଯୋଡାଗଲା। ଡାକ, ପାର୍ସଲ, ଲେଟର୍ସ ପହଁଚାଇବା ପାଇଁ ଏକ୍ସପ୍ରେସ୍ ସେବା ଆରମ୍ଭ କରାଗଲା। ଏବେ ଅନଲାଇନ ମାଧ୍ୟମରେ ଦିଆନିଆ କରାଯାଉଛି। 

ରିପୋର୍ଟ ମୁତାବକ, ଡାକ ବିଭାଗ ଦ୍ଵାରା ୮୨ ପ୍ରତିଶତ ବୈଶ୍ଵିକ ଜନସଂଖ୍ୟାଙ୍କୁ ହୋମ ଡେଲିଭରୀର ସୁବିଧା ମିଳୁଛି। ଜଣେ ଡାକ କର୍ମଚାରୀ ୧,୨୫୮ ଲୋକଙ୍କୁ ସେବା ଯୋଗାଇଥାଏ। ଏବେ ଦୁନିଆରେ ୫୫ ପ୍ରକାରର ପୋଷ୍ଟାଲ ଇ ସେବା ପ୍ରଦାନ କରାଯାଉଛି। ଡାକ ୭୭ ପ୍ରତିଶତ ଅନଲାଇନ ସେବା ଦେଉଛି। ୫ ଦିନ ସମୟ ବ୍ୟବଧାନରେ ୮୩.୬୨ ପ୍ରତିଶତ ଅଣ୍ତରାଷ୍ଟ୍ରୀୟ ଡାକ ସାମଗ୍ରୀ ବଣ୍ଟା ଯାଇଥାଏ। ୧୪୨ଟି ଦେଶରେ ପୋଷ୍ଟାଲ କୋଡ ଉପଲବ୍ଧ ରହିଛି। ଭାରତୀୟ ଡାକ ବିଭାଗର ପିନକୋଡ୍ ନମ୍ବର ଆଧାରରେ ଦେଶରେ ଡାକ ବିତରଣର କାମ କରାଯାଉଛି। ପିନକୋଡ ନମ୍ବରର ଆରମ୍ଭ ୧୯୭୨ ଅଗଷ୍ଟ ୧୫ରେ କରାଯାଇଥିଲା।