Home > ନିର୍ବାଚନ
‘‘ସବ୍‌କା ସାଥ + ସବ୍‌କା ବିକାସ + ସବ୍‌କା ବିଶ୍ୱାସ = ବିଜୟୀ ଭାରତ’’, ବିପୁଳ ସମର୍ଥନ ପରେ ମୋଦୀଙ୍କ ପ୍ରଥମ ଟ୍ୱିଟ୍‌
Khabar Odisha:Politics-odisha-bjd-try-to-folish-the-voter-by-promise-to-give-home-alleged-bjp
ନୂଆଦିଲ୍ଲୀ, ମେ ୨୩ (ଖବର ଓଡ଼ିଶା)

ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତି ଏବେ ସାମ୍ନାକୁ ଆସି ଯାଇଛି । କେନ୍ଦ୍ରରେ ଶାସନ କରୁଥିବା ବିଜେପିକୁ ପୁଣି ଥରେ ଜନସାଧାରଣ ପସନ୍ଦ କରିଛନ୍ତି । ଆଉ ନରେନ୍ଦ୍ର ମୋଦୀ ଆଉ ଥରେ ପ୍ରଧାନମନ୍ତ୍ରୀଭାବରେ ବାଛିଛନ୍ତି । ସମ୍ପୂର୍ଣ୍ଣ ଫଳାଫଳ ଏ ଯାଏଁ ଆସି ନ ଥିଲେ ମଧ୍ୟ ଯାହା ଟ୍ରେଣ୍ଡ କହୁଛି ବିଜେପି ନେତୃତ୍ୱଧୀନ ଏନ୍‌ଡିଏ ସରକାର ଗଢ଼ିବାକୁ ଯାଉଛି । ଏମିତିକି ଏକାକୀ ଭାଜପା ୩୦୦ ଆସନ ଛୁଇଁଛି । ପୁଣି ଥରେ ଦେଶରେ ମୋଦୀ ଲହର ଦେଖିବାକୁ ମିଳିଛି । ସେପଟେ ବାରଣାଣୀ ଆସନରେ ସାଢ଼େ ୪ ଲକ୍ଷ ବ୍ୟବଧାନରେ ମୋଦୀ ବିଜୟୀ ହୋଇଛନ୍ତି । ଜନାଦେଶକୁ ନେଇ ପୁଣି ଥରେ ୨୦୧୪ର ଟ୍ୱିଟ୍‌କୁ ଦୋହରାଇଛନ୍ତି । ଭାରତର ବିଜୟୀ ହୋଇଛି ।

ମୋଦୀ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି, ‘‘ସବ୍‌କା ସାଥ+ ସବ୍‌କା ବିକାସ + ସବ୍‌କା ବିଶ୍ୱାସ = ବିଜୟୀ ଭାରତ ’’ । ଆମେ ସାଥୀ ହୋଇ ବଢ଼ୁଛୁ । ଆମେ ସାଥି ହୋଇ ଉନ୍ନତି କରୁଛୁ। ଆମେ ସାଥି ହୋଇ ଏକ ମଜବୁତ ଓ ସଙ୍ଗଠିତ ଭାରତ ନିର୍ମାଣ କରିବା । ପୁଣି ଥରେ ଭାରତର ବିଜୟୀ ହୋଇଛି ! ବିଜୟୀ ଭାରତ ।’’

ବାରଣାସୀରେ ଲଢ଼ୁଥିବା ସମାଜବାଦୀ ପାର୍ଟୀ ନେତ୍ରୀ ଶାଳିନୀ ଯାଦବ ଓ କଂଗ୍ରେସର ଅଜୟ ରାୟଙ୍କୁ ପରାସ୍ତ ମୋଦୀ ଶୋଚନୀୟ ଭାବେ ପରାସ୍ତ କରିଛନ୍ତି । ମୋଦୀ ଶାଳିନୀ ଯାଦବ ୪୭୫୧୬୯ ଓ ଅଜୟ ରାୟଙ୍କଠାରୁ ୫୧୬୯୯୫ ଭୋଟ୍‌ରେ ହରାଇଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ବିଜେପି ୫୪୩ଟି ଆସନରୁ ୨୮୨ଟି ଆସନରେ ବିଜ୍ରୀ ହୋଇ ସରକାର ଗଢ଼ିଥିଲା । ଏଥିରେ ମୋଦୀ ପ୍ରଥମ ଟ୍ୱିଟ୍‌ କରି କହିଥିଲେ ଯେ ଭାରତର ବିଜୟୀ ହୋଇଛି । ଅଛେ ଦିନ୍‌ ଆନେ ବାଲେ ହେଁ ।