Home > ନିର୍ବାଚନ
ମହାଭାରତର ଶ୍ରୀକୃଷ୍ଣଙ୍କ ରୂପରେ ଜନତା ଦେଇଛନ୍ତି ଜବାବ, ଜନତା ଜନାର୍ଦ୍ଦନଙ୍କୁ କୃତଜ୍ଞତା ଜଣାଇଲେ ମୋଦୀ
Khabar Odisha:Politics-odisha-PM-narendra-modi-thanks-to-people-of-india-after-wining-in-loksabha-election
ନୂଆଦିଲ୍ଲୀ, ମେ ୨୩ (ଖବର ଓଡ଼ିଶା):

 ଦେଶ ସ୍ୱାଧୀନ ହେଲା, କେତେ ଲୋକସଭା ନିର୍ବାଚନ ହେଲା କିନ୍ତୁ ସବୁଠାରୁ ଅଧିକ ମତଦାନ ଏହି ନିର୍ବାଚନରେ ହୋଇଛି । ତାହା ପୁଣି ୪୦-୪୧ ଡିଗ୍ରୀ ତାପମାତ୍ରାରେ । ଭାରତୀୟର ପ୍ରତିବଦ୍ଧତାକୁ ପୁରା ବିଶ୍ୱକୁ ଏହାକୁ ସ୍ୱୀକାର ଏବଂ ଚିହ୍ନିବାକୁ ପଡ଼ିବ ବୋଲି ବିପୁଳ ବିଜୟ ପରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିବାକୁ ଯାଉଥିବା ନରେନ୍ଦ୍ର ମୋଦୀ ଧନ୍ୟବାଦ ଜ୍ଞାପନ ଅବସରରେ କହିଛନ୍ତି । ।

ଦେଶର କୋଟି କୋଟି ଜନତାଙ୍କୁ ପ୍ରଥମେ ମୁଣ୍ଡ ନୁଆଁଇ ନମସ୍କାର କରିଛନ୍ତି ମୋଦୀ । ଏ ଗଣତନ୍ତ୍ର ଉତ୍ସବରେ ଯେଉଁ ଯେଉଁ ଲୋକ ବଳିଦାନ ଦେଇଛନ୍ତି ଓ ଆହତ ହୋଇଛନ୍ତି ତାଙ୍କ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଏ ଜନାଦେଶ ଆଗାମୀ ପୀଢ଼ୀଙ୍କୁ ପ୍ରେରଣା ଦେବ । ନିର୍ବାଚନ ଆୟୋଗ, ସୁରକ୍ଷାବଳ ଓ ନିର୍ବାଚନକୁ ସମ୍ଭାଳିଥିବା ସମସ୍ତ ବ୍ୟକ୍ତିଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଇଛନ୍ତି । ମହାଭାରତ ଗାଥାକୁ ଦୋହରାଇଛନ୍ତି ମୋଦୀ । ମହାଭାରତରେ ଶ୍ରୀକୃଷ୍ଣଙ୍କୁ ପଚରାଯାଇଥିଲା ଆପଣ କାହା ସପକ୍ଷରେ ଅଛନ୍ତି । ସେତେବେଳେ ଭଗବାନ ଯାହା ଉତ୍ତର ଦେଇଥିଲେ ତାହା ଆଜି ଭାରତର ୧୩୦ କୋଟି ଜନତା ଶ୍ରୀକୃଷ୍ଣଙ୍କ ରୂପରେ ଜବାବ ଦେଇଛନ୍ତି ।

ଶ୍ରୀକୃଷ୍ଣ କହିଥିଲେ କି ମୁଁ କାହା ସପକ୍ଷରେ ନାହିଁ, ହସ୍ତିନାପୁର ସପକ୍ଷରେ ଅଛି । ସେହିଭଳି ଦେଶର କୋଟି କୋଟି ଜନତା ଶ୍ରୀକୃଷ୍ଣଙ୍କ ରୂପରେ ଭାରତ ସହିତ ଛିଡ଼ା ହୋଇଛନ୍ତି । ଏହି ନିର୍ବାଚନ କୌଣସି ନେତା କିମ୍ବା ଆଶାୟୀ ଲଢ଼ୁ ନାହାଁନ୍ତି, ଜନତା ଲଢ଼ୁଛନ୍ତି । ମୋ ଭାବନାକୁ ଜନତା ଜନାର୍ଦ୍ଧନ ପ୍ରକାଶ କରିଛନ୍ତି । ଯେଉଁମାନେ ଏହି ବିଜୟୀ ଦେଇଛନ୍ତି ବିଜେପି ଓ ଏନ୍‌ଡିଏ ପକ୍ଷରୁ ସେମାନଙ୍କ ପାଦ ତଳେ ବିଜୟୀକୁ ସମର୍ପଣ କରୁଛି ।

ସେହିପରି ଚଳିତ ନିର୍ବାଚନରେ ଯେଉଁ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି ସେମାନଙ୍କୁ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଭାରତର ଉଜ୍ଜଳ ଭବିଷ୍ୟତ ପାଇଁ ସମସ୍ତ ବିଜୟୀ ଜନପ୍ରତି କାମ କରିବେ ବୋଲି ମୋଦୀ ଆଶା ପ୍ରକଟ କରିଛନ୍ତି ।

ଅଟକି ନାହିଁ, ଥକି ନାହିଁ କିମ୍ବା ମୁଣ୍ଡ ନୁଆଁଇ ନାହିଁ । ତଥାପି ପୁଣି ଥରେ ଆମେ ଆସିଛୁ । ପୁର୍ନବାର ଶାସନରେ ଆସିଲେ ମଧ୍ୟ ଆମେ କେବେବି ନିଜର ନମ୍ରଭାବ ହରାଇବକୁ ନାହିଁ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି ।