Home > ନିର୍ବାଚନ
ବିଜେପି ଝଡ଼ରେ କଂଗ୍ରେସ ପରାସ୍ତ, ୧୬ ରାଜ୍ୟରେ ଖୋଲିପାରିଲାନି ନିଜର ଖାତା
Khabar Odisha:NationLok-Sabha-elections-result-2019-Congress-did-not-win-even-single-seat-in-16-states

ନୂଆଦିଲ୍ଲୀ, ମଇ ୨୪ (ଖବର ଓଡ଼ିଶା): ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଲହରି ଚକିତ କରିଦେଇଛି । ଭାରତୀୟ ଜନତା ପାର୍ଟିର ଏହି ଫଳାଫଳ ୨୦୧୪ ଠାରୁ ବଳିପଡ଼ିଛି । ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଶ୍ଲୋଗାନ ବିଜେପିର ୩୦୦ ଆସନ ପାଇବା ସତ ହୋଇଛି । ବିଜେପି ଏହି ନିର୍ବାଚନରେ ୩୦୦ ଆସନ ଅତିକ୍ରମ କରିବ ବୋଲି ପ୍ରଚାର କରିଥିଲା । ଏନଡିଏ ୩୫୦ ଆସନ ଅକ୍ତିଆର କରିଛି । ବିଜେପି ଏବଂ ଏନଡିଏ ବଡ଼ ବଡ଼ ନେତାଙ୍କୁ ପରାସ୍ତ କରିଛି । ଦେଶର ୧୬ ରାଜ୍ୟରେ କଂଗ୍ରେସ ନେତାମାନେ ଖାତା ଖୋଲିପାରି ନାହାନ୍ତି । 

କ୍ରମାଗତ ଦ୍ୱିତୀୟ ଥର ‘ପ୍ରଚଣ୍ଡ ମୋଦୀ ଲହରି’ରେ ଭାରତୀୟ ଜନତା ପାର୍ଟି ରେକର୍ଡ ଆସନରେ ପୁଣି ଥରେ କେନ୍ଦ୍ରରେ କ୍ଷମତା ହାସଲ କରିଛି । ନିର୍ବାଚନ ଆୟୋଗଙ୍କ ଅନୁସାରେ ଗୁରୁବାର ଜାରି ହୋଇଥିବା ମତଗଣନାର ସଦ୍ୟତମ ଫଳାଫଳ ଅନୁସାରେ ବିଜେପି ୧୮୫ଟି ଆସନକୁ ନିଜର କରିଥିବା ବେଳେ ୧୦୩ ଆସନରେ ଆଗୁଆ ଅଛି । ମୋଟ ୩୦୩ ଆସନ ବିଜେପି ଖାତାରେ ଆସୁଛି । କଂଗ୍ରେସ ଖାତାରେ ୫୨ ଆସନ ଆସୁଛି । 

ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, କର୍ଣ୍ଣାଟକ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା ଓ ଦିଲ୍ଲୀରେ କଂଗ୍ରେସ ଅତୀତରେ କ୍ଷମତାରେ ଥାଇ ମଧ୍ୟ ଖାତା ଖୋଲି ପାରି ନାହିଁ । ରାଜସ୍ଥାନ ଓ କର୍ଣ୍ଣାଟକରେ କଂଗ୍ରେସ ସରକାର ଥାଇ ବି ଗୋଟିଏ ବି ଆସନରେ ବିଜୟୀ ହୋଇ ନପାରିବ ପରିତାପର ବିଷୟ ବୋଲି କୁହାଯାଉଛି । 

 

  • Tags: