Home > ନିର୍ବାଚନ
ବିଜେପିର ବିଜୟକୁ ନେଇ କହିଲେ ଓବୈସୀ, ଏଥର ଇଭିଏମ ନୁହେଁ ହିନ୍ଦୁଙ୍କର ମସ୍ତିଷ୍କ ହୋଇଛି ହେରଫେର
Khabar Odisha:national-odisha-asaduddin-owaisi-blames-hindus-for-bjps-landslide-victory-in-loksabha-chunav-2019
ନୂଆଦିଲ୍ଲୀ, ମଇ ୨୩ (ଖବର ଓଡିଶା) :

ଲୋକସଭା ନିର୍ବାଚନ ପରିଣାମ ଯେତିକି ସ୍ପଷ୍ଟ ହୋଇଯାଉଛି ବିଜେପିକୁ ସେତିକି ବିଜେପିର ସୁଅ ଛୁଟୁଛି । ଅନ୍ୟ ତରଫରେ ଏବେ ଅଭିଯୋଗ କରିବାର ସିଲସିଲା ଆରମ୍ଭ ହୋଇ ଗଲାଣି । ଏହି ମଧ୍ୟରେ ଏଆଇଏମଆଇଏମର ମୁଖ୍ୟ ଆଶାଦ୍ଦୁଧୀନ ଓବୈସୀ କହିଛନ୍ତି କି, ଯଦି ଭିଭିପାଟର  ସ୍ଲିପ ବାହାର କରାଯାଏ ତେବେ ୧୦୦ ପ୍ରତିଶତ ଠିକ୍ ତଥ୍ୟ ମିଳିବ । ନିର୍ବାଚନ ଆୟୋଗ ନିଜର ନିଷ୍ପକ୍ଷତା ଦେଖାଇ ଭିଭିପାଟ ସ୍ଲିପକୁ ମିଳାଇବା ଉଚିତ୍ । 

ସେ କହିଛନ୍ତି କି, ନିର୍ବାଚନ ଆୟୋଗଙ୍କୁ ନିଷ୍ପକ୍ଷତା ଦେଖିବା ଉଚିତ୍ । ସେ ବିଜେପିର ବିଜୟ ପାଇଁ ହିନ୍ଦୁଙ୍କୁ ଦାୟୀ କରିଛନ୍ତି ଏବଂ କହିଛନ୍ତି କି, ଏଥର ଇଭିଏମରେ ହେରଫେର ହୋଇ ନାହିଁ ହିନ୍ଦୁମାନଙ୍କ ମସ୍ତିଷ୍କରେ ହୋଇଛି । ତେବେ ଓବ÷÷ସୀ ତେଲେଙ୍ଗାନାର ହାଇଦ୍ରାବାଦ ଆସନରୁ ପ୍ରାର୍ଥୀ ଥିଲେ । ଏଠାରେ ସେ ୩ ଲକ୍ଷ ଭୋଟରେ ଆଗରେ ଅଛନ୍ତି । ଓବୈସୀ ଏଠାରେ ୫,୦୬,୮୬୪ ଭୋଟ ହାସଲ କରିଛନ୍ତି ।