Home > ନିର୍ବାଚନ
ରାଜନୀତିରେ ଭାଗ୍ୟ ପରୀକ୍ଷଣ କରିଛନ୍ତି କ୍ରିକେଟର ଏହି ୫ ମହାରଥୀ
Khabar Odisha:national-odisha-cricket-famous-cricketers-who-became-politicians
ନୂଆଦିଲ୍ଲୀ, ମଇ ୨୩ (ଖବର ଓଡିଶା) :

ଭାରତୀୟ କ୍ରିକେଟ ଟିମରୁ ଅବସର ପ୍ରାପ୍ତ ବ୍ୟାଟସ୍ ମ୍ୟାନ ଗୌତମ ଗମ୍ଭୀର ଇଷ୍ଟ ଦିଲ୍ଲୀରୁ ଭାରତୀୟ ଜନତା ପାର୍ଟିର ଟିକେଟରୁ ନିର୍ବାଚନ ଲଢି ପରାଜୟ ହାସଲ କରିଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଅରବିନ୍ଦର ସିଂହ ଲବଲୀଙ୍କୁ ପରାସ୍ତ କରିଛନ୍ତି । ଏହା ସହ ସେ ଲୋକସଭାରେ ପହଂଚିଥିବା ୫ମ କ୍ରିକେଟର ଭାବେ ନିଜ ନାମ ଲିପିବଦ୍ଧ କରାଇ ପାରିଛନ୍ତି । 

ଗୌତମ ଗମ୍ଭୀର- ଇଷ୍ଟ ଦିଲ୍ଲୀରୁ ବିଜୟ ହାସଲ କରିବା ପରେ ଗୌତମ ଗମ୍ଭୀର ନିଜର ବିପକ୍ଷଙ୍କୁ ଆକ୍ରମଣ କରି ଟ୍ୱିଟ୍ କରିଥିଲେ ଏବଂ କହିଥିଲେ କି ପୁଣି ଥରେ ମୋଦୀ ସରକାର । 

କିର୍ତି ଆଜାଦ- ତେବେ ରାଜନୀତିରେ ସଫଳ ହୋଇଥିବା କ୍ରିକେଟରଙ୍କ ତାଲିକାରେ କିର୍ତି ଆଜାଦ ମଧ୍ୟ ସାମିଲ ଅଛନ୍ତି । ୧୯୯୯ରେ ଦରଭଙ୍ଗା ଲୋକସଭା ଆସନରେ ବିଜେପି ତରଫରୁ ନିର୍ବାଚନ ଲଢି ସେ ସାଂସଦ ହୋଇଥିଲେ । ଏହା ପରେ ୨୦୦୯ ଏବଂ ୨୦୧୪ରେ ଏହି ନିର୍ବାଚନ କ୍ଷେତ୍ରରୁ ସେ ବିଜୟୀ ହୋଇଥିଲେ । କିନ୍ତୁ ଚଳିତ ବର୍ଷ ସେ କଂଗ୍ରେସ ତରଫରୁ ଧନବାଦରେ ନିର୍ବାଚନ ଲଢିଥିଲେ । 

ନବଜୋତ ସିଂହ ସିଦ୍ଧୁ- ସେହି ଭଳି ନବଜୋତ ସିଂହ ସିଦ୍ଧୁ ରାଜନୀତିରେ ସଫଳତା ହାସଲ କରିଛନ୍ତି । ସେ ତିନି ଥର ପାଇଁ ବିଜେପିରୁ ଅମୃତସର ଆସନରୁ ନିର୍ବାଚନ ଲଢି ଆସୁଥିଲେ କିନ୍ତୁ ଏଥର କଂଗ୍ରେସର ହାତ ଧରିଛନ୍ତି । ଚଳିତ ବର୍ଷ ସେ ଅମୃତସରରୁ ବିଧାୟକ ଭାବେ ବିଜୟୀ ହୋଇଛନ୍ତି । 

ଅଜହରୁଦ୍ଦୀନ- ଭାରତୀୟ କ୍ରିକେଟ ଟିମର ଅନ୍ୟ ଜଣେ ପୂର୍ବତନ କପ୍ତାନ ଅଜହରୁଦ୍ଦୀନ ୨୦୦୯ରେ ଉତର ପ୍ରଦେଶର ମୁରାଦ୍ଦାବାଦ ଆସନରୁ ନିର୍ବାଚନ ଜିତି ସାଂସଦ ହୋଇଥିଲେ । ୨୦୧୪ରେ ସେ ରାଜସ୍ଥାନରୁ ଟୋଂକରୁ ନିର୍ବାଚନ ଲଢି ପରାଜୟ ହାସଲ କରିଥିଲେ । ଏହା ପରେ ସେ ନିର୍ବାଚନ ଲଢି ନାହାଁନ୍ତି । 

ମଂସୁର ଅଲ୍ଲୀ- ଟିମ ଇଣ୍ଡିଆର ପୂର୍ବତନ କପ୍ତାନ ମଂସୂର ଅଲ୍ଲୀ ଖାନ ପଟୌଦୀରୁ ନିର୍ବାଚନ ଲଢୁଥିଲେ । କିନ୍ତୁ ରାଜୀବ ଗାନ୍ଧୀ ଏବଂ କପିଲ ଦେବଙ୍କ କ୍ୟାମ୍ପେନରେ ସେ ହାରି ଯାଇଥିଲେ ।