Home > ନିର୍ବାଚନ
#Lok Sabha: ବିଜେପି କବ୍‌ଜାରେ ପଶ୍ଚିମ ଓଡ଼ିଶା, ୧୨କୁ ଖସିଲା ବିଜେଡ଼ି, ଗୋଟିଏରେ କଂଗ୍ରେସ ସନ୍ତୁଷ୍ଟ
Khabar Odisha:election-result-2019-bjp-wins-5-western-odisha-lok-sabha-seats
ଭୁବନେଶ୍ୱର, ମେ ୨୪ (ଖବର ଓଡ଼ିଶା):

ଲୋକସଭା ନିର୍ବାଚନ-୨୦୧୯ର ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତି ସ୍ପଷ୍ଟ ହୋଇସାରିଛି । ଦେଶବାସୀ ପୁଣି ଥରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଛିଛନ୍ତି । ଯଦି ଓଡ଼ିଶାକୁ ନଜର ପକାଇବା ତାହା ହେଲେ ମଧ୍ୟ ଭାରତୀୟ ଜନତା ପାର୍ଟିକୁ ବିପୁଳ ସମର୍ଥନ ମିଳିଛି । ବିଧାନସଭାରେ ନୈରାଶ୍ୟ ଜନକ ପ୍ରଦର୍ଶନ ଥିଲେ ମଧ୍ୟ ଏଠାରେ ୨୧ଟି ଲୋକସଭା ଆସନରୁ ୧୨ଟି ଆସନରେ ଶାସକ ଦଳ ବିଜେଡ଼ି ମିଳିଥିବା ବେଳେ ୭ଟି ଆସନରେ ବିଜେପି ପ୍ରାର୍ଥୀମାନେ ଜୟଯୁକ୍ତ ହୋଇଛନ୍ତି । ସେହିପରି ଗତ ନିର୍ବାଚନରେ ଆଦୌ ଖାତା ଖୋଲିପାରି ନ ଥିବା କଂଗ୍ରେସକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ବିଜେପି ଉପକୂଳ ଓଡ଼ିଶାରୁ ନିରାଶ ହୋଇଥିବାବେଳେ ପଶ୍ଚିମ ଓଡ଼ିଶାର ନିଜ କବ୍‌ଜାକୁ ନେଇ ଯାଇଛି । ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ଓ ସମ୍ବଲପୁରରେ ପଦ୍ମ ଫୁଟିଛି । ସେହିପରି ବାଲେଶ୍ୱର, ଭୁବନେଶ୍ୱର ଓ ମୟୁରଭଞ୍ଜରେ ମଧ୍ୟ ମୋଦୀ ମ୍ୟାଜିକ୍‌ କାମ କରିଛି । ଅନ୍ୟପକ୍ଷରେ ୨୧ରୁ ୨୧ ଆସନ ଦାବି କରୁଥିବା ବିଜେଡ଼ି ଭୋଟ୍‌ ହାର ହ୍ରାସ ପାଇଛି । ଗତ ନିର୍ବାଚନୀରେ ୨୦ ଆସନ ପାଇଥିବା ବିଜେଡ଼ି ଏଥର ୧୨ଟି ଆସନରେ ସୀମିତ ରହିଯାଇଛି । ଆସ୍କା, ବ୍ରହ୍ମପୁର, ଭଦ୍ରକ, କଟକ, ଢ଼େଙ୍କାନାଳ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେଉଁଝର, ନବରଙ୍ଗପୁର ଓ ପୁରୀରେ ପୁଣି ଥରେ ଶଙ୍ଖ ଶୁଭିଛି । ତେବେ କଂଗ୍ରେସକୁ କେବଳ କୋରାପୁଟ ଆସନ ମିଳିଛି । ଏଠାରେ  ସପ୍ତଗିରି ଶଙ୍କର ଉଲାକା ୩୭୧୧୨୯ ଭୋଟ୍‌ ପାଇ ବିଜେଡ଼ି ସାଂସଦ ଝିନ୍ନ ହିକ୍‌କାଙ୍କ ପତ୍ନୀ କୌଶଲ୍ୟା ହିକ୍‌କାଙ୍କୁ ପରାସ୍ତ କରିଛନ୍ତି । ଗତ ନିର୍ବାଚନରେ ଏହି ଆସନରେ ଝିନ୍ନ ହିକ୍‌କା ବିଜୟୀ ହୋଇଥିଲେ ।

ଓଡ଼ିଶା ଲୋକସଭା ଫଳାଫଳ 

 

ଆସନ

ପ୍ରାର୍ଥୀ

ଦଳ

ଭୋଟ୍‌

ନିକଟତମ ପ୍ରତିଦ୍ୱନ୍ଦୀ

ଆସ୍କା

ପ୍ରମିଳା ବିଶୋୟୀ

ବିଜେଡ଼ି

୫୫୨୭୪୯

ଅନିତା ଶୁଭଦର୍ଶିନୀ

ବାଲେଶ୍ୱର

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ବିଜେପି

୪୭୮୮୧୯

ରବିନ୍ଦ୍ର ଜେନା

ବରଗଡ଼

ସୁରେଶ ପୂଜାରୀ

ବିଜେପି

୫୮୧୨୪୫

ପ୍ରସନ୍ନ ଆଚାର୍ଯ୍ୟ

ବ୍ରହ୍ମପୁର

ଚନ୍ଦ୍ରଶେଖର ସାହୁ

ବିଜେଡ଼ି

୪୪୩୮୪୩

ଭୃଗୁ ବକ୍ସିପାତ୍ର

ଭଦ୍ରକ

ମଞ୍ଜୁଲତା ମଣ୍ଡଳ

ବିଜେଡ଼ି

୫୦୬୦୮୦

ଅଭିମନ୍ୟୁ ସେଠୀ

ଭୁବନେଶ୍ୱର

ଅପରାଜିତା ଷଡ଼ଙ୍ଗୀ

ବିଜେପି

୪୮୬୯୯୧

ଅରୁପ ପଟ୍ଟନାୟକ

ବଲାଙ୍ଗୀର

ସଙ୍ଗୀତା ସିଂହସେଓ

ବିଜେପି

୪୯୮୦୮୬

କଳିକେଶ ସିଂହଦେଓ

କଟକ

ଭର୍ତ୍ତୃହରି ମହତାବ

ବିଜେଡ଼ି

୫୨୪୫୯୨

ପ୍ରକାଶ ମିଶ୍ର

ଢେଙ୍କାନାଳ

ମହେଶ ସାହୁ

ବିଜେଡ଼ି

୫୨୧୯୫୪

ରୁଦ୍ରନାରାୟଣ ପାଣି

ଜଗତସିଂହପୁର

ରାଜଶ୍ରୀ ମଲ୍ଲିକ

ବିଜେଡ଼ି

୬୧୯୯୮୫

ବିଭୁ ପ୍ରସାଦ ତରାଇ

ଯାଜପୁର

ସର୍ମିଷ୍ଠା ସେଠୀ

ବିଜେଡ଼ି

୫୪୪୦୨୦

ଅମୀୟକାନ୍ତ ମଲ୍ଲିକ

କଳାହାଣ୍ଡି

ବସନ୍ତ ପଣ୍ଡା

ବିଜେପି

୪୨୯୭୧୦

ପୁଷ୍ପେନ୍ଦ୍ର ସିଂହଦେଓ

କନ୍ଧମାଳ

ଅଚ୍ୟୁତ ସାମନ୍ତ

ବିଜେଡ଼ି

୪୬୧୬୭୯

ଖାରବେଳ ସ୍ୱାଇଁ

କେନ୍ଦ୍ରାପଡ଼ା

ଅନୁଭବ ମହାନ୍ତି

ବିଜେଡ଼ି

୬୨୮୯୩୯

ବୈଜୟନ୍ତ ପଣ୍ଡା

କେଉଁଝର

ଚନ୍ଦ୍ରାଣୀ ମୁର୍ମୁ

ବିଜେଡ଼ି

୫୨୫୩୫୯

ଅନନ୍ତ ନାୟକ

କୋରାପୁଟ

ସପ୍ତଗିରି ଶଙ୍କର ଉଲାକା

କଂଗ୍ରେସ

୩୭୧୧୨୯

କୌଶଲ୍ୟ ହିକ୍‌କା

ମୟୁରଭଞ୍ଜ

ବିଶେଶ୍ୱର ଟୁଡୁ

ବିଜେପି

୪୮୩୧୭୫

ଦେବାଶିଷ ମାରାଣ୍ଡି

ନବରଙ୍ଗପୁର

ରମେଶ ମାଝୀ

ବିଜେଡ଼ି

୩୯୧୨୩୪

ପ୍ରଦୀପ ମାଝୀ

ପୁରୀ

ପିନାକୀ ମିଶ୍ର

ବିଜେଡ଼ି

୫୩୮୩୨୧

ସମ୍ବିତ ପାତ୍ର

ସମ୍ବଲପୁର

ନିତୀଶ ଗଙ୍ଗଦେବ

ବିଜେପି

୪୭୩୭୭୦

ନଳିନୀ ପ୍ରଧାନ

ସୁନ୍ଦରଗଡ଼

ଜୁଏଲ ଓରାମ

ବିଜେପି

୫୦୦୦୫୬

ସୁନିତା ବିଶ୍ୱାଳ

  • Tags: