Home > ନିର୍ବାଚନ
ଟ୍ଵିଟରରେ ନିଜ ନାଁ ଆଗରୁ ‘ଚୌକିଦାର’ ଶବ୍ଦ ହଟାଇଲେ ପିଏମ ମୋଦୀ, ଏମିତି କରିବାକୁ କଲେ ଅପିଲ
Khabar Odisha:Politics-odisha-chowkidar-word-removed-from-narendra-modi-twitter-handle-after-loksabha-chunav-2019-result
ନୂଆଦିଲ୍ଲୀ, ମେ ୨୩ (ଖବର ଓଡ଼ିଶା):

ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଟ୍ଵିଟରୁ ନିଜ ନାମ ଆଗରେ ଲଗାଇଥିବା ଚୌକିଦାର ଶବ୍ଦକୁ ହଟାଇ ଦେଇଛନ୍ତି। ପିଏମ ମୋଦୀ ଚୌକିଦାର ଶବ୍ଦକୁ ହଟାଇବାର ସୂଚନା ଦେଇ ଟ୍ଵିଟ୍ ମଧ୍ୟ କରିଛନ୍ତି। ସେ ବାକି ଲୋକଙ୍କୁ ମଧ୍ୟ ଏମିତି କରିବାକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରଚଣ୍ଡ ବହୁମତ ବିଜୟ ଆଡକୁ ଅଗ୍ରସର ହେଉଛି। ଏ ପର୍ୟ୍ୟ ନ୍ତ ଏନଡିଏ ୩୪୬ଟି ସିଟରେ ଆଗୁଆ ରହିଛି।

ମୋଦୀ ଟ୍ଵିଟ୍ କରି କହିଛନ୍ତି ଯେ, ସମୟ ଆସି ଯାଇଛି ଚୌକିଦାରର ଭାବନାକୁ ପରବର୍ତ୍ତୀସ୍ତର ପର୍ୟ୍ୟ ନ୍ତ ନେଇକି ଯାଆନ୍ତୁ।  ଏହି ଭାବନାକୁ ଜୀବନ୍ତ ରଖି ଆମେ ଭାରତର ପ୍ରଗତି ପାଇଁ କାମ ଜାରି ରଖିବୁ। ଟ୍ଵିଟରେ ମୋ ନାମରୁ ଚୌକିଦାର ଶବ୍ଦ ହଟାଯାଉଛି। ମାତ୍ର ଏହି ଶବ୍ଦ ମୋର ଅଭିନ୍ନ ଅଙ୍ଗ ହୋଇ ରହିବ। ମୁଁ ଆପଣ ସମସ୍ତଙ୍କୁ ଏମିତି କରିବାକୁ ଅପିଲ କରୁଛି। 

ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନର ପ୍ରଚାରରେ ଚୌକିଦାର ଶବ୍ଦ ଛାଇ ରହିଥିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଚୌକିଦାର ଦର୍ଶାଇଥିଲେ। ଏହା ପରେ ରାହୁଲ ଗାନ୍ଧୀ ରାଫେଲ ଡିଲ ଘୋଟାଲାର ଆରୋପ ଲଗାଇ ଚୌକିଦାର ଚୋର ହୈ ନାରା ଦେଇଥିଲେ।