Home > ନିର୍ବାଚନ
ସୁନ୍ଦରଗଡ଼ରେ ଜୁଏଲଙ୍କ ଯାଦୁ, ପୁଣି ପିନ୍ଧିଲେ ବିଜୟ ମୁକୁଟ
Khabar Odisha:cabinet-minister-jual-oram-again-win-sundergarh-seat
ସୁନ୍ଦରଗଡ଼, ମେ ୨୪ (ଖବର ଓଡ଼ିଶା):

୨୦୧୪ ନିର୍ବାଚନରେ ଓଡ଼ିଶାରେ ବିଜେପିର ଇଜ୍ଜତ ରଖିଥିବା ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପୁର୍ନବାର ଜୟଯୁକ୍ତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନନ୍ଦ ବିଶ୍ୱାଳ ସୁନୀତା ବିଶ୍ୱାଳଙ୍କୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି । ଯାହାକି ଗତ ନିର୍ବାଚନ ତୁଳନାରେ ଢେର ଗୁଣା ଅଧିକ । ତିନି ଥର ବିଜେପିର ସାଂସଦ ଓ ଥରେ ବିଧାୟକ ହୋଇଥିବା ଶ୍ରୀ ଓରାମଙ୍କର ସପକ୍ଷରେ ୫ ଲକ୍ଷ ୫୬ ମତଦାନ ଆସିଛି । 

ଜୁଏଲ ଓରାମ ଗତ ନିର୍ବାଚନ ତୁଳନାରେ ଆକର୍ଷଣୀୟ ପ୍ରଦର୍ଶନ ଦେଖିବାକୁ ମିଳିଛି । ଗତ ନିର୍ବାଚନରେ ସେ ମାତ୍ର ୧୮ ହଜାର ୮୨୯ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ ଚଳିତ ଥର ସେ ୨ ଲକ୍ଷ ୨୩ ହଜାର ୬୫ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେହିପରି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସୁନୀତା ବିଶ୍ୱାଳ ୨ ଲକ୍ଷ ୭୬ ହଜାର ୯୯୧ ଓ ଜର୍ଜ ତିର୍କୀ ୨ ଲକ୍ଷ ୬୮ ହଜାର ୨୧୮ ଭୋଟ୍‌ ପାଇଁ ତୃତୀୟରେ ଅଛନ୍ତି । 

୧୯୮୯ରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା ମନ୍ତ୍ରୀ ଶ୍ରୀ ଓରାମ ୪ଥର ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ୨୦୦୯ରେ ତାଙ୍କୁ ପରାଜୟ ମୁଖ ଦେଖିବାକୁ ପଡ଼ିଥିଲା । ସେ ୧୯୮୯ରେ ପ୍ରଥମେ ବଣାଇ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ୧୯୯୮ ଓ ୨୦୦୪ରେ ସୁନ୍ଦରଗଡ଼ ଲୋକସଭା ଆସନରୁ ଲଢ଼ି ସାଂସଦ ପଦରେ ବସିଥିଲେ । ମାତ୍ର ୨୦୦୯ରେ ସେ ପରାସ୍ତ ହୋଇଥିଲେ । କିନ୍ତୁ ୨୦୧୪ରେ ପୁନର୍ବାର ସେ ନିଜ ଗଡ଼କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେଠାରୁ ବିଜୟୀ ହୋଇ ସିଧାସଳଖ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା ପାଇଥିଲେ । ମୋଦୀ ସରକାର ତାଙ୍କୁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଦାୟିତ୍ୱ ଦେଇଥିଲେ । ୨୦୧୯ରେ ମଧ୍ୟ ପୁଣି ଥରେ ଜୁଏଲଙ୍କ ଉପରେ ସୁନ୍ଦରଗଡ଼ ବାସିନ୍ଦା ଆସ୍ଥା ପ୍ରକଟ କରିଛନ୍ତି ।

  • Tags: