For English Prss ctrl+g
Khabar Odisha:National-news-teachers-not-allow-to-teach-in-two-institutes-aicte-will-take-this-action

ଏକାଧିକ ସଂସ୍ଥାରେ ପାଠ ପଢାଉଥିବା ଶିକ୍ଷକଙ୍କୁ ନାହିଁ ନିସ୍ତାର, AICTE ନେବ କାର୍ଯ୍ୟାନୁଷ୍ଠାନ

ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟର ବୈଷୟିକ ଶିକ୍ଷାର ପରିଚାଳକ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (All India Council for Technical Education, AICTE) ଇଞ୍ଜିନିୟରିଂ କଲେଜ ଏବଂ ଅନ୍ୟ ବୈଷୟିକ ସଂସ୍ଥା ଗୁଡିକୁ ଆଗ୍ରହ କରିଛି ଯେ ଶିକ୍ଷକଙ୍କୁ ଗୋଟିଏ ସମୟରେ ଦୁଇଟି ସଂସ୍ଥାରେ ପାଠ

ଖବର ଓଡ଼ିଶା 29/10/2019
Khabar Odisha:political-state-odisha-dama-rout-statement-on-election-result

୪୫ ବର୍ଷ ବିଜୁ ଲିଗାସିରେ ରହି ଲୋକମାନେ ହଠାତ୍ ପରିବର୍ତନକୁ ଗ୍ରହଣ କଲେ ନାହିଁ : ଦାମ

ବହୁ କଳ୍ପନା ଜଳ୍ପନା ପରେ ଗତ କାଲି ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ରାଜ୍ୟରେ ୫ମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ହେବାକୁ ଯାଉଛି । ତେବେ ଏହି ନିର୍ବାଚନରେ ବିପକ୍ଷରୁ ବହୁ ହେଭିୱାଟ୍ ନେତା ପରାଜୟ ବରଣ କରିଛନ୍ତି । ଏହି କ୍ରମରେ ବରିଷ୍ଠ ନେତା ଦାମ ରାଉତ ଲଗାତର ୭ଥର ବିଜୁ ଜନତା ଦଳ ପାଇଁ ଲଢି ନିର୍ବାଚନରେ ଜିତ ହାସଲ କରିଥିବା ସମୟରେ ଚଳିତ ନିର୍ବାଚନରେ ଦଳ ବଦଳ କରି ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ଏଥର ଦାମଙ୍କ ଯାଦୁ ଫେଲ ମାରିଛି । ସେ ବାଲିକୁଦା ଏରସମାରୁ ନିର୍ବାଚନ ଲଢି ପରାଜୟ ବରଣ କରିଛନ୍ତି । ଏବେ ଦାମ ପରାଜୟ ନେଇ ଗଣମାଧ୍ୟମ ନିକଟରେ ନିଜର ପ୍ରତିକ୍ରିୟା ରଖିଛନ୍ତି

ଖବର ଓଡ଼ିଶା 24/05/2019
Khabar Odisha:cabinet-minister-jual-oram-again-win-sundergarh-seat

ସୁନ୍ଦରଗଡ଼ରେ ଜୁଏଲଙ୍କ ଯାଦୁ, ପୁଣି ପିନ୍ଧିଲେ ବିଜୟ ମୁକୁଟ

ସୁନ୍ଦରଗଡ଼, ମେ ୨୪ (ଖବର ଓଡ଼ିଶା): ୨୦୧୪ ନିର୍ବାଚନରେ ଓଡ଼ିଶାରେ ବିଜେପିର ଇଜ୍ଜତ ରଖିଥିବା ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପୁର୍ନବାର ଜୟଯୁକ୍ତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନନ୍ଦ ବିଶ୍ୱାଳ ସୁନୀତା ବିଶ୍ୱାଳଙ୍କୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି । ଯାହାକି ଗତ ନିର୍ବାଚନ ତୁଳନାରେ ଢେର ଗୁଣା ଅଧିକ । ତିନି ଥର ବିଜେପିର ସାଂସଦ ଓ ଥରେ ବିଧାୟକ ହୋଇଥିବା ଶ୍ରୀ ଓରାମଙ୍କର ସପକ୍ଷରେ ୫ ଲକ୍ଷ ୫୬ ମତଦାନ ଆସିଛି ।

ଖବର ଓଡ଼ିଶା 24/05/2019
Khabar Odisha:election-result-2019-bjp-wins-5-western-odisha-lok-sabha-seats

#Lok Sabha: ବିଜେପି କବ୍‌ଜାରେ ପଶ୍ଚିମ ଓଡ଼ିଶା, ୧୨କୁ ଖସିଲା ବିଜେଡ଼ି, ଗୋଟିଏରେ କଂଗ୍ରେସ ସନ୍ତୁଷ୍ଟ

ଭୁବନେଶ୍ୱର, ମେ ୨୪ (ଖବର ଓଡ଼ିଶା): ଲୋକସଭା ନିର୍ବାଚନ-୨୦୧୯ର ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତି ସ୍ପଷ୍ଟ ହୋଇସାରିଛି । ଦେଶବାସୀ ପୁଣି ଥରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଛିଛନ୍ତି । ଯଦି ଓଡ଼ିଶାକୁ ନଜର ପକାଇବା ତାହା ହେଲେ ମଧ୍ୟ ଭାରତୀୟ ଜନତା ପାର୍ଟିକୁ ବିପୁଳ ସମର୍ଥନ ମିଳିଛି । ବିଧାନସଭାରେ ନୈରାଶ୍ୟ ଜନକ ପ୍ରଦର୍ଶନ ଥିଲେ ମଧ୍ୟ ଏଠାରେ ୨୧ଟି ଲୋକସଭା ଆସନରୁ ୧୨ଟି ଆସନରେ ଶାସକ ଦଳ ବିଜେଡ଼ି ମିଳିଥିବା ବେଳେ ୭ଟି ଆସନରେ ବିଜେପି ପ୍ରାର୍ଥୀମାନେ ଜୟଯୁକ୍ତ ହୋଇଛନ୍ତି ।

ଖବର ଓଡ଼ିଶା 24/05/2019
Khabar Odisha:State-Oidsha-BJP-wins-in-Western-Odisha-people-of-their-trust-on-PM-Modi

ଲୋକସଭା ନିର୍ବାଚନ: ପଶ୍ଚିମ ଓଡ଼ିଶାରେ ପୋଛିନେଲା ବିଜେପି, ମୋଦୀଙ୍କୁ ଭରସା କଲେ ଜନତା

ଭାରତୀୟ ଜନତା ପାର୍ଟିକୁ ସମଗ୍ର ଦେଶର ଜନତା ଗ୍ରହଣ କରିଛନ୍ତି । ଓଡ଼ିଶାରେ ମଧ୍ୟ ଲୋକେ ମୋଦୀ ସରକାରଙ୍କୁ ସହଜରେ ଗ୍ରହଣ କରିଛନ୍ତି । ବର୍ଷ ୨୦୧୪ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ...

ଖବର ଓଡ଼ିଶା 24/05/2019
Khabar Odisha:NationLok-Sabha-elections-result-2019-Congress-did-not-win-even-single-seat-in-16-states

ବିଜେପି ଝଡ଼ରେ କଂଗ୍ରେସ ପରାସ୍ତ, ୧୬ ରାଜ୍ୟରେ ଖୋଲିପାରିଲାନି ନିଜର ଖାତା

ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଲହରି ଚକିତ କରିଦେଇଛି । ଭାରତୀୟ ଜନତା ପାର୍ଟିର ଏହି ଫଳାଫଳ ୨୦୧୪ ଠାରୁ ବଳିପଡ଼ିଛି । ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...

ଖବର ଓଡ଼ିଶା 24/05/2019
Khabar Odisha:Politics-odisha-east-delhi-lok-sabha-seat-gautam-gambhir-won

କଂଗ୍ରେସ ପ୍ରାର୍ଥୀଙ୍କୁ ୩.୯୧ ଲକ୍ଷ ଭୋଟରେ ହରାଇ ବିପୁଳ ବିଜୟ ହାସଲ କଲେ ଗୌତମ ଗମ୍ଭୀର

ରାଜଧାନୀ ଦିଲ୍ଲୀର ସାତୋଟି ଲୋକସଭା ଆସନରେ ବିଜେପି ବିଜୟୀ ହେଉଥିବା ଭୋଟ୍ ଗଣତିରେ ଦେଖିବାକୁ ମିଳିଛି। ପୂର୍ବ ଦିଲ୍ଲୀ ପକ୍ଷରୁ ପ୍ରଥମ ଥର ମଇଦାନକୁ ଓହ୍ଲାଇଥିବା ପୂର୍ବତନ କ୍ରିକେଟର...

ଖବର ଓଡ଼ିଶା 23/05/2019
Khabar Odisha:national-odisha-asaduddin-owaisi-blames-hindus-for-bjps-landslide-victory-in-loksabha-chunav-2019

ବିଜେପିର ବିଜୟକୁ ନେଇ କହିଲେ ଓବୈସୀ, ଏଥର ଇଭିଏମ ନୁହେଁ ହିନ୍ଦୁଙ୍କର ମସ୍ତିଷ୍କ ହୋଇଛି ହେରଫେର

ଲୋକସଭା ନିର୍ବାଚନ ପରିଣାମ ଯେତିକି ସ୍ପଷ୍ଟ ହୋଇଯାଉଛି ବିଜେପିକୁ ସେତିକି ବିଜେପିର ସୁଅ ଛୁଟୁଛି । ଅନ୍ୟ ତରଫରେ ଏବେ ଅଭିଯୋଗ କରିବାର ସିଲସିଲା ଆରମ୍ଭ ହୋଇ ଗଲାଣି । ଏହି ମଧ୍ୟରେ ଏଆଇଏମଆଇଏମର ମୁଖ୍ୟ ଆଶାଦ୍ଦୁଧୀନ ଓବୈସୀ କହିଛନ୍ତି କି, ଯଦି ଭିଭିପାଟର ସ୍ଲିପ ବାହାର କରାଯାଏ ତେବେ ୧୦୦ ପ୍ରତିଶତ ଠିକ୍ ତଥ୍ୟ ମିଳିବ । ନିର୍ବାଚନ ଆୟୋଗ ନିଜର ନିଷ୍ପକ୍ଷତା ଦେଖାଇ ଭିଭିପାଟ ସ୍ଲିପକୁ ମିଳାଇବା ଉଚିତ୍ ।

ଖବର ଓଡ଼ିଶା 23/05/2019
Khabar Odisha:Politics-odisha-PM-narendra-modi-thanks-to-people-of-india-after-wining-in-loksabha-election

ମହାଭାରତର ଶ୍ରୀକୃଷ୍ଣଙ୍କ ରୂପରେ ଜନତା ଦେଇଛନ୍ତି ଜବାବ, ଜନତା ଜନାର୍ଦ୍ଦନଙ୍କୁ କୃତଜ୍ଞତା ଜଣାଇଲେ ମୋଦୀ

ଦେଶ ସ୍ୱାଧୀନ ହେଲା, କେତେ ଲୋକସଭା ନିର୍ବାଚନ ହେଲା କିନ୍ତୁ ସବୁଠାରୁ ଅଧିକ ମତଦାନ ଏହି ନିର୍ବାଚନରେ ହୋଇଛି । ତାହା ପୁଣି ୪୦-୪୧ ଡିଗ୍ରୀ ତାପମାତ୍ରାରେ । ଭାରତୀୟର ପ୍ରତିବଦ୍ଧତାକୁ ...

ଖବର ଓଡ଼ିଶା 23/05/2019
Khabar Odisha:national-odisha-cricket-famous-cricketers-who-became-politicians

ରାଜନୀତିରେ ଭାଗ୍ୟ ପରୀକ୍ଷଣ କରିଛନ୍ତି କ୍ରିକେଟର ଏହି ୫ ମହାରଥୀ

ଭାରତୀୟ କ୍ରିକେଟ ଟିମରୁ ଅବସର ପ୍ରାପ୍ତ ବ୍ୟାଟସ୍ ମ୍ୟାନ ଗୌତମ ଗମ୍ଭୀର ଇଷ୍ଟ ଦିଲ୍ଲୀରୁ ଭାରତୀୟ ଜନତା ପାର୍ଟିର ଟିକେଟରୁ ନିର୍ବାଚନ ଲଢି ପରାଜୟ ହାସଲ କରିଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଅରବିନ୍ଦର ସିଂହ ଲବଲୀଙ୍କୁ ପରାସ୍ତ କରିଛନ୍ତି । ଏହା ସହ ସେ ଲୋକସଭାରେ ପହଂଚିଥିବା ୫ମ କ୍ରିକେଟର ଭାବେ ନିଜ ନାମ ଲିପିବଦ୍ଧ କରାଇ ପାରିଛନ୍ତି । ଗୌତମ ଗମ୍ଭୀର- ଇଷ୍ଟ ଦିଲ୍ଲୀରୁ ବିଜୟ ହାସଲ କରିବା ପରେ ଗୌତମ ଗମ୍ଭୀର ନିଜର ବିପକ୍ଷଙ୍କୁ ଆକ୍ରମଣ କରି ଟ୍ୱିଟ୍ କରିଥିଲେ ଏବଂ କହିଥିଲେ କି ପୁଣି ଥରେ ମୋଦୀ ସରକାର ।

ଖବର ଓଡ଼ିଶା 23/05/2019
Khabar Odisha:Politics-odisha-general-election-2019-result-pm-modi-life-history-in-hindi-bjp-won-17th-lok-sabha

ଜଣେ କାର୍ଯ୍ୟକର୍ତ୍ତାରୁ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ମୋଦୀଙ୍କ ଯାତ୍ରା

ନରେନ୍ଦ୍ର ମୋଦୀ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ଯେ, ଗତ କିଛି ଦଶନ୍ଧିରେ ସେ ଭାରତର ସବୁଠୁ ଶକ୍ତିଶାଳୀ ନେତା ଭାବେ ଆର୍ବିଭାବ ହୋଇଛନ୍ତି। ଏମିତି ଜଣେ ନେତା ହୋଇଛନ୍ତି ଯାହାଙ୍କୁ ଜନତା ଖାସ୍ ପସନ୍ଦ...

ଖବର ଓଡ଼ିଶା 23/05/2019
Khabar Odisha:national-political-odisha-rahul-gandhi-addresses-press-conference-on-loksabha-results

ପରାଜୟ ବରଣ କଲେ ରାହୁଲ ଗାନ୍ଧୀ, ମୋଦୀଙ୍କୁ ଜଣାଇଲେ ଅଭିନନ୍ଦନ

ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଦଳର ପରାଜୟ ପାଇଁ ଗଣମାଧ୍ୟମ ନିକଟରେ ନିଜକୁ ଦାୟୀ କରିଛନ୍ତି । ରାହୁଲ କହିଛନ୍ତି କି, ଏହା ଦୁଇ ବିଚାରାଧାରା ମଧ୍ୟରେ ସଙ୍ଘର୍ଷ । ଆମ ଦୁଇ ଜଣଙ୍କର ଚିନ୍ତାଧାରା ଭିନ୍ନ । କିନ୍ତୁ ଚଳିତ ନିର୍ବାଚନରେ ମୋଦୀ ଏବଂ ବିଜେପି ବିଜୟୀ ହୋଇଛନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ । ମୁଁ ତାଙ୍କୁ ଶୁଭକାମନା ଜଣାଉଛି । କେବଳ ସେତିକି ନୁହେଁ ସେ ନିଜ ପରମ୍ପରାଗତ ଗଡ ଅମେଠିରେ ପରାଜୟ ସ୍ୱୀକାର କରି ସ୍ମୃତି ଇରାନୀଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି ।

ଖବର ଓଡ଼ିଶା 23/05/2019
Khabar Odisha:national--political-odisha-lok-sabha-chunav-2019-result-news-update-jammu-kashmir-mehbooba-mufti-anantnag-amit-shah

ଅନନ୍ତନାଗରୁ ହାରିବା ପରେ ମେହବୁବା କହିଲେ - କଂଗ୍ରେସକୁ ଦରକାର ଜଣେ ଅମିତ ଶାହା

ଜମ୍ମୁ କାଶ୍ମୀରରେ ପିଡିପି ନିରାଶଜନକ ପ୍ରଦର୍ଶନ କରିଛି । ଏମିତିକି ପିଡିପି ନେତ୍ରୀ ମେହବୁବା ମୁପ୍ତି ଦକ୍ଷିଣ କାଶ୍ମୀରର ଅନନ୍ତନାଗରି ନୁଜ ଆସନକୁ ସୁରକ୍ଷିତ କରିପାରି ନାହାଁନ୍ତି । ସେଠାରେ ସେ ଶୋଚନୀୟ ଭାବରେ ତୃତୀୟ ସ୍ଥାନରେ ରହି ପରାଜୟ ବରଣ କରିଛନ୍ତି ।

ଖବର ଓଡ଼ିଶା 23/05/2019
Khabar Odisha:Politics-odisha-chowkidar-word-removed-from-narendra-modi-twitter-handle-after-loksabha-chunav-2019-result

ଟ୍ଵିଟରରେ ନିଜ ନାଁ ଆଗରୁ ‘ଚୌକିଦାର’ ଶବ୍ଦ ହଟାଇଲେ ପିଏମ ମୋଦୀ, ଏମିତି କରିବାକୁ କଲେ ଅପିଲ

ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟରୁ ନିଜ ନାମ ଆଗରେ ଲଗାଇଥିବା ଚୌକିଦାର ଶବ୍ଦକୁ ହଟାଇ ଦେଇଛନ୍ତି। ପିଏମ ମୋଦୀ ଚୌକିଦାର ଶବ୍ଦକୁ ...

ଖବର ଓଡ଼ିଶା 23/05/2019
Khabar Odisha:Politics-odisha-rahul-gandhi-vs-smriti-irani-in-amethi-lok-sabha-seat

ଫଳାଫଳ ପୂର୍ବରୁ ଆମେଠିରେ ହାର ମାନିଲେ ରାହୁଲ, ସ୍ମୁତିଙ୍କୁ ଦେଲେ ଅଭିନନ୍ଦନ

ଉତ୍ତର ପ୍ରଦେଶର ଆମେଠି ଲୋକସଭା ସିଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସ୍ମୁତି ଇରାନୀଙ୍କ ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ଖବର ଲେଖାଯିବା ସୁଦ୍ଧା ସ୍ମୁତି ୩୩ ହଜାର ଭୋଟରେ...

ଖବର ଓଡ଼ିଶା 23/05/2019
Khabar Odisha:national-political-odisha-we-have-noticed-discrepancies-in-evms-we-have-prepared-a-report-on-it-says-urmila-matondkar

ପୁଣି ଥରେ ଚିରାଚରିତ ଭାବେ ନିଜ ପରାଜୟକୁ ନେଇ ଇଭିଏମକୁ ଦାୟୀ କଲେ ଉର୍ମିଳା ମାତୋଣ୍ଡକର

ଧୀରେଧୀରେ ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇ ଗଲାଣି । ବିଜେପିକୁ ୩୫୫ ଆସନରେ ବମ୍ପର ଜିତ ମିଳିଛି । ତେବେ ନିର୍ବାଚନ ପରିଣାମର ଚିତ୍ର ସ୍ପଷ୍ଟ ହେବା ସହିତ ଏବେ ପଛରେ ରହିଥିବା ଦଳମାନଙ୍କ ମଧ୍ୟରେ ଆନ୍ତକଳହ ଆରମ୍ଭ ହୋଇ ଗଲାଣି । ଜଣେ ଅନ୍ୟ ଜଣଙ୍କୁ ଦୋଷ ଲଦିବାରେ ବ୍ୟସ୍ତ । ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦଳର ଖରାପ ପ୍ରଦର୍ଶନକୁ ନେଇ ନବଜୋତ ସିଂହ ସିଦ୍ଧୁଙ୍କୁ ଦୋଷ ଲଦିଛନ୍ତି । ଏହି କ୍ରମରେ ପୁଣି କଂଗ୍ରେସ ପ୍ରାର୍ଥୀନୀ ଉର୍ମିଳା ମାତୋଣ୍ଡକର ଚିରାଚରିତ ଭାବରେ ଇଭିଏମକୁ ଦୋଷ ଲଦିଲେଣି ।

ଖବର ଓଡ଼ିଶା 23/05/2019
Khabar Odisha:Politics-odisha-bjd-try-to-folish-the-voter-by-promise-to-give-home-alleged-bjp

‘‘ସବ୍‌କା ସାଥ + ସବ୍‌କା ବିକାସ + ସବ୍‌କା ବିଶ୍ୱାସ = ବିଜୟୀ ଭାରତ’’, ବିପୁଳ ସମର୍ଥନ ପରେ ମୋଦୀଙ୍କ ପ୍ରଥମ ଟ୍ୱିଟ୍‌

ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତି ଏବେ ସାମ୍ନାକୁ ଆସି ଯାଇଛି । କେନ୍ଦ୍ରରେ ଶାସନ କରୁଥିବା ବିଜେପିକୁ ପୁଣି ଥରେ ଜନସାଧାରଣ ପସନ୍ଦ କରିଛନ୍ତି । ଆଉ ନରେନ୍ଦ୍ର ମୋଦୀ ଆଉ ଥରେ ପ୍ରଧାନମନ୍ତ୍ରୀଭାବରେ ...

ଖବର ଓଡ଼ିଶା 23/05/2019
Khabar Odisha:Election-National-Odisha-lok-sabha-electionsnewslok-sabha-chunav-natije-2019-live-news-rahul-gandhi-record-margin-win-from-wayanad

ଚାରିଆଡ଼େ ହାରିବା ପରେ ୱାଇନାଡ଼ୁ ଦେଲା ରାହୁଲ ଗାନ୍ଧୀଙ୍କୁ ଖୁସିର ଖବର

ନୂଆଦିଲ୍ଲୀ, ମେ୨୩ (ଖବର ଓଡ଼ିଶା): ଆଜି ଦେଶରେ ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ଆସୁଛି । କଂଗ୍ରେସ ସବୁସ୍ଥାନରେ ଶୋଚନୀୟ ଭାବେ ପରାଜୟ ବରଣ କରିଛି । ଏହା ସହ ନିଜେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ଆମେଠିରୁ ସ୍ମୃତି ଇରାନୀ ଠାରୁ ପଛରେ ରହିଛନ୍ତି ।

ଖବର ଓଡ଼ିଶା 23/05/2019
Khabar Odisha:Politics-odisha-lok-sabha-election-results-2019-advani-congratulations-to-modi-for-bjp-victory

ହୃଦୟର ସହ ନରେନ୍ଦ୍ର ଭାଇଙ୍କୁ ଅଭିନନ୍ଦନ ଜଣାଉଛି, ସେ ବିଜେପିକୁ ବିଜୟ ଆଡକୁ ନେଇଛନ୍ତି: ଆଡଓ୍ଵାଣୀ

ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ଆଡକୁ ଅଗ୍ରସର ହେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମଗ୍ର ଦୁନିଆରୁ ଅଭିନନ୍ଦନର ସୂଅ ଛୁଟିବାରେ ଲାଗିଛି। ଦେଶରେ ମଧ୍ୟ ବିଜେପିକୁ ଜୋରଦାର...

ଖବର ଓଡ଼ିଶା 23/05/2019
Khabar Odisha:national-odisha-loksabha-election-2019-captain-amarinder-singh-attacks-on-navjot-singh-sidhu

ଦଳର ଖରାପ ପ୍ରଦର୍ଶନକୁ ନେଇ ସିଦ୍ଧୁଙ୍କ ପାକ୍ ପୀରତି ଦାୟୀ : ଅମରିନ୍ଦର ସିଂହ

ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ଦଳ ମଧ୍ୟରେ ଆନ୍ତର୍କଳହ ସୃଷ୍ଟି ହୋଇ ଗଲାଣି । ଏହି ମଧ୍ୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଦଳର ଖରାପ ପ୍ରଦର୍ଶନକୁ ନେଇ ନବଜୋତ ସିଂହଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି, ସିଦ୍ଧୁଙ୍କ ପାକ୍ ପୀରତି ପାଇଁ ଦଳକୁ ଏଭଳି କ୍ଷତି ହୋଇଛି । ଖାସ୍ କରି ସିଦ୍ଧୁ ପାକିସ୍ତାନ ଯାଇ ସେଠାକାର ସେନାଧ୍ୟକ୍ଷ କମର ଯାଦବଙ୍କୁ କୋଳାଗ୍ରତ କରିବାକୁ ନେଇ ଅମରିନ୍ଦର ଟାର୍ଗେଟ କରିଛନ୍ତି । ଭାରତୀୟ ଏବଂ ସେନା ସହ ଜଡିତ ଲୋକ ପାକିସ୍ଥାନୀ ସେନାଧ୍ୟକ୍ଷଙ୍କୁ କୋଳାଗ୍ରତ କରିବା ପସନ୍ଦ କରିବେ ନାହିଁ ବୋଲି ସେ କହିଛନ୍ତି ।

ଖବର ଓଡ଼ିଶା 23/05/2019
First Previous
1 2 3 4 5 6 7 8 9 10
Next Last Page 1 of 41