Home > ନିର୍ବାଚନ
ଅନନ୍ତନାଗରୁ ହାରିବା ପରେ ମେହବୁବା କହିଲେ - କଂଗ୍ରେସକୁ ଦରକାର ଜଣେ ଅମିତ ଶାହା
Khabar Odisha:national--political-odisha-lok-sabha-chunav-2019-result-news-update-jammu-kashmir-mehbooba-mufti-anantnag-amit-shah
ଜମ୍ମୁ, ମଇ ୨୩ (ଖବର ଓଡିଶା) :

ଜମ୍ମୁ କାଶ୍ମୀରରେ ପିଡିପି ନିରାଶଜନକ ପ୍ରଦର୍ଶନ କରିଛି ।  ଏମିତିକି ପିଡିପି ନେତ୍ରୀ ମେହବୁବା ମୁପ୍ତି ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ନିଜ ଆସନକୁ ସୁରକ୍ଷିତ କରିପାରି ନାହାଁନ୍ତି । ସେଠାରେ ସେ ଶୋଚନୀୟ ଭାବରେ ତୃତୀୟ ସ୍ଥାନରେ ରହି ପରାଜୟ ବରଣ କରିଛନ୍ତି । 

ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜ ହାର ସ୍ୱୀକାର କରି ନରେନ୍ଦ୍ର ମୋଦୀଙ୍କୁ ଶୁଭକାମନା ଜଣାଇଛନ୍ତି । ଏହା ସହ ଟ୍ୱିଟ୍ କରି କହିଛନ୍ତି କି, ଐତିହାସିକ ଜନାଦେଶ ପ୍ରାପ୍ତ କରିବା ପାଇଁ ମୋଦିଙ୍କୁ ଶୁଭକାମନା । ଆଜିର ଦିନ ନିଜେପି ଏବଂ ତାର ସହେଯାଗୀମାନଙ୍କର । ଏବେ କଂଗ୍ରେସ ନିକଟରେ ଜଣେ ଅମିତ ଶାହା ରଖିବାକୁ ସମୟ ଆସିଯାଇଛି । 

ପିଡିପିର ସ୍ଥିତି ଏବେ ଗମ୍ଭୀର ରହିଛି । ୨୦୧୪ ନିର୍ବାଚନରେ ଅନନ୍ତନାଗ ଆସନରୁ ମେହବୁବା ମୁପ୍ତି ଜିତିଥିଲେ । ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ସରକାର ତିଆରି କରିବା ପାଇଁ ପିଡିପି ବିଜେପି ସହ ହାତ ମିଶେଇ ଥିଲା । ବିଶୁଦ୍ଧ କାଶ୍ମୀର ପାଇଁ ରାଜନୀତି କରୁଥିବା ପିଡିପିର ଏବଳି ପଦକ୍ଷେପ ଐତିହାସିକ ଥିଲା । ତେବେ ମେହବୁବା ସର୍ବଦା ପାକିସ୍ତାନର ପ୍ରଶଂସକ ଭାବରେ ପରିଚିତ । କେବଳ ଏହି କାରଣରୁ ସେ ନିଜ ଆସନରୁ ପରାଜୟ ବରଣ କରିଛନ୍ତି । କାଶ୍ମୀରରେ ପିଡିପି ପାଇଁ ଏବଳି ଖରାପ ସ୍ଥିତି ପୂର୍ବରୁ କେବେ ଆସି ନଥିଲା ।