Home > ନିର୍ବାଚନ
ଜଣେ କାର୍ଯ୍ୟକର୍ତ୍ତାରୁ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ମୋଦୀଙ୍କ ଯାତ୍ରା
Khabar Odisha:Politics-odisha-general-election-2019-result-pm-modi-life-history-in-hindi-bjp-won-17th-lok-sabha
ନୂଆଦିଲ୍ଲୀ, ମେ ୨୩ (ଖବର ଓଡ଼ିଶା):

ନରେନ୍ଦ୍ର ମୋଦୀ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ଯେ, ଗତ କିଛି ଦଶନ୍ଧିରେ ସେ ଭାରତର ସବୁଠୁ ଶକ୍ତିଶାଳୀ ନେତା ଭାବେ ଆର୍ବିଭାବ ହୋଇଛନ୍ତି। ଏମିତି ଜଣେ ନେତା ହୋଇଛନ୍ତି ଯାହାଙ୍କୁ ଜନତା ଖାସ୍ ପସନ୍ଦ କରୁଛନ୍ତି। ବର୍ତ୍ତମାନ ସମୟରେ ତାଙ୍କର ସମକକ୍ଷ ନେତା କେହି ନାହାନ୍ତି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ମୋଦୀଙ୍କ ଏହି ଅପୂର୍ବ ରାଜନୈତିକ ଯାତ୍ରା ଏକ ସାଧାରଣ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଙ୍ଘର କାର୍ଯ୍ୟକର୍ତ୍ତାରୁ ଦୁଇ ଥର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ରହିଛି।

ସେ ଲୋକସଭା ୨୦୧୯ ନିର୍ବାଚନରେ ଯେଉଁ ପ୍ରସଙ୍ଗ, ଯେଉଁ କଥା, ୨୦୨୨ ପର୍ଯ୍ୟନ୍ତ ବିକାଶର ଯେଉଁ ରୋଡ୍ ମ୍ୟାପ୍ ଦେଖାଇଲେ, ତାହା ଉପରେ ଜନତା ପୂରା ବିଶ୍ଵାସର ସହ ମୋହର ମାରିଛନ୍ତି। ସେ ପାଞ୍ଚ ବର୍ଷରେ ସାବ୍ୟସ୍ତ କରି ଦେଇଛନ୍ତି ଯେ, ସେ ଦେଶର ମଜବୁତ ପ୍ରଧାନମନ୍ତ୍ରୀ। ସେ ନିଜର ପାଞ୍ଚ ବର୍ଷର କାର୍ୟ୍ୟସକାଳରେ ଦେଶର ସୁରକ୍ଷା ସହିତ ଅନେକ ନୀତି ତିଆରି କରିଛନ୍ତି, ଯେଉଁଥିରେ ସାଧାରଣ ଜନତା ଉପକୃତ ହେଉଛନ୍ତି। କେବଳ ଏତିକି ନୁହେଁ ସେ ଦୁନିଆରେ ଦେଶର ଛବିକୁ ମଧ୍ୟ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଛନ୍ତି।

ପାଞ୍ଚ ବର୍ଷ ପୂର୍ବେ ନରେନ୍ଦ୍ର ମୋଦୀ ପ୍ରଚଣ୍ଡ ବହୁମତ ସହିତ ବିଜେପି ନେତୃତ୍ଵାଧୀନ ଏନଡିଏକୁ ବିଜୟୀ କରାଇଥିଲେ। ଏବେ ୨୦୧୯ ନିର୍ବାଚନରେ ମୋଦୀଙ୍କ ଯାଦୁ ପୁଣି ଥରେ ଦେଖିବାକୁ ମିଳିଛି। ସମଗ୍ର ଦେଶରେ ମୋଦୀ ମୟ  ହୋଇ ଉଠିଛି। 

ସାଧାରଣ ପରିବାରରୁ ଜନ୍ମ

୧୯୫୦ରେ ଗୁଜରାତର ବଡନଗରରେ ଏକ ସାଧାରଣ ପରିବାରରୁ ମୋଦୀ ଜନ୍ମ ଗ୍ରହଣ କରିଥିଲେ। ପରିବାରର ୬ ପିଲାଙ୍କ ମଧ୍ୟରୁ ସେ ସବୁଠୁ ବଡ଼ ଥିଲେ। ଏହା ପରେ ସବୁ ବାଧାବିଘ୍ନ  ସତ୍ଵେ ବି ସେ ନିଜର ପାଠପଢା ପୂରା କରିଥିଲେ। କିଶୋରଅବସ୍ଥାରେ ସେ ନିଜର ଭାଇଙ୍କ ସହିତ ଅହମ୍ମଦାବାଦର ଏକ ରେଲଓ୍ଵେ ଷ୍ଟେସନ ନିକଟରେ ଚା ଦୋକାନ ଦେଇଥିଲେ। 

ମୋଦୀ ବଡ଼ନଗରରୁ ପ୍ରାରମ୍ଭିକ ଶିକ୍ଷା ପୂରା କରିଥିଲେ। ପୁଣି ଗୁଜରାତ ବିଶ୍ଵ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ  ହାସଲ କରିଥିଲେ। ସେ ୧୭ ବର୍ଷ ବୟସ ଘର ଛାଡ଼ିଥିଲେ। ଏହା ପରେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଙ୍ଘର ସଦସ୍ୟ ହୋଇଥିଲେ। ପୂର୍ବେ ସେ ସଙ୍ଘର ସାଧାରଣ କାର୍ୟ୍ୟ କର୍ତ୍ତା ରହିଥିଲେ ଏବଂ ଅନେକ ବର୍ଷ ପର୍ଯ୍ୟନ୍ତ ସଙ୍ଘର ପ୍ରଚାରକ ରୂପେ କାମ କରିଥିଲେ।

ସଙ୍ଘର କାର୍ଯ୍ୟକର୍ତ୍ତା ହେଲେ ଏବଂ ପୁଣି ବିଜେପିରେ ଯୋଗ ଦେଲେ

୮୦ ଦଶନ୍ଧିରେ ମୋଦୀ ଗୁଜରାତ ବିଜେପିରେ ସାମିଲ ହୋଇଥିଲେ। ସେ ୧୯୯୦ରେ ଲାଲକୃଷ୍ଣ ଆଡଭାଣୀଙ୍କ ସୋମନାଥ-ଅଯୋଧ୍ୟା ରଥ ଯାତ୍ରାରେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହା ପରେ ତାଙ୍କୁ ପାର୍ଟି ଅନେକ ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତ କରିଥିଲା। ପ୍ରତ୍ୟେକ ଜାଗାରେ ନିଜର ପରିଶ୍ରମ ଓ ଭଲ କାମ କରି ପାର୍ଟିର ବିଶ୍ଵାସଭାଜନ ହୋଇପାରିଥିଲେ। 

ଗୁଜରାତରେ କେଶୁଭାଇଙ୍କ ସ୍ଥାନରେ ହେଲେ ମୁଖ୍ୟମନ୍ତ୍ରୀ

୨୦୦୧ରେ ଯେବେ ଗୁଜରାତରେ ବିଜେପିର କେଶୁଭାଇ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ମୋଦୀଙ୍କୁ ରାଜ୍ୟର ଦାୟିତ୍ଵ ଦିଆଗଲା, ତେବେଠୁ ମୋଦୀଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଥିଲା। ଏହା ପରଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ରାଜ୍ୟରେ ୧୪ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହି ରାଷ୍ଟ୍ରୀୟ ରାଜନୀତିରେ ଏକ ମଜବୁତ ଚେହେରା ରୂପେ ଆର୍ବିଭାବ ହୋଇଥିଲେ। ମାତ୍ର ଏହି ସମୟରେ ତାଙ୍କ ଉପରେ ମଧ୍ୟ ଅନେକ ଆରୋପ ଲାଗିଥିଲା। 

ପାର୍ଟିର ବିଜୟୀ ଚେହେରା ରୂପେ ଆର୍ବିଭାବ ହେଲେ

ଗୁଜରାତ ରାଜ୍ୟ ବିଧାନସଭା ନିର୍ବାଚନରେ କ୍ରମାଗତ ବିଜୟ ତାଙ୍କୁ ପାର୍ଟିର ଏମିତି ଏକ ଚେହେରାରେ ପରିବର୍ତ୍ତିତ କରିଥିଲା ଯାହା ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ନେଇ ଯାଇଥିଲା। ୨୦୧୪ ଲୋକସଭା ନିର୍ବାଚନରେ ସେ ପ୍ରଧାନମନ୍ତ୍ରୀ ରୂପେ ବଳିଷ୍ଠ ଭାବେ ନିଜର ଦାବି ଉପସ୍ଥାପନ କରିଥିଲେ। ତାଙ୍କୁ ପାର୍ଟି ପିଏମ ପ୍ରାର୍ଥୀ କରିଥିଲା ଏବଂ ସମଗ୍ର ଦେଶରେ ମୋଦୀ ଲହର ଏମିତି ବହିଲା ଯେ ସବୁ ବିରୋଧୀ ଧରାଶାୟୀ ହୋଇଥିଲେ। 

ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହେଲେ

ନରେନ୍ଦ୍ର ମୋଦୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ  ହେଲେ ଏବଂ ପାଞ୍ଚ ବର୍ଷ ଧରି ସଫଳତାର ସହ ଏନଡିଏ ସରକାର ଚଳାଇଥିଲେ। ଏହି ସମୟରେ କେବଳ ସାଧାରଣ ଜନତାଙ୍କ ପାଇଁ ଅନେକ ଉଲ୍ଲେଖନୀୟ କାମ କରିଥିଲେ ତାହା ନୁହଁ ବରଂ ଏହି ସମୟରେ ସରକାରଙ୍କ ଉପରେ ଏକ ଭ୍ରଷ୍ଟାଚାରର ଦାଗ ମଧ୍ୟ ଲାଗିବାକୁ ଦେଇନଥିଲେ। 

ପୁଣି ଏବେ ହାସଲ କଲେ ବିପୁଳ ବିଜୟ

୨୦୧୪ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରରେ ସରକାର ସମ୍ଭାଳିଥିବା ଏନଡିଏ ୨୦୧୯ରେ ପୁଣି ଥରେ ଐତିହାସିକ ବିଜୟ ହାସଲ କରିଛି। ଦେଶର ଜନତା ମୋଦୀଙ୍କ ଉପରେ ଭରସା କରି ପୁଣି ଥରେ ପ୍ରଚଣ୍ଡ ବହୁମତ ସହିତ ବିଜୟ ହାସଲ କରିଛି। ସବୁଠୁ ବଡ଼ କଥା ବିଜେପି ନିଜର ପୁରୁଣା ଗଡ ବଞ୍ଚାଇ ରଖିବା ସହିତ ନୂତନ ଗଡ ଉପରେ କବଜା କରିଛି।