Home > ନିର୍ବାଚନ
କଂଗ୍ରେସ ପ୍ରାର୍ଥୀଙ୍କୁ ୩.୯୧ ଲକ୍ଷ ଭୋଟରେ ହରାଇ ବିପୁଳ ବିଜୟ ହାସଲ କଲେ ଗୌତମ ଗମ୍ଭୀର
Khabar Odisha:Politics-odisha-east-delhi-lok-sabha-seat-gautam-gambhir-won
ନୂଆଦିଲ୍ଲୀ, ମେ ୨୩ (ଖବର ଓଡ଼ିଶା):

ରାଜଧାନୀ ଦିଲ୍ଲୀର ସାତୋଟି ଲୋକସଭା ଆସନରେ ବିଜେପି ବିଜୟୀ ହେଉଥିବା ଭୋଟ୍ ଗଣତିରେ ଦେଖିବାକୁ ମିଳିଛି। ପୂର୍ବ ଦିଲ୍ଲୀ ପକ୍ଷରୁ ପ୍ରଥମ ଥର ମଇଦାନକୁ ଓହ୍ଲାଇଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ୫୫.୫୩ ପ୍ରତିଶତ ଭୋଟ୍  ହାସଲ କରି ପ୍ରଥମ ପସନ୍ଦର ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି। ଗମ୍ଭୀର ପୂର୍ବ ଦିଲ୍ଲୀରୁ କଂଗ୍ରେସର ଅରବିନ୍ଦର ସିଂହ ଲଭଲିଙ୍କୁ ୩ ଲକ୍ଷ ୯୧ ହଜାର ଭୋଟର ବଡ଼ ବ୍ୟବଧାନରେ ପରାସ୍ତ କରିଛନ୍ତି। 

ମତଗଣନା ମୁତାବକ ଗମ୍ଭୀରଙ୍କୁ ୬, ୯୬, ୧୫୬ ସିଟ୍ ମିଳିଥିବା ବେଳେ କଂଗ୍ରେସର ଅରବିନ୍ଦର ସିଂହ ଲଭଲି ୩, ୪୯, ୯୩୪ ଭୋଟ୍ ସହିତ ଦ୍ଵିତୀୟ ନମ୍ବରରେ ରହିଛନ୍ତି। ଆପ୍ ପ୍ରାର୍ଥୀ ଆତିଶି ୨, ୧୯, ୩୨୮ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି। 

ଅରବିନ୍ଦର ସିଂହ ବହୁତ ଅନୁଭବୀ ନେତା ହୋଇଥିବା ବେଳେ ଗମ୍ଭୀର ନିକଟରେ ରାଜନୀତିରେ ପାଦ ଦେଇଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ପୂର୍ବ ଦିଲ୍ଲୀର ସଂସଦୀୟ କ୍ଷେତ୍ରରୁ ବିଜେପିର ମହେଶ ଗିରି ବିଜୟୀ ହୋଇଥିଲେ। ଏଥର ତାଙ୍କ ସ୍ଥାନରେ ବିଜେପି ନୂତନ ଚେହେରା ଭାବେ ମଇଦାନରେ ଗମ୍ଭୀରଙ୍କୁ ଓହ୍ଲାଇଥିଲା।