Home > ନିର୍ବାଚନ
ହୃଦୟର ସହ ନରେନ୍ଦ୍ର ଭାଇଙ୍କୁ ଅଭିନନ୍ଦନ ଜଣାଉଛି, ସେ ବିଜେପିକୁ ବିଜୟ ଆଡକୁ ନେଇଛନ୍ତି: ଆଡଓ୍ଵାଣୀ
Khabar Odisha:Politics-odisha-lok-sabha-election-results-2019-advani-congratulations-to-modi-for-bjp-victory
ନୂଆଦିଲ୍ଲୀ, ମେ ୨୩ (ଖବର ଓଡ଼ିଶା):

ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ଆଡକୁ ଅଗ୍ରସର ହେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମଗ୍ର ଦୁନିଆରୁ ଅଭିନନ୍ଦନର ସୂଅ ଛୁଟିବାରେ ଲାଗିଛି। ଦେଶରେ ମଧ୍ୟ ବିଜେପିକୁ ଜୋରଦାର ଅଭିନନ୍ଦନ ମିଳୁଛି। ଏହା ମଧ୍ୟରେ ଏକ ଖାସ୍ ସନ୍ଦେଶ ମୋଦୀଙ୍କ ପାଇଁ ଆସିଛି। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାଣୀ ମୋଦୀଙ୍କୁ ଶୁଭକାମନା ଜଣାଇଛନ୍ତି। ସେ କହଛନ୍ତି ଯେ ନରେନ୍ଦ୍ର ଭାଇଙ୍କୁ ମୁଁ ହୃଦୟର ସହ ଶୁଭକାମନା ଜଣାଉଛି। ସେ ବିଜେପିକୁ ବିଜୟ ଆଡକୁ ଅଗ୍ରସର କରାଇଛନ୍ତି।

ଆଡଭାଣୀ ନିଜର ଟ୍ଵିଟରେ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ବିଜେପି ଅଧ୍ୟକ୍ଷ, ସମସ୍ତ ମତଦାତା ପର୍ଯ୍ୟନ୍ତ ପାର୍ଟିର ସନ୍ଦେଶ ପହଞ୍ଚାଇବା ପାଇଁ ପ୍ରଶଂସା କରିଛନ୍ତି। ଆଡଭାଣୀ ବିଜେପିକୁ ମିଳୁଥିବା ପ୍ରଚଣ୍ଡ ବହୁମତକୁ ନେଇ ଖୁସି ପ୍ରକଟ କରିଛନ୍ତି ଏବଂ ଲେଖିଛନ୍ତି ଯେ, ଏତେ ବଡ଼ ଓ ବିବିଧତାରେ ଭରା ଦେଶରେ ସଫଳତାପୂର୍ବକ ନିର୍ବାଚନ ସଂପନ୍ନ ହୋଇଥିବାରୁ ଖୁସି ଅନୁଭବ କରୁଛି। 

ଉଲ୍ଲେଖଯୋଗ୍ୟ, ଭାରତୀୟ ଜନତା ପାର୍ଟି ୨୦୧୪ ନିର୍ବାଚନଠୁ ମଧ୍ୟ ଏଥର ଅଧିକ ସିଟ୍ ହାସଲ କରି ବିଜୟ ଅଭିମୁଖେ ଅଗ୍ରସର ହେଉଛି। ଖବର ଲେଖା ପର୍ଯ୍ୟନ୍ତ ଏନଡିଏ ୩୫୨ ସିଟରେ ଆଗୁଆ ଥିବା ବେଳେ ୟୁପିଏ ୮୯ ସିଟରେ ଆଗୁଆ ରହିଛି।