Home > ନିର୍ବାଚନ
ଚାରିଆଡ଼େ ହାରିବା ପରେ ୱାଇନାଡ଼ୁ ଦେଲା ରାହୁଲ ଗାନ୍ଧୀଙ୍କୁ ଖୁସିର ଖବର
Khabar Odisha:Election-National-Odisha-lok-sabha-electionsnewslok-sabha-chunav-natije-2019-live-news-rahul-gandhi-record-margin-win-from-wayanad
ନୂଆଦିଲ୍ଲୀ, ମେ୨୩ (ଖବର ଓଡ଼ିଶା):

ଆଜି ଦେଶରେ ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ଆସୁଛି । କଂଗ୍ରେସ ସବୁସ୍ଥାନରେ ଶୋଚନୀୟ ଭାବେ ପରାଜୟ ବରଣ କରିଛି । ଏହା ସହ ନିଜେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ଆମେଠିରୁ ସ୍ମୃତି ଇରାନୀ ଠାରୁ ପଛରେ ରହିଛନ୍ତି ।

୨୦୧୯  ସାଧାରଣ ନିର୍ବାଚନର କିଛି ସ୍ଥାନର ଭୋଟ ଗଣତି ସରିଥିବା ବେଳେ କିଛି ସ୍ଥାନରେ ଜାରି ରହିଛି । ଦେଶରେ ଅନେକ ସ୍ଥାନରୁ ପରାଜୟ ବରଣ କରିଥିବା ରାହୁଲ ଗାନ୍ଧୀ ଏହା ମଧ୍ୟରେ କେରଳର ୱାଇନାଡ଼ୁରୁ ବିଜୟୀ ହୋଇଛନ୍ତି । ରାହୁଲଙ୍କୁ ୬ଲକ୍ଷ ୬୪ହଜାର ଭୋଟ ମିଳିଛି । ସେଠାରେ ପିପି ସୁନୀରଙ୍କୁ ପ୍ରାୟ ୨ଲକ୍ଷ ୫୧ହଜାର ଭୋଟ ମିଳିଛି । ଏକଦା କଂଗ୍ରେସର ଗଡ଼ ଥିବା ଆମେଠି ସହ କେରଳର ୱାଇନାଡ଼ୁରୁ ରାହୁଲ ଗାନ୍ଧୀ ନିର୍ବାଚନ ଲଢିଛନ୍ତି । କାରଣ କଂଗ୍ରେସ ପାଇଁ ଆମେଠି ଆସନ ନିର୍ବାଚନ କଠିନ ହେବ ବୋଲି ସେ ୱାଇନାଡ଼ୁରେ ପ୍ରାର୍ଥୀ ହୋଇଥିବା ନିର୍ବାଚନ ବିଶେଷଜ୍ଞ କୁହନ୍ତି । ସେହି ସମୟରେ ବିଜେପି ତାଙ୍କୁ ଟାର୍ଗେଟ କରିଥିଲା । ସ୍ମୃତି ଇରାନୀ ମଧ୍ୟ ବାରମ୍ବାର ମଂଚ ଉପରେ ଏହି ବିଷୟ ଉଠାଉଥିଲେ ।

  • Tags: